ନାବାଳିକା ଗଣବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତ ପାଖରେ ପୋଲିସ ଅପହଞ୍ଚ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌): ଧଉଳି ଥାନା ଅନ୍ତର୍ଗତ ଦୟା ନଦୀ ପଠାରେ ଗତ ୧୦ ତାରିଖ ସନ୍ଧ୍ୟାରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଗଣଦୁର୍‌ଷ୍କମ କରାଯାଇଥିଲା । ଏହି ଘଟଣାକୁ ଇତିମଧ୍ୟରେ ୬ ଦିନ ବିତିଥିଲେ ମଧ୍ୟ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ବିଫଳ ହୋଇଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ହାପିର ଘର ସ୍ଥାନୀୟ ଅଞ୍ଚଳରେ ହୋଇଥିବା ବେଳେ ସେ ଘଟଣାର ୪ ଦିନ ତଳେ ଜାମିନରେ ଆସି ପୁଣିଥରେ ଏଭଳି ଏକ ନାରକୀୟକାଣ୍ଡ ଭିଆଇ ଘଟଣା ପରଠାରୁ ଫେରାର ହେବାରେ ସଫଳ ହୋଇଛି, କିନ୍ତୁ ପୋଲିସ ଅକ୍ଷ୍ଣ ମାମଲା ଭଳି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ନ ଧରି ସହଯୋଗୀ ଦୁଇଜଣଙ୍କୁ ଧରି ବାହାବା ନେବାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ରାଜ୍ୟର ରାଜଧାନୀରେ ଏଭଳି ଏକ ଲୋମହର୍ଷକ ଘଟଣା ଘଟିଥିଲେ ମଧ୍ୟ କମିଶନରେଟ ପୋଲିସର ମୁଖ୍ୟ ପୋଲିସ କମିଶନର କିମ୍ବା ଭୁବନେଶ୍ୱର ଅର୍ବାନ ପୋଲିସ ମୁଖ୍ୟ ଡିସିପି ଏନେଇ ପଦୁଟିଏ ମୁହଁ ନ ଖୋଲିବା ପୋଲିସ ପ୍ରଶାସନ ପୀଡିତାଙ୍କୁ ନ୍ୟାୟ ଦେବାରେ କେତେମାତ୍ରାରେ କୁଣ୍ଠାବୋଧ କରୁଛି ତାହାକୁ ପ୍ରମାଣିତ ହେଉଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିବା ଆରମ୍ଭ କଲେଣି । ଏହାରି ମଧ୍ୟରେ ମଙ୍ଗଳବାର ରାଜ୍ୟ ମହିଳା କମିଶନରଙ୍କ ର୍ନିେଶରେ କମିଶନରଙ୍କ ଏକ ଟିମ୍ ମହିଳା କମିଶନ ସଦସ୍ୟା ଉର୍ମିଲା ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ କରିଛନ୍ତି । ଏଥିସହ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସାମିଲ ଥିବା ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେର୍ଶ ଦେଇଛନ୍ତି । ସେହିପରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମଧ୍ୟ ନିଜ ତରଫରୁ ଏନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କ ଠାରୁ ମୋବାଇଲ ଫୋନ ଜବତ କରି ଏଥିରେ ଘଟଣା ସମୟର ଭିଡିଓକୁ ଯାଞ୍ଚ କରିବାକୁ ଫୋନଟିକୁ ଫରେନ୍ସିକ ଲ୍ୟାବ୍‌କୁ ପଠାଇଥିବା ବେଳେ ଦୁଇ ଅଭିଯୁକ୍ତଙ୍କର ଟିଆଇ ପ୍ୟାରେଡ କରିବାକୁ କୋର୍ଟରେ ଆବେଦନ କରିଛି । ସେହିପରି ମୁଖ୍ୟ ଅଭିଯୁକ୍ତ ହାପିକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢଉକୁ ଜୋରଦାର କରିଥିବା ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ମାମଲାର ମୁଖ୍ୟ ଅଭିଯୁକ୍ତ ହାପି ଜଣେ ପେଶାଦାର ଅପରାଧୀ ହୋଇଥିବା ବେଳେ ତା’ ସଂକ୍ରାନ୍ତରେ ପୋଲିସ ନିକଟରେ ସବିଶେଷ ତଥ୍ୟ ରହିନାହିଁ କାହିଁକି, ହାପିର ପରିବାର ଓ ନିକଟ ସମ୍ପର୍କୀୟଙ୍କୁ ପୋଲିସ ପଚରାଉଚରା କରୁନାହିଁ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏସବୁ ମଧ୍ୟରେ ସ୍ଥାନୀୟ ଅଞ୍ଚଳରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କର ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହ ଘନିଷ୍ଠତା ଥିବା କାରଣରୁ ସେମାନେ ବାରମ୍ବାର ଏଭଳିକାଣ୍ଡ ଭିଆଉଥିବା ନେଇ ଅଭିଯୋଗ ହୋଇଆସୁଛି । ଏପରିକି ଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିଲେ ମଧ୍ୟ ତାହାକୁ ଯଥା ସମ୍ଭବ ଚାପି ଦିଆଯାଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଏପରିକି ସ୍ଥାନୀୟ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଆୌ ହେଉ ନ ଥିବାରୁ ଦିନକୁ ଦିନ ଧଉଳି ଅଞ୍ଚଳରେ ଅପରାଧ ଉପରମୁହାଁ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ସନ୍ଧ୍ୟା ୬ଟା ସମୟରେ ସ୍ଥାନୀୟ ଏକ ଘରୋଇ କଲେଜର ଜଣେ ଛାତ୍ରୀ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ଧଉଳି ଅଞ୍ଚଳକୁ ବୁଲିବାକୁ ଆସିଥିଲେ । ପରେ ସନ୍ଧ୍ୟାରେ ସେ ନଦୀପଠା ରାସ୍ତା ଦେଇ କଲେଜକୁ ଫେରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ହାପି ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀ ବାଙ୍କୀ ଅଞ୍ଚଳର ବିଭୁ ପ୍ରସାଦ ମିଶ୍ର ଓ କଟକ ଓଲଟପୁରର କାଳନ୍ଦୀ ପାତ୍ର ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଇ ଗଣ ଦୁର୍‌ଷ୍କମ କରିଥିଲେ । ଏହି ସମୟରେ ଏହାକୁ ପ୍ରତିବାଦ କରିଥିବା ତାଙ୍କ ପୁରୁଷ ବନ୍ଧୁଙ୍କୁ ଦୁବୃର୍ତ୍ତମାନେ ମରଣାନ୍ତକ ଆକ୍ରମଣ କରି ତାଙ୍କ ପାଖରୁ ଚେନ୍ ଏବଂ ଟଙ୍କା ଲୁଟ୍ କରି ନେଇ ଫେରାର ହୋଇଯାଇଥିଲେ । ଏପରିକି ଅଭିଯୁକ୍ତମାନେ ନାବାଳିକା ଛାତ୍ରୀଙ୍କୁ ବଳାକ୍ଖାର କରୁଥିବା ସମୟରେ ଏହାର ଭିଡିଓ ମୋବାଇଲରେ ସୁଟିଂ କରି ଏହି ଘଟଣା ଅନ୍ୟ କେଉଁଠି କହିଲେ ଏହାକୁ ଭାଇରାଲ କରି ଦେବାର ଧମକ ଦେଉଥିଲେ । ଏହି ଘଟଣା ପରେ ଏହାକୁ ନେଇ ରାଜନୈତିକ ବୟାନବାଜୀ ଜୋର ଧରିଛି ।


Reporterspen