ଭୁବନେଶ୍ୱର, (ରିପୋଟର୍ସ ପେନ୍): ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସୁଲତା ଦେଓ କହିଛନ୍ତି ଯେ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ କ’ଣ ପ୍ରତିଶ୍ରୁତି ଦେଇଥିଲେ ଓ କ’ଣ ମନ୍ତବ୍ୟ ରଖିଥିଲେ ଥରେ ଦେଖନ୍ତୁ । ନିର୍ବାଚନ ପୂର୍ବରୁ ତାଙ୍କ ଦଳର ବଡ଼ବଡ଼ନେତା କହୁଥିଲେ, ଆମେ ଜିତିଲେ ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବୁା କିନ୍ତୁ ସଂକଳ୍ପପତ୍ରରେ ଲେଖିଲେ ଦୁଇବର୍ଷରେ ୫୦ ହଜାର ଦେବୁ, ଏବେ କହୁଛନ୍ତି ବର୍ଷକୁ ଦୁଇଟି କିସ୍ତିରେ ୫ବର୍ଷରେ ୫୦ ହଜାର ଦେବୁ । ମିଛ କହିବା ହେଉଛି ବିଜେପିର ପ୍ରକୃତି ।
ଶ୍ରୀମତୀ ଦେଓ ଆହୁରିକହିଛନ୍ତିି ଯେ, ୧୮ରୁ ୨୧ ବର୍ଷମଧ୍ୟରେ ଥିବା ମହିଳା, ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳା, ଅଙ୍ଗନବାଡ଼ିକର୍ମୀ, ଆଶାକର୍ମୀ, ସିଆରପି, ଏମବିକେ, ବ୍ୟାଙ୍କ ସାଥୀ, ସ୍ୱଚ୍ଛ ସାଥୀ ସୁଭଦ୍ରା ଯୋଜନାରେ କ’ଣ ପାଇଁ ସାମିଲ ହୋଇପ।।ରିବେ ନାହିଁ? ଖାଲି ସେତିକି ନୁହେଁ ଯାହାଙ୍କ ଘରେ ଟ୍ରାକ୍ଟର, ପାୱାର ଟିଲର, ୪ଚକିଆ ଯାନ, ୨ଟି ଦୁଇଚକିଆ ଯାନ ଥିବ ସେମାନେ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ । ଆୟକର ଦେଉଥିବା ପରିବାରର ମହିଳା ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ । କିନ୍ତୁ ନିର୍ବାଚନ ପୂର୍ବରୁ କହିଥିଲେ ସବୁ ମହିଳା ଏହି ଯୋଜନାରେ ସାମିଲ ହେବୋ ବିଜେପିର ଏହା କୁତ୍ସିତ ମାନସିକତା, ଲୋକଙ୍କୁ ଭୁଆଁ ବୁଲାଇବାରେ ବିଜେପି ମାହିର । ସୁଭଦ୍ରା ଯୋଜନା ହେଉଛି ଘର ଭଙ୍ଗା ଯୋଜନା ।
ଦଳର ଅନ୍ୟତମ ମୁଖପାତ୍ର ସୋଫିଆ ଆଲାମ କହିଛନ୍ତି ଯେ, ସୁଭଦ୍ରା ଯୋଜନାକୁ ନେଇ ଯେଉଁ ଏସ୍ଓପି ଆସିଛି, ତାହା ମହିଳାଙ୍କୁ ଯୋଜନାରେ ସାମିଲ କରିବା ପାଇଁ ନୁହେଁ, ବରଂ ଯୋଜନାରୁ କିପରି ମହିଳାବାଦ୍ ପଡ଼ିବେ ତାହା କରିଛନ୍ତି । ଓଡ଼ିଶାର ମହିଳା ବିଜେପିକୁ ବିଶ୍ୱାସ କରିଭୋଟ ଦେଇଥିଲେ, କିନ୍ତୁ ବିଜେପିିି ତାଙ୍କ ବିଶ୍ୱାସରେ ବିଷ ଦେଇଛି । ବିଜେଡି ତରଫରୁ ଆମେ ଦାବି କରୁଛୁ ଯେ ସଂକଳ୍ପପତ୍ରରେ ବିଜେପି ଯାହା କହିଥିଲା ତାହା ପୂରଣ କରୁ ଏବଂ ପ୍ରତ୍ୟେକ ମହିଳାଙ୍କୁ ଏକକାଳୀନ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦିଆଯାଉ ।