‘ଭୟ ଓ ଭ୍ରଷ୍ଟାଚାର ପଶ୍ଚିମବଙ୍ଗର ପରିଚୟ’: ଅମିତ ଶାହା

Reporterspen

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ବଙ୍ଗଳା ନିର୍ବାଚନ ପୂର୍ବରୁ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ମଙ୍ଗଳବାର ଶାହ କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ, ସେ ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କରିଥିଲେ ଏବଂ ବଙ୍ଗଳାବାସୀଙ୍କଠାରୁ ବହୁମତ ଦାବି କରିଥିଲେ। ଏହି ସମୟରେ ସେ ତୃଣମୂଳ କଂଗ୍ରେସ (ଟିଏମସି)କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ, ‘ଭୟ ଓ ଭ୍ରଷ୍ଟାଚାର ପଶ୍ଚିମବଙ୍ଗର ପରିଚୟ’ ପାଲଟିଛି। ଆଗକୁ ଆମ ସରକାର ଆସିଳେ ଅନୁପ୍ରବେଶକାରୀଙ୍କୁ ବାଛି ବାଛି ବଙ୍ଗଳାରୁ ବିତାଡିତ କରାଯିବ।

ଶାହଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ମମତା କହିଛନ୍ତି, ଏସଆଇଆର ନାଁରେ ପୁରା ପଶ୍ଚିମବଙ୍ଗର ଲୋକଙ୍କୁ ହଇରାଣ କରାଯାଉଛି। ଯେତେବେଳେ ନିର୍ବାଚନ ସମୟ ଆସେ, ଦୁର୍ଯ?ାଧନ ଓ ଦୁଃଶାସନ ବଙ୍ଗଳା ଆସି ଯାଆନ୍ତି। ଏହା ସହ ଶାହଙ୍କ ସମସ୍ତ ଅଭିଯୋଗକୁ ମମତା ଖଣ୍ଡନ କରିବା ସହ କହିଛନ୍ତି, ଆଇ ଡୋଣ୍ଟ କେୟାର ବା ଏହାକୁ ଖାତିର କରେନି।’ କେନ୍ଦ୍ର ସରକାର ଦାବି କରୁଛନ୍ତି ଯେ ଭୋଟର ତାଲିକାରୁ ୧ କୋଟି ୫୦ ଲକ୍ଷ ନାମ ବାଦ ଦିଆଯିବ। ଏସବୁ ରାଜନୈତିକ ଲାଭ ପାଇଁ କରାଯାଉଛି। ମମତା ପ୍ରଶ୍ନ କରିଛନ୍ତି ଯଦି ବଙ୍ଗଳାରେ ଆତଙ୍କବାଦ ଅଛି, ତେବେ କାଶ୍ମୀରର ପହଲଗାମ ଘଟଣା ଭଳି ଘଟଣାର ଦାୟିତ୍ୱ କିଏ ନେବ? ସେ ଦିଲ୍ଲୀରେ ଘଟିଥିବା ଘଟଣାର ମଧ୍ୟ ଉଦାହରଣ ଦେଇଥିଲେ ଏବଂ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଥିଲେ।

ଉଲ୍ଲେଖନୀୟ ଯେ, ସାମ୍ବାଦିକ ସମ୍ମିଳନୀରେ ଶାହ କହିଥିଲେ,‘ଏପ୍ରିଲରେ ବଙ୍ଗଳାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବଙ୍ଗଳାର ଲୋକମାନେ ଭୟ, ଦୁର୍ନୀତି, କୁଶାସନ ଏବଂ ଅନୁପ୍ରବେଶକୁ ବଦଳାଇ ବିକାଶ, ଐତିହ୍ୟ ଏବଂ ଗରିବଙ୍କ କଲ୍ୟାଣର ଏକ ଦୃଢ଼ ସରକାର ଗଠନ କରିବାକୁ ସଂକଳ୍ପବଦ୍ଧ। ଆଜି, ଡିସେମ୍ବର ୩୦, ଆମ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ଦିନ।’ ୧୯୪୩ ମସିହାର ଏହି ଦିନରେ, ବଙ୍ଗଳାର ପୁତ୍ର ଏବଂ ଦେଶର ସର୍ବଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ପୋର୍ଟ ବ୍‌ଲେୟାରରେ ପ୍ରଥମ ଥର ପାଇଁ ସ୍ୱାଧୀନ ଭାରତର ପତାକା ଉତ୍ତୋଳନ କରିଥିଲେ। ଏକ ପ୍ରକାରରେ, ଏହା ଆମ ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ଚିହ୍ନିତ ହୋଇଥିଲା। ଦଶନ୍ଧି ପରେ ପଛକୁ ଫେରି ଚାହିଁଲେ, ଡିସେମ୍ବର ୩୦ ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସମୟ ବଙ୍ଗଳା ପାଇଁ ଗୁରୁତ୍ୱପୂର୍ଣ୍ଣ।

