kuldeep yadav marriage: ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ସ୍ପିନର କୁଲଦୀପ୍ ଯାଦବ୍ ବିବାହ କରିବାକୁ ଯାଉଛନ୍ତି । ଏନେଇ କୁଲଦୀପ୍ ବିସିସିଆଇରୁ ଛୁଟି ମାଗିଛନ୍ତି । ଏବେ କୁଲଦୀପ୍ ଇଡେନ୍ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଅଂଶଗ୍ରହଣ କରୁଛନ୍ତି ।
ହେଲେ ସେ ଦ୍ୱିତୀୟ ଟେଷ୍ଟ୍ ଖେଳି ପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି । କୁଲଦୀପ ତାଙ୍କ ପିଲାଦିନର ବନ୍ଧୁ ତଥା ପ୍ରେମିକା ବଂଶିକାଙ୍କୁ ବହୁତ ଦିନ ଧରି ଡେଟ୍ କରୁଛନ୍ତି । ଏବଂ ସେମାନଙ୍କର ନିର୍ବନ୍ଧ ମଧ୍ୟ ଶେଷ ହୋଇଛି ।
ବଂଶିକା କିଏ?
ବଂଶିକା ହେଉଛନ୍ତି କୁଲଦୀପଙ୍କ ପିଲାଦିନର ବନ୍ଧୁ । ଉଭୟ ଅନେକ ବର୍ଷ ହେବ ରିଲେସନ୍-ସିପ୍ ରେ ଅଛନ୍ତି । ବଂଶିକା ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ରେ କାମ କରନ୍ତି । ଲକ୍ଷ୍ନୌର ଶ୍ୟାମ ନଗରର ବାସିନ୍ଦା ବଂଶିକା ଜୁନ୍ ୪, ୨୦୨୫ ରେ କୁଲଦୀପଙ୍କ ସହିତ ନିର୍ବନ୍ଧ କରିଥିଲେ। ଏହି ଦମ୍ପତି ନିକଟତମ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏକ ବ୍ୟକ୍ତିଗତ ଉତ୍ସବରେ ନିର୍ବନ୍ଧ କରିଥିଲେ ।
ରିଙ୍କୁ ସିଂହଙ୍କ ସମେତ କିଛି କ୍ରିକେଟର ସେମାନଙ୍କ ଏହି ନିର୍ବନ୍ଧରେ ଯୋଗ ଦେଇଥିଲେ । ଯାହାର ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା । ଏହି ଷ୍ଟାର୍ କ୍ରିକେଟରଙ୍କ ବିବାହ ଜୁନ୍ ୨୯ ତାରିଖରେ ସ୍ଥିର ହୋଇଥିଲା,କିନ୍ତୁ କୌଣସି କାରଣ ବସତଃ ଏହାକୁ ସ୍ଥଗିତ ରଖାଯାଇଛି।
ନଭେମ୍ବର ଶେଷରେ କରିବେ ବିବାହ!
ଗଣମାଧ୍ୟମ ରିପୋର୍ଟ ଅନୁସାରେ, କୁଲଦୀପ ଯାଦବ ନଭେମ୍ବର ଶେଷ ସପ୍ତାହରେ ବିବାହ କରିବେ ବୋଲି ଜଣାପଡିଛି । ଏହି କାରଣରୁ ସେ ଦକ୍ଷିଣ ଆଫ୍ରିକା ସିରିଜ୍ରେ ଦ୍ୱିତୀୟ ମ୍ୟାଚ୍ ଖେଳିପାରିବେ ନାହିଁ ।
ନଭେମ୍ବର ୨୨ ରେ ଗୌହାଟ୍ଟୀରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ ବୋଲି ଜଣାପଡିଛି । ଯଦି ବିସିସିଆଇ ତାଙ୍କୁ ଛୁଟି ପ୍ରଦାନ କରେ । ତେବେ, ସେ ଏହି ମ୍ୟାଚ୍ ଖେଳି ନପାରନ୍ତି । ନିକଟରେ ଓ୍ବେଷ୍ଟ ଇଣ୍ତିଜ୍ ବିପକ୍ଷରେ ସେ ୨ଟି ଟେଷ୍ଟ୍ ମ୍ୟାଚ୍ରେ ୧୨ ୱିକେଟ୍ ନେଇଛନ୍ତି ।

