Jajpur news: ଗରଗାଲିରେ ଅଷ୍ଟ ପ୍ରହର ନାମ ଯଜ୍ଞ ପାଳିତ

Reporterspen

Jajpur news: ବଡଚଣା (ରିପୋଟର୍ସ ପେନ୍‌) : ବଡଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମରେ ଚଳିତ ବର୍ଷ ୧୮ ତମ ଅଷ୍ଟ ପ୍ରହର ନାମ ଯଜ୍ଞ ତିନିଦିନ ବ୍ୟାପି ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏଇ ନାମ ଯଜ୍ଞ ଗରଗାଲି ଗ୍ରାମ ମେଳା ବଟ ଠାରେ ଅନୁଷ୍ଠିତ ହୋଇଥିଲା ।

ଶୁକ୍ରବାର କଳସ ସ୍ଥାପନ ଶହ ଅଧିବାସ, ଶନିବାର ପ୍ରଭୁଙ୍କ ନାମ ଯଜ୍ଞ ଓ ରବିବାର ନଗର ଭ୍ରମଣ ହୋଇଥିଲା। ଏଇ ଅଷ୍ଟ ପ୍ରହର ନାମ ଯଜ୍ଞରେ ଅଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରୁ ୨୦ ରୁ ଉର୍ଦ୍ଧ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ଗ୍ରାମର ଦୁର୍ଗା ମଣ୍ଡପ ପାଖରୁ ପଛକୁ ପଛ କୀର୍ତ୍ତନ କରି ହରି ଗୋସାଇଁଙ୍କ ମଣ୍ଡପରେ ନାମ କୀର୍ତ୍ତନ କରିଥିଲେ ।ଏଇ ଅଷ୍ଟ ପ୍ରହରରେ ଉକ୍ତ ଗ୍ରାମର ନିକୁଞ୍ଜ ପାଲ କର୍ତ୍ତା ଭାବେ ସଂକଳ୍ପ କରିଥଲେ । ଅଷ୍ଟ ପ୍ରହରକୁ ଦେଖିବା ପାଇଁ ବିଭିନ୍ନ ଗ୍ରାମରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ କମିଟି ପକ୍ଷରୁ ସମସ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରା ଯାଇଥିଲା ।

ନଗର ଭ୍ରମଣ ସରିବା ପରେ କର୍ତ୍ତା ନିକୁଞ୍ଜ ପାଲ ଶେଷରେ ଦଧି ହାଣ୍ଡି ଭାଙ୍ଗିବା ସହ ଅଷ୍ଟ ପ୍ରହରକୁ ସମାପନ କରିଥିଲେ । ଗରଗାଲି ଗ୍ରାମ ବାସୀଙ୍କ ପକ୍ଷରୁ ଏଇ କାର୍ଯ୍ୟକ୍ରମଟି ସୁରୁଖୁରୁରେ ହୋଇଥିବା ବେଳେ ତିନିଦିନ ବ୍ୟାପି ଏକ ଆଧ୍ୟତ୍ମୀକ ପରିବେଶରେ ଗାଁ ଦାଣ୍ଡ ଉତ୍ସବ ମୁଖରେ ପରିଣତ ହୋଇଯାଇଥିଲା ।


Reporterspen
!-- afp header code starts here -->