ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ବର୍ଷକ ମଧ୍ୟରେ ଅଢେଇ ଲକ୍ଷରୁ ଅଧିକ ପକ୍କା ଘର ବାଣ୍ଟିଲେଣି ରାଜ୍ୟ ସରକାର। ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଲିଖିତ ଉତ୍ତର। ୨୦୨୪-୨୫ ବର୍ଷରେ ମୋଟ ୨ ଲକ୍ଷ ୮୧ ହଜାର ୭୦୩ କୋଟି ଗ୍ରାମୀଣ ପରିବାରଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି। ସେହିପରି ଏହି ସମୟ ମଧ୍ୟରେ ୩୦୬ ଭୂମିହୀନ ପରିବାରକୁ ଜମି ପ୍ରଦାନ କରାଯାଇଛି। ଏହାବାଦ୍ ରାଜ୍ୟ ସରକାରଙ୍କ ଅନ୍ତୋଦ୍ଵୟ ଗୃହ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୮ ହଜାର ପରିବାରଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି।
ବିଧାନସଭା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ୨୮ ଲକ୍ଷ ୭ ହଜାର ୨୭୧ ପରିବାରକୁ ପକ୍କାଘର ଯୋଗାଇ ଦିଆଯାଇଛି। ୨୦୨୪ ଆବାସ ପ୍ଲସ୍ ସର୍ଭେ ଅନୁଯାୟୀ, ରାଜ୍ୟରେ ୩୭ ଲକ୍ଷ ୮୯ ହଜାର ୨୩୪ଟି ପରିବାର ପକ୍କା ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ୨୮ ଲକ୍ଷ ୩ ହଜାର ୪୯୧ ଜଣ ହିତାଧିକାରୀ ପ୍ରଥମ କିସ୍ତି ପାଇଥିବା ବେଳେ ଅନ୍ତୋଦ୍ୱୟ ଗୃହ ଯୋଜନରେ ୧ ଲକ୍ଷ ୫୨ ହଜାର ୭୯୧ ଜଣ ହିତାଧିକାରୀ ପ୍ରଥମ କିସ୍ତି ପାଇଛନ୍ତି।

