Sheikh Hasina: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫାଶୀ ଦଣ୍ଡାଦେଶ

Reporterspen

Sheikh Hasina: ଢାକା: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ନରସଂହାର ମାମଲାରେ ବାଂଲାଦେଶ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ର୍ । ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ହୋଇଥିଲା ମାମଲା । ହସିନାଙ୍କ ବିରୋଧରେ ଜୁଲାଇ ବିଦ୍ରୋହ ସମୟରେ ନିରସ୍ତ୍ର ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ଦେବା ଅଭିଯୋଗ ଥିଲା । ତେବେ କୋର୍ଟଙ୍କ ଏହି ନିଷ୍ପ୍‌ତି ହସିନାଙ୍କ ପାଇଁ ଅଡୁଆ ସୃଷ୍ଟି କରିଥିଲା । ପ୍ରଥମେ ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବାଂଲାଦେଶ କୋର୍ଟ ।

ଇଣ୍ଡରନ୍ୟାସନାଲ କ୍ରାଇମ୍ ଟ୍ରିବ୍ୟୁନାଲ୍ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ଯାହାର ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ଜଷ୍ଟିସ ଗୁଲାମ ର୍ମୁତାଜାଙ୍କ ଖଣ୍ଡପୀଠ ଶେଷରେ ହସିନାଙ୍କ ବିରୋଧରେ ରାୟ ଦେଇଛନ୍ତି । ପ୍ରାୟ ୪୦୦ ପୃଷ୍ଠାର ଦସ୍ତାବିଜ ପଢିବା ପରେ କୋର୍ଟ ରାୟ ଦେଇଥିଲେ । ୬ଟି ପର୍ଯ୍ୟାୟରେ ରାୟ ପ୍ରକାଶ ପାଇଥିଲା । ଯାହା ହସିନାଙ୍କ ବିରୋଧରେ ଯାଇଛି । ବିକ୍ଷୋଭ ବେଳେ ସେ ପୋଲିସକୁ ନିରସ୍ତ୍ର ଜନତାଙ୍କ ଉପରେ ଗୁଳି କରିବାକୁ ନିର୍ଦେ୍‌ଦଶ ଦେଇଥିଲେ । ଯାହା ମାନବିକତାକୁ ଉଲ୍ଲଙ୍ଘନ କରୁଥିବା କୋର୍ଟ ଦର୍ଶାଇଥିଲେ । ଶେଷରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ ।

ସୂଚନା ଅନୁଯାୟୀ, ରାୟ ପ୍ରଦାନ କରିବା ସମୟରେ, କୋର୍ଟ ହସିନାଙ୍କ ଅଡିଓ ମଧ୍ୟ ଜାରି କରିଥିଲେ । ଯାହା ବାଂଲାଦେଶରେ ଭାଇରାଲ ହୋଇଥିଲା । ଏହି ଅଡିଓରେ, ହସିନା ପୋଲିସ ମୁଖ୍ୟଙ୍କୁ ଲୋକଙ୍କ ଉପରେ ଗୁଳି ଚଳାଇବାକୁ କହୁଥିବା ଶୁଣିବାକୁ ମିଳିଥିଲା । କୋର୍ଟ ରାୟ ପ୍ରଦାନ କରିବା ସମୟରେ ମାନବାଧିକାର କମିଶନର ରିପୋର୍ଟକୁ ମଧ୍ୟ ଉଲ୍ଲେଖ କରିଛନ୍ତି ।

ତେବେ କହିରଖୁଛୁ ଯେ, ଶେଖ୍ ହସିନାଙ୍କ ବିରୁଦ୍ଧରେ ୫ଟି ଗମ୍ଭୀର ଆରୋପ ରହିଛି । ବିଶେଷ କରି ମାନବତା ବିରୋଧୀ ଅପରାଧକୁ ନେଇ ଶେଖ୍ ହସିନାଙ୍କ ବିରୁଦ୍ଧରେ ମାମଲା ଚାଲିଥିଲା । ବିରୋଧୀ ଦଳ ନେତାଙ୍କୁ ଗାଏବ କରିଥିବାର ଶେଖ୍ ହାସିନାଙ୍କ ଉପରେ ଆରୋପ ରହିଛି । ହିଂସା ବେଳେ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ୍ ଥିଲେ । ମେ ୧୨, ୨୦୨୫ରେ ଆସିଥିବା ଯାଂଚ ରିପୋର୍ଟ ଦାବି କରିଛି ଯେ, ଶେଖ୍ ହାସିନା ହତ୍ୟା କରିବାକୁ ଆଦେଶ ଦେଇଥିଲେ । ଯାହାଲାଗି ହିଂସା ଅଧିକ ବ୍ୟାପକ ହୋଇଯାଇଥିଲା । ମହିଳା, ଛୋଟ ପିଲାଙ୍କ ସମେତ ୧୪ଶହ ଜଣଙ୍କୁ ହତ୍ୟା ସହ ୨୫ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ ।

ରାୟର ଗୋଟିଏ ଦିନ ପୂର୍ବରୁ ହସିନାଙ୍କ ଦଳ ଆଗାମୀ ଲିଗକୁ ଦେଶବ୍ୟାପୀ “ସଂପୂର୍ଣ୍ଣ ବନ୍ଦ” ଘୋଷଣା କରାଯାଇଥିଲା । ତେବେ ବାଂଲାଦେଶରେ ବନ୍ଦ ଡାକରା ଏପରି ସମୟରେ ଦିଆଯାଇଛି, ଯେତେବେଳେ ୟୁନୁସ୍ ସରକାର ପୂର୍ବରୁ ଆୱାମୀ ଲିଗର ସମସ୍ତ କାର୍ଯ୍ୟକଳାପକୁ ନିଷିଦ୍ଧ କରିସାରିଛି । ଦୁଇ ନେତାଙ୍କ ସମର୍ଥକ ମୁହାଁମୁହିଁ ହେବାର ସମ୍ଭାବନା ଥିବାରୁ ଏବେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି ।


Reporterspen