Jammu Kashmir Blast: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣରେ ଘଟଣାକୁ ସପ୍ତାହେ ପୁରୁନି ପୁଣି ଥରେ କାଶ୍ମୀରର ନୌଗାମ ଥାନାରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ପୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଏବଂ ୨୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କାଶ୍ମୀରର ୯୨ ଆର୍ମି ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ କିଛିଙ୍କୁ ଶେର୍-ଏ-କାଶ୍ମୀର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି। ଏନେଇ ପୋଲିସ୍ ର ତଦନ୍ତ ଆରମ୍ଭ ହୋଉଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଫରିଦାବାଦର ଜଣେ କାଶ୍ମୀର ଡାକ୍ତର ମୁଜାମ୍ମିଲଙ୍କୁ ଗିରଫ କରିଥିଲେ। ଯାହାଙ୍କ ଠାରୁ ୩୬୦ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଥିଲା। ଉଦ୍ଧାର ହୋଇଥିବା ବିସ୍ଫୋରକଗୁଡ଼ିକୁ କାଶ୍ମୀରର ନୈଗାମ ପୋଲିସ ଷ୍ଟେସନରେ ଗଚ୍ଛିତ ରଖାଯାଇଥିଲା। ଯାହା ଫଳରେ ଶୁକ୍ରବାର (ନଭେମ୍ବର ୧୪) ନୈଗାମ୍ ପୋଲିସ ଷ୍ଟେସନରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଅଧିକାଂଶ ମୃତକ ପୋଲିସ କର୍ମଚାରୀ ଏବଂ ଫୋରେନସିକ୍ ଟିମ୍ ସଦସ୍ୟ ଥିଲେ।
ମିଳିଥିବା ସୂଚନା ଅନୁସାରେ,ବିସ୍ଫୋରଣ ପରେ,ସୁରକ୍ଷା ବାହିନୀ ନୌଗାମ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଅକ୍ଟୋବରରେ ଜମ୍ମୁ କାଶ୍ମୀର ପୋଲିସ ନୌଗାମର ଏକ କାନ୍ଥରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଏକ ପୋଷ୍ଟର ପାଇଥିଲା। ଏହି ପୋଷ୍ଟରକୁ ନଜରରେ ରଖି, ଜମ୍ମୁ ଏବଂ କାଶ୍ମୀର ପୋଲିସ ଅକ୍ଟୋବର ୧୯ ତାରିଖରେ ଏକ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଏହି ତଦନ୍ତର ଏକ ଅଂଶ ସ୍ୱରୂପ, ଜମ୍ମୁ ଏବଂ କାଶ୍ମୀର ପୋଲିସ ହରିୟାଣାର ଫରିଦାବାଦରୁ ଡାକ୍ତର ମୁଜାମ୍ମିଲଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ପରେ, ଅନ୍ୟ ଡାକ୍ତରଙ୍କୁ ଆତଙ୍କବାଦ ବୋଲି କୁହାଯାଉଥିବା ମାମଲାରେ ଅଟକ ରଖାଯାଇଛି। ତଦନ୍ତ ଏଜେନ୍ସିଗୁଡ଼ିକ ଗିରଫ ଡାକ୍ତରଙ୍କ ଏବଂ ଦିଲ୍ଲୀ ବୋମା ବିସ୍ଫୋରଣ ମଧ୍ୟରେ କୌଣସି ସମ୍ପର୍କ ଅଛି କି ନାହିଁ ତାହା ତଦନ୍ତ କରୁଛନ୍ତି।

