ହାଇଦ୍ରାବାଦ, ୦୫।୦୪: ଆଇପିଏଲ୍ ୧୯ତମ ସଂସ୍କରଣର ଦଶମ ମ୍ୟାଚ୍ରେ ଲକ୍ଷେ୍ନø ସୁପର ଜ୍ୟାଣ୍ଟସ୍ ବିଜୟୀ ହୋଇଛି। ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆୟୋଜକ ସନ୍ରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟ୍ରେ ପରାସ୍ତ କରିଛି। ୧୫୭ ରନ୍ର ବିଜୟ ଲକ୍ଷ୍ୟକୁ ୧୯.୫ ଓଭର (୧୬୦ ରନ୍)ରେ ୫ୱିକେଟ୍ ହାସଲ କରିଛି। ୱିକେଟ୍କିପର ତଥା ଅଧିନାୟକ ଋଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷେ୍ନø ଚଳିତ ଆଇପିଏଲ୍ରେ ପ୍ରଥମ ଥର ବିଜୟ ହାସଲ କରିଛି। ଦଳ ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାସ୍ତ ହୋଇଥିଲା। ଅନ୍ୟପଟରେ ହାଇଦ୍ରାବାଦ ଟିମ୍ ଦ୍ୱିତୀୟ ଥର ପରାସ୍ତ ହୋଇଛି। ଏହା ପୂର୍ବରୁ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଠାରୁ ପରାସ୍ତ ହୋଇଥିଲା ବେଳେ କୋଲକାତା ନାଇଟ୍ ରାଇଡର୍ସକୁ ୬୫ ରନ୍ରେ ପରାସ୍ତ କରିଥିଲା।
ଲକ୍ଷେ୍ନø ପାଇଁ ନିଜେ ଅଧିନାୟକ ଲଢିଥିଲେ। ସେ ଅପରାଜିତ ରହି ଅର୍ଦ୍ଧଶତକ (୬୮ ରନ୍) ହାସଲ କରିଥିଲେ। ସେ ୫୦ଟି ବଲ୍ ସାମ୍ନା କରି ୮ଟି ଚୌକା ମାରିଥିଲେ। ଲକ୍ଷେ୍ନøର ପ୍ରାରମ୍ଭିକ ବ୍ୟାଟିଂ ଭଲ ଥିଲା ବେଳେ ସ୍କୋର ୩୭ ରନ୍ରେ ମିଚେଲ ମାର୍ସ ଆଉଟ୍ ହୋଇଥିଲେ। ସେ ୧୨ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ୧୪ ରନ୍ ସଂଗ୍ରହ କରିଥିଲେ। ଆଇଦେନ୍ ମାର୍କରାମ ଏବଂ ଋଷଭ ପନ୍ତ ଦ୍ୱିତୀୟ ୱିକେଟ୍ ପାଇଁ ୪୦ ରନ୍ର ଭାଗିଦାରୀ କରିପାରିଥିଲେ। ମାର୍କରାମ ବ୍ୟକ୍ତିଗତ ଭାବେ ୪୫ ରନ୍ କରିଥିଲେ। ସେ ୨୭ଟି ବଲ୍ ଖେଳି ୬ଟି ଚେ?କା ଏବଂ ୨ଟି ଛକା ମାରିଥିଲେ।
ଟସ୍ ଜିତି ଲକ୍ଷେ୍ନø ଟିମ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଘରୋଇ ଟିମ୍ ବ୍ୟାଟିଂ କରିଥିଲା। ହାଇଦ୍ରାବାଦ୍ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରିଛି। ଫଳରେ ଲକ୍ଷେ୍ନø ଟିମ୍କୁ ଏହି ମ୍ୟାଚ୍ ବିଜୟ ପାଇଁ ୧୫୭ ରନ୍ର ଟାର୍ଗେଟ ମିଳିଛି।
ଲକ୍ଷେ୍ନø ତରଫରୁ ମହମ୍ମଦ ସାମି, ପ୍ରିନ୍ସ ଯାଦବ ଏବଂ ଆଭେସ ଖାନ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଦିଗବେଶ ସିଂହ ରଥି ଏବଂ ମଣିମାରଣ ସିଦ୍ଧାର୍ଥ ଗୋଟିଏ ଲେଖଏଁ ୱିକେଟ୍ ଅକ୍ତିଆର କରିଥିଲେ।
ହାଇଦ୍ରାବାଦ୍ ପାଇଁ ହେନ୍ରିକ୍ କ୍ଲ।।ସେଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୧ଟି ବଲ୍ ଖେଳି ୬୨ ରନ୍ କରିଥିଲେ। ଏଥିରେ ସେ ୫ଟି ଚୌକା ଏବଂ ୨ଟି ଛକା ସାମିଲ କରିଥିଲେ। ସେହିପରି ନୀତିଶ କୁମାର ରେଡ୍ଡୀ ୩୩ଟି ବଲ୍ ଖେଳି ୩ଟି ଚୌକା ଏବଂ ୫ଟି ଛକା ବଳରେ ୫୬ ରନ୍ ସଂଗ୍ରହ କରିଥିଲେ।
ହାଇଦ୍ରାବାଦ୍ର ପ୍ରାରମ୍ଭିକ ବ୍ୟାଟିଂ ବହୁତ ଖରାପ ଥିଲା। ସ୍କୋର ୨୬ ରନ୍ ବେଳକୁ ଦଳ ୪ଟି ମୂଲ୍ୟବାନ ୱିକେଟ୍ ହରାଇ ସାରିଥିଲେ। ଅଭିଷେକ ଶର୍ମା, ଟ୍ରାଭିସ ହେଡ୍, ଈଶାନ କିଶନ ଏବଂ ଲିଆମ ଲିଭିଂଷ୍ଟୋନ ଶସ୍ତାରେ ଆଉଟ୍ ହୋଇଥିଲେ। ଦଳ ପାଇଁ ବିସ୍ଫୋରକ ବ୍ୟାଟର ଟ୍ରାଭିସ୍ ଏବଂ ଅଭିଷେକ ଶର୍ମା ବ୍ୟାଟିଂ ଆରମ୍ଭ କରିଥିଲେ। କିନ୍ତୁ ଉଭୟଙ୍କର ପ୍ରଦର୍ଶନ ଉତ୍ସାହଜନକ ନଥିଲା। ଟ୍ରାଭିସ୍ ୮ଟି ବଲ୍ ଖେଳି ଗୋଟିଏ ଚୌକା ସହାୟତାରେ ମାତ୍ର ୭ରନ୍ କରି ଆଉଟ୍ ହୋଇଥିଲା ବେଳେ ଅଭିଷେକ ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ। ଅଧିନାୟକ ଈଶାନ କିଶନ ମଧ୍ୟ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ।

