ନୂଆଦିଲ୍ଲୀ,୦୩/୦୪; ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ କୋଲାକାତା ନାଇଟ୍ ରାଇଡର୍ସ ୬୫ ରନରେ ପରାସ୍ତ ହୋଇଛି। ଏହା ଦଳର ଲାଗାତର ଦ୍ୱିତୀୟ ପରାଜୟ। ଏହି ପରାଜୟ ପରେ କେକେଆର ଅଧିନାୟକ ଅଜିଙ୍କ୍ୟ ରାହାଣେ ତାଙ୍କ ସମାଲୋଚଙ୍କୁ ଜବାବ ଦେଇଛନ୍ତି। ସେ କହିଛନ୍ତି, ”ତାଙ୍କ ବିରୋଧରେ ଏକ ଏଜେଣ୍ଡା ଚାଲିଛି । ଯେଉଁମାନେ ତାଙ୍କ ବିରୋଧରେ ନକରାତ୍ମକ କଥା କହୁଛନ୍ତି ସେମାନେ ତାଙ୍କ ପ୍ରତି ଇର୍ଷା କରୁଛନ୍ତି।” ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀ ମଝିରେ କେକେଆର କ୍ୟାପ୍ଟେନ ଅଜିଙ୍କ୍ୟ ରାହାଣେ ତାଙ୍କ ଷ୍ଟ୍ରାଇକ୍ ରେଟ ନେଇ ରାଗି ଯାଇଥିଲେ। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୬୫ ରନରେ ପରାଜୟ ପରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଅଜିଙ୍କ୍ୟ ରାହାଣେ ଖୋଲାଖୋଲି ଭାବରେ ତାଙ୍କ ସମାଲୋଚକମାନଙ୍କୁ ଟାର୍ଗେଟ କରିଥିଲେ। ସାଧାରଣତଃ ଶାନ୍ତ ରହୁଥିବା ରାହାଣେ ପ୍ରେସମିଟରେ ଆକ୍ରାମଣତ୍ମକ ଦେଖାଯାଇଥିଲେ ।
ସମାଲୋଚନାର ଜବାବ ଦେଇ ରାହାଣେ କହିଥିଲେ,”ହୁଏତ ଲୋକମାନେ ମୁଁ ପାଇଥିବା ସଫଳତା ପାଇଁ ଈର୍ଷା କରୁଛନ୍ତି। ମୁଁ ଏହା ବିଷୟରେ ଚିନ୍ତା କରେ ନାହିଁ । ଗୋଟିଏ ଇନିଂସର କିଛି ମୂଲ୍ୟ ନାହିଁ। ଲୋକମାନେ ତାଙ୍କୁ ଭିନ୍ନ ଭାବେ ବ୍ୟାଟିଂ କରୁଥିବା ଦେଖିବାକୁ ଚାହାନ୍ତି, କିନ୍ତୁ ସେ ତାଙ୍କ ଶୈଳୀରେ ଆତ୍ମବିଶ୍ୱାସୀ। କେବେକେବେ ବ୍ୟାଟର ଭାବେ ଲୟ ମିଳିନଥିଲା । ଯେଉଁମାନେ କଥା କହୁଛନ୍ତି ସେମାନେ ଖେଳକୁ ବୁଝିନାହାନ୍ତି ।ମୁଁ ବିଚଳିତ ନୁହେଁ । ମୁଁ ଜାଣେ ପୂର୍ବରୁ କଣ କରିଛି କଣ କରିବି। ସେମାନଙ୍କୁ କଥା ହେବାକୁ ଦିଏ । ସେମମାନଙ୍କୁ କଥା ହେବାକୁ ଦିଅ। ରାହାଣେ ଆଶା କରନ୍ତି ଯେ ମୁଁ ଏହିପରି ଖେଳିପାରିବି । ଏହା ଭଲ ଯେ ଲୋକମାନେ ମୋ ବିଷୟରେ କଥାବାର୍ତ୍ତା କରୁଛନ୍ତି, ନକାରାତ୍ମକ ହେଉ କି ସକରାତ୍ମକ ।
ସ୍ପିନ୍ ବିରୁଦ୍ଧରେ ତାଙ୍କର ଦୁର୍ବଳତା ମଧ୍ୟବର୍ତ୍ତୀ ଓଭରଗୁଡ଼ିକରେ (୭-୧୫) ସ୍ପଷ୍ଟ ଦେଖାଯାଏ, ଯେଉଁଠାରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୧୪.୦୨କୁ ହ୍ରାସ ପାଏ । ଏହି କାରଣରୁ ତାଙ୍କର ତାଙ୍କର ଆଭିମୁଖ୍ୟ ଉପରେ ନିରନ୍ତର ପ୍ରଶ୍ନ ଉଠିଛି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ରାହାଣେ ୧୦ ବଲ୍ରେ ୮ ରନ୍ କରି ଆଉଟ୍ ହୋଇଥିଲେ। ପଞ୍ଚମ ଓଭରର ଶେଷ ବଲ୍ରେ ଜୟଦେବ ତାଙ୍କୁ ଆଉଟ୍ କରିଥିଲେ। କୋଲକାତା ବନାମ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ବିଷୟରେ କହିବାକୁ ଗଲେ, ୨୨୭ ରନର ବିଜୟ ଲକ୍ଷ୍ୟ ନେଇ କୋଲକାତା ୧୬୧ରନରେ ଅଲଆଉଟ୍ ହୋଇଥିଲା। ଦଳ ଗୋଟିଏ ବି ୫୦ ରନର ପାର୍ଟନସିପ୍ କରିପାରିନଥିଲା । ୧୨୦/୩ରୁ ୪୧ ରନ ମଧ୍ୟର ୭ଟି ୱିକେଟ ହରାଇଥିଲା। ରାହାଣେ ପରାଜୟ ପାଇଁ ପିଚକୁ ଦାୟୀ କରିଛନ୍ତି । ସେ କହିଥିଲେ, ୱିକେଟ ଭଲ ଥିଲା ।
ବୋଲରମାନେ ୧୦ ଓଭର ପରେ ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲେ। ଗୋଟିଏ ସମୟରେ ହାଇଦ୍ରାବାଦ ୨୫୦-୨୬୦ ରନ୍ ଆଡକୁ ଯାଉଥିଲା କିନ୍ତା ଆମେ ସେମାନଙ୍କୁ ଅଟକାଇଦେଲୁ । କ୍ୟାମରେନ ଗ୍ରୀନଙ୍କ ରନଆଉଟ୍ ରନ ଚେଜରେ ମୋଡ ବଦଳାଇବାର ଚାଞ୍ଚ ଥିଲା । ପ୍ରଥମ ୬ ଓଭର ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଆମକୁ ଏକ ବଡ ଭାଗୀଦାରୀ ଆବଶ୍ୟକ ଥିଲା ଯାହା ଆମେ ଗଢି ପାରିଲୁ ନାହିଁ । କେକେଆର ଏପ୍ରିଲ ୬ରେ ପଞ୍ଜାବ ଏବଂ ୯ରେ ଲକ୍ଷେ୍ନø ବିପକ୍ଷରେ ଖେଳିବ ।

