ମଝି ସମୁଦ୍ରରେ ବୁଡିଲା ଜାହାଜ, ୧୩ ଭାରତୀୟ ନିଖୋଜ

Reporterspen

ଓମାନର ମଝି ସମୁଦ୍ରରେ ବୁଡିଲା ଜାହାଜ । ଏନେଇ ୧୩ ଭାରତୀୟ ନିଖୋଜ । ତେବେ ଓମାନରେ ତୈଳ ଟ୍ଯାଙ୍କର ବୁଡି ୧୩ ଭାରତୀୟଙ୍କ ସମେତ ୧୬ ଜଣ ନିଖୋଜ ଥିବା ସୂଚନା ମିଳିଛି। କୋମୋରିଆନ ଅଭିମୁଖେ ଯାଉଥିବା ଏହି ଟ୍ଯାଙ୍କର ବୁଡିଯିବାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଓମାନ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନ ମାରିଟାଇମ ସିକ୍ଯୁରିଟି ସେଣ୍ଟର ପକ୍ଷରୁ ଏନେଇ କିଛି କୁହାଯାଇନାହିଁ।

ତେବେ ବୁଡିଯାଇଥିବା ଟ୍ଯାଙ୍କରର ନାମ ପ୍ରେଷ୍ଟିଜ ଫାଲକନ । ସେଥିରେ ୧୩ ଭାରତୀୟ ଓ ୩ ଶ୍ରୀଲଙ୍କା ନାଗରିକ ଥିଲେ। ଓମାନର ପୋର୍ଟ ଟାଉନ ଦୁଗମଠାରୁ ୨୫ ନଟିକାଲ ମାଇଲ ଦୂରରେ ଏହି ଅଘଟଣ ଘଟିଛି। ସେଠାରେ ରେସ୍କ୍ଯୁ ଅପରେସନ ଜାରି ରହିଥିବା ସୂଚନା ମିଳିଛି। ତଥ୍ୟ ଅନୁସାରେ ତେଲ ଟ୍ୟାଙ୍କର ୟେମେନ ବନ୍ଦର ଆଡକୁ ଯିବାବେଳେ ଦୁକମ ପାଖରେ ଓଲଟି ପଡିଥିଲା ଏହି ଜାହାଜ । ଏହି ଉଦ୍ଦ୍ୟୋଗିକ ବନ୍ଦର ଦେଶର ଦକ୍ଷିଣ ପଶ୍ଚିମ ତଟ ପଟେ ରହିଛି ।


Reporterspen

Leave a Reply

!-- afp header code starts here -->