ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ ଜନ ଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ରାଜ୍ୟରେ କେମିତି ଜନଗଣନା ଚାଲିଛି ସେନେଇ ବୈଠକ ଡାକି ଆଲୋଚନା କରିଛନ୍ତି। ଜନଗଣନା ସମନ୍ୱୟ କମିଟିର ଦ୍ଵିତୀୟ ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ ଓ ଉନ୍ନୟନ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ଆତ୍ମ ଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ଉଭୟ ମୁଖ୍ୟ ଶାସନ ସଚିବ ଓ ଜନ ଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି।
ଏପ୍ରିଲ ୧ରୁ ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ନିଜେ ନିଜେ ଜନଗଣନା କରିପାରିବେ ଜନତା । ଜଣଗଣନାରେ ତଥ୍ୟ ଗୋପନୀୟ ରହିବ । ଜନଗଣନା ପାଇଁ ସରକାର ୩୩ଟି ପ୍ରଶ୍ନ ତିଆରି କରିଛନ୍ତି । ଘର, ପରିବାର, ପରିବାରର ମୁଖ୍ୟ, ଗାଡି, ଜମିବାଡ଼ି, LPG ପ୍ରମୁଖ ତଥ୍ୟ ସରକାରଙ୍କୁ ଦିଆଯିବ। ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯାଇଛି। ୧୫ ଦିନ ଯାଏଁ ଡିଜିଟାଲ୍ ମାଧ୍ୟମରେ ଜନଗଣନା ହେବ? ୧୬ ତାରିଖ ଠାରୁ ଅଧିକାରୀମାନେ ଘରକୁ ଘର ଯାଇ ଜନଗଣନା କରିବେ।

