Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍) : ବାଲେଶ୍ୱର ଏଫଏମ ଛାତ୍ରୀ ଆତ୍ମହୂତି ଘଟଣାରେ ବିରୋଧୀ ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଘେରିବା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ କହିଥିଲେ, ପୀଡତା ତାଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ସେ ଏସପି ଓ କଲେଜ ପ୍ରିନ୍ସପାଲ୍ଙ୍କୁ ଏକଧିକ ଥର ଜଣାଇଥିଲେ । ସାଂସଦ ତାଙ୍କ ଦାୟିତ୍ୱ ସଠିକ ଭାବେ ତୁଲାଇଛନ୍ତି । ହେଲେ ଏସପି ଓ ପ୍ରିନ୍ସପାଲ ଅବହେଳା କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଶାସକ ଦଳର ସାଂସଦ ଏସପି ଓ ପ୍ରିନ୍ସପାଲଙ୍କୁ ଜଣାଇବା ପରେ କାହିଁକି କେହି ପଦକ୍ଷେପ ନେଲେନାହିଁ? ବିଜେପି ଶାସନରେ କ’ଣ ଅଫିସର ରାଜ ଚାଲିଛି କି?
ବିଜେଡି ସରକାରରେ ଅମଲାତନ୍ତ୍ରକୁ ବିଶେଷ ଗୁରୁତ୍ୱ ବେଶ ଚର୍ଚ୍ଚାରେ ରହିଥିଲା । ପ୍ୟାରୀବାବୁଙ୍କ ପରେ ପାଣ୍ଡିଆନ ଯେଭଳି ପାୱାରଫୁଲ ଥିଲେ ଏବଂ ଅମଲାଙ୍କୁ ଅତ୍ୟଧିକ କ୍ଷମତା ଦିଆଯିବା ଦୃଷ୍ଟିରୁ ବିଜେଡି ସରକାରରେ ଅଫିସରରାଜ ଚାଲିଥିବା କୁହାଯାଉଥିଲା । ଏବେ ବିଜେପି ସରକାର ଗଠନକୁ ବର୍ଷେ ଏକମାସରୁ ଅଧିକ ସମୟ ବିତିଲାଣି । ବିଧାୟକ ଓ ମନ୍ତ୍ରୀଙ୍କ କଥା ଅଫିସର ଶୁଣୁନଥିବା କୁହାଯାଉଛି । ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାରର ପ୍ରାରମ୍ଭିକ ପର୍ଯ୍ୟାୟରେ ଚର୍ଚ୍ଚା ହେଉଥିଲା ବେଣୁ-ଯୁଗଳ-ପ୍ୟାରୀ। ପରବର୍ତୀ ସମୟରେ ଆଇଏଏସରୁ ରାଜନେତା ପ୍ୟାରୀମୋହନ ମହାପାତ୍ର ଦୀର୍ଘ ଦିନଧରି ପାୱାରଫୁଲ ଥିଲେ ମଧ୍ୟ ଅଫିସରମାନଙ୍କ ଦବଦବା ବିଶେଷ ଦେଖାଯାଇନଥିଲା। ପାଖାପାଖି ୨୦୧୯ ବେଳକୁ ପାୱାରଫୁଲ ଆଇଏଏସ୍ ଅଫିସର ପାଣ୍ଡିଆନଙ୍କ ନା ଚର୍ଚ୍ଚାକୁ ଆସିଲା ।
ଯଦିଓ ପାଣ୍ଡିଆନଙ୍କ ନାଁ ପୂର୍ବରୁ ମଧ୍ୟ ଚର୍ଚ୍ଚା ହେଉଥିଲା କିନ୍ତୁ ୨୦୧୯ ନିର୍ବାଚନ ପରେ ତାଙ୍କ ‘ପାୱାର’ ଲୋକ ଲୋଚନକୁ ଆସିଲା। ଏହାର କାରଣ ତାଙ୍କୁ ନବୀନଙ୍କ ସଫଳତାର ସର୍ବଶ୍ରେଷ୍ଠ ସୂତ୍ରଧର ବୋଲି ଦଳୀୟ ନେତା ମାନୁଥିଲେ । ପ୍ୟାରୀ ଏବଂ ପାଣ୍ଡିଆନଙ୍କ ମଧ୍ୟରେ ଫରକ ଏତିକି ଯେ,ପ୍ୟାରୀ ଚାକିରି ପରେ ସକ୍ରିୟ ରାଜନୀତିକୁ ଆସିଥିଲେ ଏବଂ ପାଣ୍ଡିଆନ ଚାକିରିରେ ଥାଇ ମୁଖ୍ୟମନ୍ତ୍ରୀଙ୍କ ଭଳି କ୍ଷମତା ହାତକୁ ନେଇଥିଲେ। ଯାହାର ତୀବ୍ର ବିରୋଧ ଓ ବିବାଦ ପରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗଦେଲେ। ପାଣ୍ଡିଆନଙ୍କ ସମୟରେ ଶାସନତନ୍ତ୍ରଠାରୁ ଅମଲାତନ୍ତ୍ରକୁ ପାୱାରଫୁଲ ଧରାଯାଉଥିଲା । ମନ୍ତ୍ରୀ ଓ ବିଧାୟକଙ୍କ ଭଳି ଜନପ୍ରତିନିଧିଙ୍କ କ୍ଷମତାକୁ ଗୌଣ କରି ଅଫିସରମାନଙ୍କୁ ଅଧିକ କ୍ଷମତାଶାଳୀ କରିବାର ବହୁ ଘଟଣାରୁ ବିବେଚନା କରାଗଲା । ସରକାରଙ୍କ ଗୁଡବୁକରେ ଥିବା ଅନେକ ଅଫିସର ସ୍ୱେଚ୍ଛାକୃତ ଅବସର ନେଇ ଶାସକ ଦଳ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିଛନ୍ତି ।
ରାଜ୍ୟରେ ବିଜେପି ସରକାର ଶାସନ ମଙ୍ଗ ଧରିବା ପରେ ବିଧାୟକ, ମନ୍ତ୍ରୀ, ନେତାଙ୍କ ଠାରେ ଗୋଟିଏ କଥା ଶୁଣିବାକୁ ମିଳିଲା ଯେ, ରାଜ୍ୟରେ ବିଜେପି ସରକାର ଶାସନ ମଙ୍ଗ ଧରିବା ପରେ ବିଧାୟକ, ମନ୍ତ୍ରୀ, ନେତାଙ୍କ ଠାରେ ଗୋଟିଏ କଥା ବ୍ୟାପକ ଶୁଣିବାକୁ ମିଳିଲା ଯେ “ଅଫିସରମାନେ ଆମ କଥା ଶୁଣୁନାହାନ୍ତି । ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ ଯୋବ୍ରା ସ୍ଥିତ ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ ସଂସ୍ଥାକୁ ଅଚାନକ ଗସ୍ତ ବେଳେ ସଂସ୍ଥାର ଅତରିକ୍ତ ନିଦେ୍ର୍ଦଶକ ତାଙ୍କ ଦାବିକୁ ଅଗ୍ରାହ୍ୟ କରିବା ସହ ମନମାନୀ କରିଥିବା ର୍ଦଶାଇଲେ। ମୁଖ୍ୟମନ୍ତ୍ରୀଙ୍କ କଥା ବିଡିଓମାନେ ଶୁଣୁ ନଥିବା ନିଜେ ମୋହନ ମାଝୀ ସର୍ବସାଧାରଣରେ କ୍ଷୋଭ ପ୍ରକାଶ କରିଥିଲେ । ଏବେ ବି ବିଭିନ୍ନ ଅଫିସରେ ‘ପାଣ୍ଡିଆନରାଜ’ ବଳବତର ରହିଥିବା କଥା ଶୁଣାଗଲା ।
ଆଉ ଏଭଳି ସ୍ଥିତିରେ ସାମ୍ନାକୁ ଆସିଥିବା ବିଏମସି ଅଫିସରେ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଘଟଣା ରାଜ୍ୟ ତଥା ଦେଶରେ ଆଲୋଡନ ସୃଷ୍ଟି କଲା. ଖାଲି ସେତିକି ନୁହେଁ ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତନାର ଶୀକାର ହେବାପରେ ବାଲେଶ୍ୱର ସଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଜଣାଇଥିଲେ. ଏସଂର୍ପକରେ ଶ୍ରୀ ଷଡ଼ଙ୍ଗୀ ବାଲେଶ୍ୱର ଏସପିଙ୍କୁ ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଥିବା କହୁଥିବାବେଳେ ବାଲେଶ୍ୱର ଏସପି ସାଂସଦଙ୍କ ଶୁଣିନଥିଲେ\। ଯଦି ସାଂସଦଙ୍କ କଥା ଏସପି ଶୁଣୁନାହାନ୍ତି, ତେବେ ଏଠାରେ ଜନପ୍ରତିନିଧିଙ୍କ ଅପେକ୍ଷା ପ୍ରଶାସକଙ୍କ କ୍ଷମତା ଅଧିକ ମେନେହେଉଛି। ଏପଟେ ସରକାର ବଦନାମ ହେଉଛନ୍ତି । ବାସ୍ତବରେ ଏଠାରେ ଲୋକଙ୍କ ସରକାର କାମ କରୁଛି ନା ପୁଣି ସେଇ ପୁରୁଣା ଚର୍ଚ୍ଚା ‘ରାଜ୍ୟରେ ଅଫିସର ରାଜ୍’ ଚାଲିଛି, ତାହା ଏବେ ସନେ୍ଦହ ସୃଷ୍ଟି କରିଛି ।