Odisha Bandh : ଭୁବନେଶ୍ୱର (ରିପୋଟର୍ସ ପେନ୍) : ଆଜି ଜୁଲାଇ ୧୭, ୨୦୨୫ରେ ଓଡ଼ିଶା ବନ୍ଦକୁ ସଫଳ କରିଥିବାରୁ ରାଜ୍ୟର ଜନସାଧାରଣଙ୍କୁ କେଂଗ୍ରସ ସହିତ ଆଠଟି ବିରୋଧୀ ରାଜନୈତିକ ଦଳ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି। ମିଳିତ ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ଯେ ଏହି ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିଥିବା ଯୋଗୁଁ ରାଜ୍ୟବାସୀ, ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ, ଟ୍ରେଡ୍ ୟୁନିୟନ, କୃଷକ ସଂଗଠନ, ମହିଳା, ଯୁବକ, ଛାତ୍ର, ଓକିଲ, ବ୍ୟବସାୟୀ ସଙ୍ଘ ଏବଂ ସମାଜର ସମସ୍ତ ବର୍ଗଙ୍କୁ ଧନ୍ୟବାଦ େଦଇଥିେଲ। ରାଜ୍ୟବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଯୋଗୁଁ ଏହି ବନ୍ଦ ସଫଳ ହୋଇଥିଲା। ଏହି ବନ୍ଦ ଜନଗଣଙ୍କ ବନ୍ଦରେ ପରିଣତ ହୋଇଛି ବୋଲି ମିଳିତ ବିରୋଧୀ ଦଳ କହିଛନ୍ତି।
ଫକୀର ମୋହନ ମହବିଦ୍ୟାଳୟର ଛାତ୍ରୀଙ୍କୁ ହୋଇଥିବା ବ୍ୟବସ୍ଥାକୃତ ହତ୍ୟାର ନ୍ୟାୟିକ ତଦନ୍ତ ଦାବି ସହିତ ଡବଲ ଇଞ୍ଜିନ ବିଜେପି ସରକାରଙ୍କ କୁଶାସନ, ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପ୍ରତି ଅବହେଳା ଏବଂ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ଏହି ବନ୍ଦ ଆହ୍ଵାନ ଦିଆଯାଇଥିଲା। ବଜାର, ପରିବହନ, ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍, ବ୍ୟାଙ୍କ୍ ଏବଂ ବୀମା ଭଳି ରାଷ୍ଟ୍ରାୟତ ଉଦ୍ୟୋଗ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ତେବେ, ଅତ୍ୟାବଶ୍ୟକ ସେବା, ଆମ୍ବୁଲାନ୍ସ ଏବଂ ରୋଗୀଙ୍କ ଚିକିତ୍ସା ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଥିଲା।