ଭୁବନେଶ୍ୱର, (ରିପୋଟର୍ସ ପେନ୍): ବିଜେପି ସରକାର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ପ୍ରତିଶୃତିବଦ୍ଧ । ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିରୁ ଚାଷୀମାନଙ୍କୁ ଫସଲର ସୁରକ୍ଷା ଓ ଚିନ୍ତାମୁକ୍ତ ରଖିବା ପାଇଁ ୨୦୧୬, ଫେବୃଆରୀ ୧୬ ତାରିଖ ଦିନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଶୁଭାରମ୍ଭ କରିଥିଲେ ।
ବନ୍ୟା, ବାତ୍ୟା, ମରୁଡି ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରବାବିତ ଚାଷୀଙ୍କୁ ଏହି ଯୋଜନାରେ ଆର୍ଥୀକ ଋଣ ବା ସହାୟତା ମିଳିଥାଏ । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ପଂଜୀକରଣ ଅବଧି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଥିଲା । ମାତ୍ର ଓଡିଶାର ଚାଷୀକୁଳର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ଗତ କାଲି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି ।
ଏହି ନିଷ୍ପତି ରାଜ୍ୟର ଅଗଣିତ ଚାଷୀ ଭାଇଭଉଣୀଙ୍କ ମନରେ ଖୁସି ଆଣିଦେଇଛି । ଏହା ଦ୍ୱାରା ବଂଚିତ ହୋଇଥିବା ଚାଷିମାନେ ନିଜ ନାମ ପଂଜୀକରଣ କରିବାରେ ସଫଳ ହେବେ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟବାସିଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ।