Manas Murder case: ଜଟଣୀ ହତ୍ୟା ଘଟଣା: ଧରାପଡିଲା ମୁଖ୍ୟ ଅଭିଯୁକ୍ତ, ୪ ଫେରାର

Reporterspen

Manas Murder case: ଭୁବନେଶ୍ୱର/ଜଟଣୀ, (ରିପୋଟର୍ସ ପେନ୍‌) : ଜଟଣୀ ମାନସ ଦଳେଇ ହତ୍ୟାକାଣ୍ଡରେ ପୋଲିସକୁ ସଫଳତା ମିଳିଛି । ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡକୁ ପୋଲିସ କାବୁ କରିଛି । ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ଜଣକ ଉପରବସ୍ତ ଭିଁପୁରର ସ୍ୱପ୍ନେଶ୍ୱର ବଳିଆରସିଂହ ଓରଫ ସପନୀ । ଏହି ଘଟଣାରେ ସଂପୃକ୍ତ ଥିବା ସପନୀର ଦୁଇ ଭାଇ ସହ ୪ଜଣ ଫେରାର ହୋଇଯାଇଛନ୍ତି । ତେବେ ବଟି ମାଗି ଅତିଷ୍ଟ କରୁଥିବାରୁ ଅଭିଯୁକ୍ତମାନେ ମାନସକୁ ହତ୍ୟା କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ସପନୀ ଓ ଦୁଇ ଭାଇ ଟ୍ରକ ବ୍ୟବସାୟ କରିବା ମୋରମ ଟ୍ରାସପୋର୍ଟ କରନ୍ତି । ରାତିରେ ବେଆଇନ ଭାବେ ସପନୀ ଓ ତାର ଭାଇମାନେ ମୋରମ ଚାଲାଣ କରୁଥିବାରୁ ମୃତ ମାନସ ତାଙ୍କୁ ଟାର୍ଗେଟ କରିଥିଲା । ମାନସ ଓ ତାର ସହଯୋଗୀମାନେ ରାତିରେ ଜଟଣୀ ମୁଖ୍ୟ ରାସ୍ତାରେ ଜଗି ପ୍ରତି ଗାଡି ଠାରୁ ମୋଟା ଅଙ୍କର ବଟି ଅସୁଲ କରୁଥିଲେ । ବେଶ କିଛିଦିନ ହେଲା ମାନସ ଗାଡି ପିଛା ୫୦୦ ଟଙ୍କା ବଟି ନେଉଥିଲା । ଏବେ କିନ୍ତୁ ଗାଡି ପିଛା ୧୦୦୦ଦାବି କରିଥିଲା । ଟଙ୍କା ଅଧିକ ମାଗିବାରୁ ସପନୀ ଆଉ ବଟି ଦେବାକୁ ମନା କରିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦର ସୁତ୍ରପାତ ହୋଇଥିଲା ।

ସେହିପରି କିଛିଦିନ ତଳେ ମୁଣ୍ଡୁଳି ଗାଁର ଦୁଇ ଜଣଙ୍କ ସହ ମାନସର ଗଣ୍ଡଗୋଳ ହୋଇଥିଲା । କ୍ୟାନସର ହସପିଟାଲକୁ ବାଲି ଯୋଗାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ମାନସର ଗୁଣ୍ଡାରାଜରେ ଏମାନେ ସବୁ ଅତିଷ୍ଠ ହୋଇପଡିଥିଲେ । ପରେ ମାନସକୁ ରାସ୍ତାରୁ ହଟାଇବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ । ଗତକାଲି ରାତିରେ ୱାନ ଟାଇମ ସେଟେଲମେଣ୍ଟ କରିବାକୁ କହି ମାନସକୁ ଡାକିଥିଲେ । ମାନସ ଦୁଇ ସହଯୋଗୀଙ୍କ ସହ ସେଠାରେ ପହଞ୍ଚିବା ପରେ ପାଟିତୁଣ୍ଡ ହୋଇଥିଲା । ପରେ ପୂର୍ବରୁ ପ୍ରସ୍ତୁତ ଥିବା ସପନୀ ଓ ତାର ସହଯୋଗୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ମାନସର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲା । ପୋଲିସ ସପନୀକୁ ଅଟକ ରଖି ପଚରାଉଚରା କରିବା ସହ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ କରୁଛି ।


Reporterspen
!-- afp header code starts here -->