ଲିକୁ ସାହୁଙ୍କ ଲାଗି ମୋହନ ସରକାର ହେବେ ବଦନାମ!

Reporterspen

ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ସ୍ୱାଧିନ ବିଧାୟକ ହିମାଂଶୁ ସାହୁ ଓରଫ ଲିକୁଙ୍କ ଲାଗି ଏବେ ମୋହନ ସରକାର ବଦନାମ ହେବାରେ ଲାଗିଛନ୍ତି । ଧର୍ମଶାଳା ଆରୁହା ପାହାଡ଼ରେ ବେଆଇନ ଖନନରେ ବିଧାୟକ ଲିକୁଙ୍କ ସଂପୃକ୍ତି ନେଇ ଅଭିଯୋଗ ଆସୁଛି । ନିଜକୁ ବିଜେପି ବିଧାୟକ ବୋଲି କହିବୁଲୁଥିବା ଲିକୁଙ୍କର ଆରୁଆ ପାହାଡ ଲିଜ୍‌ଧାରୀଙ୍କ ସହ ଗୁପ୍ତ ସମ୍ପର୍କ ରହିଥିବା ଦାବି ହେଉଛି । ଫଳରେ ଉକ୍ତ ପାହାଡରୁ କୋଟି କୋଟି ଟଙ୍କାର ଜିନିଷ ଲୁଟ୍ ହୋଇଥିଲା । ବିଜେପି ନେତ୍ରୀ ସ୍ମୃତିରେଖା ପହି ଦିବାରାତ୍ର ବସି ଧାରଣା ଦେଇ ପ୍ରତିବାଦ କରିବାରୁ ଶେଷରେ ବାଧ୍ୟ ହୋଇ ପ୍ରଶାସନ ସେଠାରେ ଚଢାଉ କରିଥିଲା । ହେଲେ କୋଟି କୋଟି ଲୁଟି, ମାତ୍ର ୪୦ ଲକ୍ଷ ଜୋରିମାନା ଦେଇ ଲିଜ୍‌ଧାରୀ ଖସି ଯାଇଛନ୍ତି ।

ସୂଚନା ଅନୁସାରେ, ବେଶ କିଛିଦିନ ହେଲା ଆରୁହା ପାହାଡ଼ରେ ଚାଲିଥିବା ବେଆଇନ ପଥର ଖନନ ଜାରି ରହିଥିଲା । ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଓ ବିଜେପି ନେତ୍ରୀ ସୃତିରେଖା ପହି ଅହୋରାତ୍ର ଧାରଣାରେ ବସିଥିଲେ । ଧର୍ମଶାଳା ଥାନା ଓ ଗ୍ରାମବାସୀଙ୍କ ମିଳିତ ଚଢ଼ାଉରେ ଶରତ ଜେନାଙ୍କ ବେଆଇନ ପଥର ଖାଦାନରୁ ୫ଟି ଜେସିବି, ହିଟାଚି ମେସିନ, ୫ଟି ଟ୍ରାକ୍ଟର ସହିତ କମ୍ପ୍ରେସର, ୨ଟି ହାଇୱା ପଥର ବୋଝେଇ ଗାଡି ଏବଂ ଏକ କାଂପରରେ ପଥର ବ୍ଲାଷ୍ଟି ପାଇଁ ବ୍ୟବହୃତ ଡିନାମାଇଟ କଏଲ ଓ ବିସ୍ଫୋରକ ସାମଗ୍ରୀ ଲୋଡ ଥିବା ଗାଡି ଜବତ ହୋଇଥିଲା ।

ତଦନ୍ତ ବେଳେ ଗତ ଜାନୁଆରୀରେ ଇସି ସରିଥିଲା ବେଳେ ବେଧଡକ ଭାବେ ମେସିନରେ ଖାଦାନ ଖୋଳାଯିବା ସହ ବ୍ଲାଷ୍ଟି କରି ହଜାର ହଜାର ଟ୍ରିପ ପଥର ଉତ୍ତୋଳନ କରି ଲୁଟ ଚାଲିଥିବା ଜଣାପଡିଥିଲା । ଗ୍ରାମବାସୀ ଓ ବିଜେପି ନେତ୍ରୀ ଶ୍ରୀମତୀ ପହି ଏହାର କଡା ବିରୋଧ କରିବା ସହିତ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ରଞ୍ଜନ ମାଝୀଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମାଧ୍ୟମରେ ଧରପଗଡ ହୋଇଥିଲା ।

ଏହାପରେ ମାଇନର ମିନେରାଲ ମାଇନ୍ସ ବିଭାଗ ଡ଼ିଡ଼ିଏମଙ୍କୁ ବେଆଇନ ଖାଦାନ ଖନନ ସମ୍ୱନ୍ଧରେ ଜଣାଇଥିଲେ । ସିଜ ହୋଇଥିବା ଗାଡି ଓ ଅନ୍ୟନ ସାମଗ୍ରୀ ଉକ୍ତ ବିଭାଗକୁ ହସ୍ତାନ୍ତର କରିଥିଲେ । ମାଇନର ମିନେରାଲ ମାଇନ୍ସ ବିଭାଗ ପକ୍ଷରୁ ଏହି ଖାଦାନରେ ଧରାପଡିଥିବା ଗାଡି ଉପରେ ୪୦ଲକ୍ଷ ୨୫ହଜାର ଜରିମାନା ହୋଇଥିବା ଜଣାପଡିଛି । କିନ୍ତୁ ଖାଦାନ ମାଲିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି ।

ଅନ୍ୟପକ୍ଷରେ ଏହି ଲିଜ୍‌ଧାରୀଙ୍କ ସହ ବିଧାୟକ ଲିକୁ ସାହୁଙ୍କର କି ସମ୍ପର୍କ ରହିଛି ଏହାର ମଧ୍ୟ ଖୁଲାସା କରାଯାଉ ବୋଲି ଦାବି ହେଉଛି । ତେବେ ଲିକୁ ସାହୁ ନିଜକୁ ବିଜେପି ବୋଲି ଦାବି କରୁଥିବାରୁ ଏହି ବେଆଇନ ଖନନର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ, ସରକାର ବଦନାମ ହେବା ଏକ ନିଶ୍ଚିତ ।


Reporterspen
!-- afp header code starts here -->