ଭୁବନେଶ୍ୱର (ରିପୋର୍ଟର୍ସ ପେନ୍) : ଅଶାନ୍ତ ହୋଇପଡିଛି ରାଜଧାନୀ। କଥାକଥାକେ ଏଠାରେ ଗୁଳି ଫୁଟୁଥିବା ବେଳେ ଲୁଟେରାଙ୍କ ୌରାତ୍ମ୍ୟ ମଧ୍ୟ ଦିନକୁ ଦିନ ବ?ିବାରେ ଲାଗିଛି। ଏହିକ୍ରମରେ ସାମବାର ସକାଳ ସମୟରେ ରାୟଗଡରୁ ଭୁବନେଶ୍ୱର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଷ୍ଟେସନ ବଜାର ଛକ ନିକଟରୁ କେହି ଜଣେ ଦୁବୃର୍ତ୍ତ ତାଙ୍କ ମୋବାଇଲ ଫୋନ ଲୁଟ୍ କରିନେଇଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଆକ୍ରମଣର ଶିକାର ଶିକ୍ଷକ ଦ୍ୱିତୀ ଚନ୍ଦ୍ର ସାହୁ ଲିଖିତ ଅଭିଯୋଗ କରିଛନ୍ତି।
ଶିକ୍ଷକ ଦ୍ୱିତୀ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ସେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ସୋମବାର ଜୁନାଗଡ ଭୁବନେଶ୍ୱର ଟ୍ରେନ ଯୋଗେ ଆସି ସକାଳେ ପ୍ଲାଟଫର୍ମ ନମ୍ବର ୬ରେ ପହଞ୍ଚିିଥିଲେ। ସେଠାରୁ ସେ ରଙ୍ଗ ବଜାର ଯିବା ନିମନ୍ତେ ଓଲ୍ଡ ଷ୍ଟେସନ ବଜାର ନିକଟରେ ଅଟୋକୁ ଅପେକ୍ଷା କରିଥିଲେ ମଧ୍ୟ ଏହା ନ ମିଳିବାରୁ ସେ ଚାଲିଚାଲି ଷ୍ଟେସନ ବଜାର ଛକ ନିକଟକୁ ଆସିଥିଲେ। ଦ୍ୱିତୀ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ତାଙ୍କ ପଛପାଖ ମୁଣ୍ଡକୁ କେହି ଜଣେ ଏକ ଲୁହାରଡରେ ମରଣାନ୍ତକ ଆକ୍ରମଣ କରିଥିଲେ।
ଫଳରେ ସେ ତଳେ ପଡି ଯାଇଥିଲେ। ପରେ ଆକ୍ରମଣକାରୀ ଜଣଙ୍କ ତାଙ୍କ ମୋବାଇଲ ଫୋନକୁ ଛଡାଇ ନେଇ ରାସ୍ତା ଆରପାଖକୁ ଦୌଡି ପଳାଇଥିବା ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣ ଫଳରେ ଦ୍ୱିତୀଙ୍କ ମୁଣ୍ଡରେ ୨୫ଟି ଷ୍ଟିଚ ପଡିଥିବା ଜଣାପଡିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ଆରମ୍ଭ କରିଛି।