India Squad For WI Test Series 2025: ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

Reporterspen

India Squad For WI Test Series 2025 : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଥିବା ଏହି ଦଳରେ କରୁଣ ନାୟାର ବାଦ ପଡ଼ିଛନ୍ତି। କରୁଣକୁ ଆଠ ବର୍ଷ ପରେ ଇଂଲଣ୍ଡରେ ଗସ୍ତରେ ସୁଯୋଗ ଦିଆଯାଇଥିଲା। ରବିନ୍ଦ୍ର ଜାଡେଜା ଉପ-ଅଧିନାୟକ ହୋଇଛନ୍ତି। ରିଷଭ ପନ୍ତ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ହୋଇନାହାଁନ୍ତି, ଏବଂ ତାଙ୍କ ଅନୁପସ୍ଥିତିରେ, ଧ୍ରୁବ ଜୁରେଲଙ୍କ ସହିତ ଏନ ଜଗଦୀଶନ ଦ୍ୱିତୀୟ ୱିକେଟକିପର ହେବେ। ଜସପ୍ରିତ ବୁମ୍ରାଙ୍କୁ ଟେଷ୍ଟ ସିରିଜ୍ ରୁ ବିଶ୍ରାମ ଦିଆଯିବା ଆଶା କରାଯାଉଥିଲା କିନ୍ତୁ ତାଙ୍କୁ ଚୟନ କରାଯାଇଛି।

ଟିମ୍ ଇଣ୍ଡିଆ ବର୍ତ୍ତମାନ ଏସିଆ କପ୍ ୨୦୨୫ ଖେଳୁଛି। ଯେଉଁଠାରେ ଶୁବମନ ଗିଲ୍ ଉପ-ଅଧିନାୟକ ଭାବେ ଖେଳୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ସେପ୍ଟେମ୍ବର ୨୮ ତାରିଖରେ ଦୁବାଇରେ ଅନୁଷ୍ଠିତ ହେବ। ଏହା ପରେ ଖେଳାଳିମାନେ ଭାରତ ଫେରି ଆସିବେ। ଏହା ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ୍ ଅକ୍ଟୋବର ୨ ରେ ଆରମ୍ଭ ହେବ।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ:
ଶୁବମନ ଗିଲ୍ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକ୍କଲ୍, ଧ୍ରୁବ ଜୁରେଲ୍, ରବିନ୍ଦ୍ର ଜାଡେଜା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ଜସପ୍ରିତ ବୁମ୍ରା, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, ଏନ ଜଗଦୀଶନ (ୱିକେଟକିପର), ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରୀଷ୍ଣା, କୁଲଦୀପ ଯାଦବ।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହେବାକୁ ଥିବା ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ କରୁଣ ନାୟାରଙ୍କୁ ଭାରତୀୟ ଦଳରୁ ବାଦ ଦିଆଯାଇଛି। ଇଂଲଣ୍ଡ ଗସ୍ତ ପାଇଁ ଦଳରେ ସାମିଲ କରାଯାଇଥିବା କରୁଣ ନାୟାରଙ୍କ ଟେଷ୍ଟ ଦଳରେ ସ୍ଥାନ ପାଇବାର ଆଶା ଥିଲା, କିନ୍ତୁ ଚୟନ କମିଟି ତାଙ୍କୁ ସ୍ଥାନ ଦେଇନାହିଁ। ଇଂଲଣ୍ଡ ଗସ୍ତ ସମୟରେ କରୁଣ ଚାରୋଟି ଟେଷ୍ଟ ମ୍ୟାଚ୍ ରେ ମୋଟ ୨୦୫ ରନ କରିଥିଲେ। ଏହି ସମୟରେ ସେ କେବଳ ଗୋଟିଏ ଅର୍ଦ୍ଧଶତକ ମାରିଥିଲେ। ଆଠ ବର୍ଷ ପରେ ଟେଷ୍ଟ ଦଳକୁ ଫେରିବା ପରେ କରୁଣଙ୍କୁ ପୁଣି ଥରେ ବାଦ ଦିଆଯାଇଛି। ଯାହା ତାଙ୍କ କ୍ୟାରିୟରକୁ ବିପଦରେ ପକାଇ ଦେଇଛି।


Reporterspen