‘ମମତା ବାନାର୍ଜୀଙ୍କ ନେତୃତ୍ୱରେ ଦୁର୍ନୀତି ଯୋଗୁଁ ସମଗ୍ର ପଶ୍ଚିମବଙ୍ଗରେ ବିକାଶ ଠପ୍‌ ହୋଇଯାଇଛି। ମୋଦି ଜିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସମସ୍ତ ଲାଭଦାୟକ ଯୋଜନା ଟୋଲ୍‌ ସିଣ୍ଡିକେଟର ଶିକାର ହୋଇଛି। ଗତ ୧୪ ବର୍ଷ ଧରି ଭୟ ଏବଂ ଦୁର୍ନୀତି ପଶ୍ଚିମବଙ୍ଗର ମୁଖ୍ୟ ପରିଚୟ ପାଲଟିଛି। ୧୫ ଏପ୍ରିଲ ୨୦୨୬ ପରେ, ଯେତେବେଳେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବ, ଆମେ ବଙ୍ଗ ଗେ?ରବ ଏବଂ ବଙ୍ଗ ସଂସ୍କୃତିକୁ ପୁନଃର୍ଜୀବିତ କରିବୁ। ଏହି ‘ବଙ୍ଗ ଭୂମି’ ଆମ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ କାରଣ ବିଜେପିର ଗଠନ ଏଠାକାର ଜଣେ ପ୍ରମୁଖ ନେତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ହୋଇଥିଲା।ବିଜେପିର ସବୁ କର୍ମୀ ପଶ୍ଚିମବଙ୍ଗର ଜନତାଙ୍କୁ ପ୍ରତିଶୃତି ଦେବାକୁ ଚାହାଁନ୍ତି ଯେ, ପିଏମ୍‌ ମୋଦିଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ବିଜେପି ଦରକାର ଗଠନ ହେବା ସହ ଏଠାର ଐତିହ୍ୟକୁ ଫେରାଇ ଅଣାଯିବ। ଏଭଳି ମଜବୁତ ଜାତୀୟ ଗ୍ରୀଡ ତିଆରି ହେବ, ଯାହାକି ପଶ୍ଚିମବଙ୍ଗରେ ଅନୁପ୍ରବେଶକୁ ଶେଷ କରିଦେବ।

ମଣିଷ ଛାଡନ୍ତୁ ପକ୍ଷୀ ବି ବିନା ଅନୁମତିରେ ଉଡିପାରିବନି। କେବଳ ଅନୁପ୍ରବେଶକାରୀଙ୍କୁ ରୋକିବୁ ତାହା ନୁହେଁ, ବଂର ସବୁ ଅନୁପ୍ରବେଶକାରୀଙ୍କୁ ଖୋଜି ଖୋଜି ଭାରତ ବାହାରକୁ ବାହାର କରିବାର କାମ ମଧ୍ୟ ବିଜେପି ସରକାର କରିବେ। ୨୦୧୪ ଲୋକସଭା ନିର୍ବାଚନରେ, ଆମେ ବଙ୍ଗଳାରେ ୧୭ ପ୍ରତିଶତ ଭୋଟ ଏବଂ ଦୁଇଟି ଆସନ ପାଇଥିଲୁ। ୨୦୧୬ ବିଧାନସଭା ନିର୍ବାଚନରେ, ଆମେ ୧୦ ପ୍ରତିଶତ ଭୋଟ ଏବଂ ତିନୋଟି ଆସନ ପାଇଥିଲୁ। ୨୦୧୯ ଲୋକସଭା ନିର୍ବାଚନରେ, ଆମେ ୪୧ ପ୍ରତିଶତ ଭୋଟ ଏବଂ ୧୮ଆସନ ପାଇଥିଲୁ।୨୦୨୧ ବିଧାନସଭା ନିର୍ବାଚନରେ, ଆମେ ୩୮% ଭୋଟ ଏବଂ ୭୭ ଆସନ ପାଇଥିଲୁ। ଯେଉଁ ଦଳ କେବଳ ୩ ଆସନ ପାଇଥିଲା, ସେହି ଦଳ ପାଞ୍ଚ ବର୍ଷ ମଧ୍ୟରେ ୭୭ ଆସନ ପାଇଥିଲା।’


Reporterspen