ଶୋଭାଯାତ୍ରାରେ ବିଧାୟକଙ୍କ ଫାଙ୍କା ଗୁଳିଚାଳନା, ଭିଡିଓ ଭାଇରାଲ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌) : ବଲାଙ୍ଗିର ଟିଟିଲାଗଡ଼ରେ ରାମ ନବମୀ ଅବସରରେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ଏହି ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ସହିତ ଅନ୍ୟାନ୍ୟ ଜନ ପ୍ରତିନିଧି ଓ ବରିଷ୍ଠ ନାଗରିକ ଶୋଭାଯାତ୍ରାରେ ଭାଗ ନେଇଥିଲେ ।  ଶୋଭାଯାତ୍ରାଟି ଟିଟିଲାଗଡ଼ ସହରର ପୁରୁଣା ବ୍ୟାଙ୍କ ଛକରେ ପହଞ୍ଚିବା ପରେ ବିଧାୟକ ନବୀନ ଜୈନ ନିଜ ପିସ୍ତଲରୁ ଫାଙ୍କ ଗୁଳି ଚାଳନା କରିଥିଲେ  l

ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଓ ତାଙ୍କ ପିଏସ୍‌ଙ୍କ ନାଁରେ ମାମଲା ରୁଜୁ ହୋଇଛି । ଟିଟିଲାଗଡ଼ ଥାନାରେ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ । ରାମନବମୀରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ବ୍ଲାଙ୍କ ଫାୟାରିଂ ପାଇଁ ମାମଲା ହୋଇଛି । ବିଧାୟକ ଜୈନଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଫାୟାରିଂ ଅଭିଯୋଗରେ ମାମଲା ହୋଇଥିବା ସମୟରେ ବିଧାୟକ କହିଛନ୍ତି ତାହା ଖେଳନା ବନ୍ଧୁକ ଥିଲା । ବନ୍ଧୁକକୁ ଜବତ କରି ତଦନ୍ତ କରୁଛି ଟିଟିଲାଗଡ଼ ପୋଲିସ ।

ବିଧାୟକ ନବୀନ ଜୈନଙ୍କ ଫାଙ୍କା ଗୁଳିଚାଳନା ଘଟଣାରେ ପିଏସ୍‌ଓ ପ୍ରେମଚାନ୍ଦ ନାଗ୍‌ଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଡାକରା ଆସିଥିଲା । ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବଲାଙ୍ଗିର ଏସ୍‌ପି । ଅନ୍ୟପକ୍ଷରେ ଏହା ବିଧାୟକ ଜୈନଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବୋଲି କହିଥିଲେ ଏସପି । ବନ୍ଧୁକକୁ ଜବତ କରି ତଦନ୍ତ କରାଯାଉଛି ବୋଲି ବଲାଙ୍ଗିର ଏସ୍‌ପି କହିଛନ୍ତି । ଘଟଣା ସମ୍ବେଦନଶୀଳ ହୋଇଥିବାରୁ ଉତ୍ତରାଞ୍ଚଳ ଆଇଜି ପହଞ୍ଚିଥିଲେ ।


Reporterspen