ଟି-୨୦ରେ ଇଶାନଙ୍କ କମାଲ; ଆଇସିସି ରାଙ୍କିଂରେ ମାରିଲେ ହାଇଜମ୍ପ

Reporterspen

ନୂଆଦିଲ୍ଲୀ, ୪/୨ : ଟି-୨୦ ବିଶ୍ୱକପ ପୂର୍ବରୁ ଇଶାନ କିଷନଙ୍କ ପାଇଁ ଖୁସି ଖବର। ଆଇସିସି ରାଙ୍କିଂରେ ବଡ଼ ଲମ୍ଫ ବା ହାଇଜମ୍ପ ମାରିଛନ୍ତି। ସିଧା ୩୨ ଜଣ ଖେଳାଳିଙ୍କୁ ପଛରେ ପକାଇଛନ୍ତି ଏହି ବାମହାତୀ ବ୍ୟାଟ୍ସମ୍ୟାନ। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଦୀର୍ଘଦିନ ପରେ ଦଳକୁ ଫେରିଥିଲେ। ଏହି ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ। ଶତକୀୟ ପାଳି ଖେଳି ଦଳକୁ ଖାଲି ବିଜୟ କରାଇନଥିଲେ । ବରଂ ଏହି ସିରିଜର ନିଜର ବଳିଷ୍ଠ ପ୍ରଦର୍ଶନ ପାଇଁ ଆଇସିସି ରାଙ୍କିଂରେ ଉନ୍ନତି କରିଛନ୍ତି। ସେ ୩୨ ଜଣଙ୍କୁ ପଛରେ ପକାଇ ଏବେ ୩୨ ନମ୍ବର ସ୍ଥାନରେ ରହିଛନ୍ତି।

ସେପଟେ ଅନ୍ୟ ଭାରତୀୟ ଖେଳାଳିଙ୍କକ କଥା ଯଦି କହିବା ତାହେଲେ ଅଭିଶେକ ଶର୍ମା ଏବେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛନ୍ତି । ସୂର୍ଯ୍ୟକୁମାର ଯାଦବ ଦମଦାର ପ୍ରଦର୍ଶନ କରିଥିଲେ। ସେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ପୂର୍ବରୁ ସପ୍ତମ ସ୍ଥାନରେ ରହିଥିଲେ। ମାତ୍ର ଏବେ ସେ ଷଷ୍ଠ ସ୍ଥାନକୁ ଉଠିଛନ୍ତି। ସେପଟେ ଶିଭମ ଦୁବେ ୧୭ ଜଣଙ୍କୁ ପଛରେ ପକାଇ ଏବେ ୪୧ ନମ୍ବରରେ ରହିଛନ୍ତି। ସବୁଠାରୁ ଅଧିକ କ୍ଷତି ସହିଛନ୍ତି ସଞ୍ଜୁ ସମାସନ। ସମ୍ପୂର୍ଣ୍ଣ ସିରିଜରେ ଫ୍ଲପ ହୋଇଥିବା ଏହି ୱିକେଟ କିପର ବ୍ୟାଟ୍ସମ୍ୟାନ ଏବେ ୫୬ ନମ୍ବର ସ୍ଥାନକୁ ଖସି ଯାଇଛନ୍ତି। ତିଲକ ବର୍ମାଙ୍କ କଥା ଯଦି କହିବା ତାହେଲେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଆହତ କାରଣରୁ ଖେଳିବାର ସୁଯୋଗ ପାଇନଥିଲେ । ଏବେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି।

ବୋଲରଙ୍କ କଥା ଯଦି ବିଚାରକୁ ନେବା ତାହେଲେ ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବେ ଶୀର୍ଷ ସ୍ଥାନରେ ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଥିବା ପାକିସ୍ତାନୀ ସ୍ପିନର ଅବରାର ଅହମ୍ମଦଙ୍କ ଠାରୁ ୨୮ ପଏଣ୍ଟ ଅଧିକ ରହିଛନ୍ତି। ଆଗକୁ ଟି-୨୦ ବିଶ୍ୱକପ ଆସୁଥିବାବେଳେ ଏହି ପଏଣ୍ଟ ଖେଳାଳିଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ । ଭାରତୀୟ ଖେଳାଳିମାନେ ଏବେ ଦମଦାର ଫର୍ମରେ ରହିଥିବାବେଳେ ବିଶ୍ୱକପର ପ୍ରମୁଖ ଦାବିଦାର ହେବ ବୋଲି ଆଶା କରାଯାଉଛି।


Reporterspen