ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ୧୦ଟି ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେଲା ନାରୀ ଅଦାଲତ। ମହିଳାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ସହ ସଚେତନତା କରାଇବା ନାରୀ ଅଦାଲତର ଲକ୍ଷ୍ୟ। ଏହା ସହ ଅନେକ ପ୍ରକଳ୍ପର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ସୂଚନା ଅନୁଯାୟୀ, ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଓଡ଼ିଶାର ୧୦ଟି ଜିଲ୍ଲାରେ ନାରୀ ଅଦାଲତ ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ରହିଥିବା ବେଳେ ୧୦ଟି ଜିଲ୍ଲାର ବରିଷ୍ଠ ଅଧିକାରୀ ଆଭାସୀ ମାଧ୍ୟମରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।
ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅନ୍ତର୍ଗତ ଶିଶୁ କନ୍ୟା ସପ୍ତାହ ପାଳନର ଶୁଭାରମ୍ଭ। ଆଜିଠାରୁ ୭ଦିନ ଭାବରେ ନାରୀ ଅଦାଲତ କାର୍ଯ୍ୟକ୍ରମ କରାଯିବ । ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗାଁରେ ମେଡିଏସନ୍ ସେଣ୍ଟର୍ ସୃଷ୍ଟି ହେବ । ଗାଁରେ ନ୍ୟାୟାଳୟ ଚାଲିବ। ମହିଳାମାନେ ତାକୁ ଚଳାଇବେ । ନ୍ୟାୟ ଶକ୍ତି ଭାବରେ ତାଙ୍କୁ ମାନ୍ୟତା ଦିଆ ଯିବ । କେମିତି ମାମଲା ଗୁଡ଼ିକର ସମାଧାନ ହେବ ସେଥିପାଇଁ ତାଙ୍କୁ ଟ୍ରେନିଂ ଦିଆଯିବ । ୭ ରୁ ୮ ଜଣ ସ ଭାବରେ କାର୍ଯ୍ୟ କରିବେ ।
ମାର୍ଗଦର୍ଶିକାର ଶୁଭ ଉନ୍ମୋଚନ, ଯାଜପୁରରେ ନବ ନିର୍ମିତ ଉତ୍କଳ ବାଳାଶ୍ରମ ଓ ଆଧୁନିକ ରୋଷେଇ ବ୍ୟବସ୍ଥାର ଉଦଘାଟନ,ଖୋର୍ଦ୍ଧା ଏବଂ ଗଜପତିରେ ସମନ୍ୱିତ ବତ୍ସଲ୍ୟ ସଦନର ଭିତ୍ତିପ୍ରସ୍ତର ସ୍ଥାପନ, ପୁରୀର ଉତ୍କଳ ବାଳାଶ୍ରମରେ ଆଧୁନିକ ରୋଷଇ ବ୍ୟବସ୍ଥାର ଉଦଘାଟନ, ମହିଳାଙ୍କ ସୁରକ୍ଷା ଓ ସଂମ୍ମାନ ପାଇଁ ସର୍ବପରି ୧୦ଟି ଆକାଂକ୍ଷୀ ଜିଲ୍ଲାରେ ସଚେତନତା, ନ୍ୟାୟ ଓ ସମାଧାନର ବିକଳ୍ପ ମଞ୍ଚ ନାରୀ ଅଦାଲତର ଶୁଭାରମ୍ଭ କରାଯାଇଥିଲା। ମହିଳା ଓ ଶିଶୁଙ୍କ ବିକାଶ ଦିଗରେ ଓଡିଶା ସରକାରଙ୍କ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

