KIIT News: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ଲୋବାଲ ୟୁନିଭର୍‍ସିଟି ଫେୟାର

Reporterspen

KIIT News: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ଗ୍ଲୋବାଲ ୟୁନିଭର୍‍ସିଟି ଫେୟାର’ର ତୃତୀୟ ସଂସ୍କରଣ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ୭୦ରୁ ଅଧିକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଯୋଗ ଦେଇଥିଲେ।  ଭାରତୀୟ ଛାତ୍ରଛାତ୍ରୀଙ୍କୁ ବିଦେଶରେ ଉଚ୍ଚଶିକ୍ଷା ସମ୍ଭାବନା ସୃଷ୍ଟି କରିବାର ଏକ ଅଭୂତପୂର୍ବ ସୁଯୋଗ ପ୍ରଦାନ କରିଛି ଗ୍ଲୋବାଲ ୟୁନିଭର୍‍ସିଟି ଫେୟାର। ଏହି ଫେୟାରରେ ଭାରତ ସମେତ ଆମେରିକାବ୍ରିଟେନକାନାଡ଼ାଅଷ୍ଟ୍ରେଲିଆନ୍ୟୁଜିଲାଣ୍ଡସ୍ୱିଜରଲ୍ୟାଣ୍ଡଆୟାର୍ଲାଣ୍ଡଦୁବାଇଫିନଲାଣ୍ଡ ଓ ବିଭିନ୍ନ ଦେଶର ବଡ଼ବଡ଼ ଶିକ୍ଷାନୁଷ୍ଠାନ ସାମିଲ ହୋଇଥିଲେ। କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ ସମେତ ବିଭିନ୍ନ ଅଗ୍ରଣୀ ସ୍କୁଲର ୨ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମର ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପ୍ରତିନିଧିଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହିତ ବିଶ୍ୱସ୍ତରୀୟ ଉଚ୍ଚଶିକ୍ଷା ସୁଯୋଗଛାତ୍ରବୃତ୍ତିପ୍ରବେଶ ପ୍ରକ୍ରିୟା ଏବଂ କ୍ୟାରିୟର ସୁଯୋଗ ଆଦି ପଚାରି ବୁଝିଥିଲେ।

ମେଳା ଅବସରରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ମଧ୍ୟ ଅନ୍ତର୍ଜାତୀୟ ଇଂରାଜୀ ଭାଷା ପରୀକ୍ଷା ପ୍ରଣାଳୀ (ଆଇଇଏଲଟିଏସ) ସହିତ ଏକ ଆନୁଷ୍ଠାନିକ ସହଭାଗିତାରେ ସ୍ୱାକ୍ଷର କରିଥିଲା। କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ଆଇଇଏଲଟିଏସର ଏକ କେନ୍ଦ୍ର ଖୋଲିବ। ଫଳରେ ବିଦେଶରେ ପଢ଼ିବାକୁ ଚାହୁଁଥିବା ବହୁ ଛାତ୍ରଛାତ୍ରୀ ଏଥିରୁ ତାଲିମ ପାଇପାରିବେ। ଏଭଳି କେନ୍ଦ୍ର ଖୋଲିବାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ ହେଉଛି ଓଡ଼ିଶାର ଏକମାତ୍ର ବିଦ୍ୟାଳୟ। ବିଶ୍ୱର ସବୁଠାରୁ ବିଶ୍ୱସନୀୟ ଇଂରାଜୀ ଭାଷା ଦକ୍ଷତା ପରୀକ୍ଷା ଆଇଇଏଲଟିଏସ ୧୪୦ ରୁ ଅଧିକ ଦେଶର ୧୨ ହଜାରରୁ ଅଧିକ ପ୍ରତିଷ୍ଠାନ ଦ୍ୱାରା ସ୍ୱୀକୃତିପ୍ରାପ୍ତ। ଏହି ସହଯୋଗ ଛାତ୍ରଛାତ୍ରୀମାନଙ୍କୁ ଆଇଇଏଲଟିଏସ ସମ୍ବଳକର୍ମଶାଳା ଏବଂ ପ୍ରସ୍ତୁତି ସହାୟତା ପାଇଁ ସ୍ୱତନ୍ତ୍ର ପ୍ରବେଶ ପ୍ରଦାନ କରିବାରେ ସହାୟକ ହେବ। ଏହା ସହ ସେମାନଙ୍କୁ ଶ୍ରେଷ୍ଠ ବ୍ୟାଣ୍ଡ ସ୍କୋର ହାସଲବିଶ୍ୱସ୍ତରୀୟ ଶିକ୍ଷା ଏବଂ କ୍ୟାରିଅର ସମ୍ଭାବନାକୁ ଅନୁସରଣ କରିବାରେ ସାହାଯ୍ୟ କରିବ।

ଏହି ଅବସରରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରପର୍ସନ ଡ ମୋନା ଲିସା ବଳ ସୂଚନା ଦେଇ କହିଲେକିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁଯୋଗ ସହିତ ସଶକ୍ତ କରିବାକୁ ପ୍ରତିବଦ୍ଧ।  କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମାର୍ଗଦର୍ଶନରେ ଏଭଳି ଗ୍ଲୋବାଲ ୟୁନିଭର୍‍ସିଟି ଫେୟାର ଏବଂ ଆଇଇଏଲଟିଏସ୍ ଜରିଆରେ ପ୍ରତ୍ୟେକ ପିଲା ବିଶ୍ୱ ସ୍ତରରେ ଯେଭଳି ଉଚ୍ଚଶିକ୍ଷା ଲାଭ କରିପାରିବେ ସେ ନେଇ ଆମେ ଯତ୍ନଶୀଳ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆରଇଣ୍ଟରନ୍ୟାସ୍‍ନାଲ୍‍ ପାଠ୍ୟକ୍ରମ ମୁଖ୍ୟ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Reporterspen