ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ରାଜ୍ୟରେ PNG ସଂଯୋଗ ନେଇ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବଡ଼ ସୂଚନା। କହିଲେ ଓଡ଼ିଶାରେ ସବୁ ସହରକୁ ପାଇପ ଗ୍ୟାସ ଲାଇନ୍ ସଂଯୋଗ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ସବୁ ମହାନଗର ନିଗମ ସହିତ ଅନୁଗୁଳ, ଢେଙ୍କାନାଳ ଭଳି ବଡ ବଡ ସହରରେ ପ୍ରାୟ କାମ ସରିଲାଣି । ବାକି ଯେଉଁ ସହର ରହିଯାଇଛି ସେଠାରେ କାମ ଆରମ୍ଭ ହେବ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ସହଯୋଗ କରୁଛନ୍ତି । ବିଭିନ୍ନ ଏଜେନ୍ସି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ଅର୍ଥାତ୍ ଏପ୍ରିଲ ୨ରେ ଏ ନେଇ ସମୀକ୍ଷା ହୋଇଥିଲା। ଟାର୍ଗେଟ ଅନୁସାରେ କାର୍ଯ୍ୟ ପାଇଁ ଯୋଜନା ହୋଇଛି । ୨୦୧୭ରେ ଏହି କାର୍ଯ୍ୟ ଆରମ୍ଭ କରାଯାଇଥିଲା।
କିନ୍ତୁ ତତ୍କାଳୀନ ସରକାର ସହଯୋଗ ଦେଉ ନଥିବା କାରଣରୁ କାମ ସରିପାରିଲା ନାହିଁ। ଏବେ ଡବଲ ଇଞ୍ଜିନର ସରକାରରେ କାର୍ଯ୍ୟ ତ୍ବରାନ୍ବିତ ହେଉଛି। ପିଏନଜି ରେ ସମସ୍ୟା ଦେଖାଦେଲେ କମ୍ପାନୀ ମାନେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ। ବର୍ଷା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ସରକାର ଚେଷ୍ଟା କରୁଛନ୍ତି । ନୂଆ ଟେକ୍ନୋଲୋଜିରେ ହେବ ଯାହା ଦ୍ଵାରା ରାସ୍ତା ଅଧିକ ଖୋଳିବାକୁ ପଡ଼ିବ ନାହିଁ। ଯାହା ୨୪ ବର୍ଷରେ ହୋଇନାହିଁ ୨୪ ମାସରେ ହେଉଛି ବୋଲି ବିଭାଗୀୟ ମନ୍ତ୍ରୀ ।
ଟେଷ୍ଟିଂରେ ଯଦି ଏମିତି ସମସ୍ୟା ବର୍ଷ ବର୍ଷ ଧରି କାମ ଚାଲିଲେ କେଉଁଭଳି ସମସ୍ୟା ହୋଇଥାନ୍ତା । ସବୁକୁ ବିଚାରକୁ ନେଇ ଯେଉଁ ତରବରିଆ ନିଷ୍ପତ୍ତି ନେଇଥିଲେ ସ୍ଥଗିତ ରଖାଯାଇଛି। କେନ୍ଦ୍ରର ସହାୟତା ନେଇ ଉପଯୁକ୍ତ ଭାବରେ କରିବା ପାଇଁ ସରକାର ଯୋଜନା କରୁଛନ୍ତି ଲୋକେ ଯେମିତି ହ ଇରାଣ ନ ହୁଅନ୍ତି । ବର୍ତ୍ତମାନ ବାଇପାସ୍ ରୋଡ ହେଉଛି ଟ୍ରାଫିକ କମିବ। ଆମ ସରକାର ଖାଲି ମେଟ୍ରୋ ରେ ସୀମିତ ନୁହଁନ୍ତି । ବଜେଟ୍ ରେ ଘୋଷଣା ହୋଇଛି ଭୁବନେଶ୍ୱର,କଟକ, ପାରାଦୀପ ଇକୋନୋମିକାଲ ଜୋନ୍ ହେବ ଅର୍ଥନୀତି ବଢିବ । ସହର ବଢିବ । ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ସବୁ ବଢିବ ବୋଲି ମନ୍ତ୍ରୀ କହିଛନ୍ତି ।
ରାଜ୍ୟ ସରକାର ସମସ୍ତ ସହରାଞ୍ଚଳକୁ ପାଇପ୍ ଯୁକ୍ତ ପ୍ରାକୃତିକ ଗ୍ୟାସ ସଂଯୋଗ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି, ଧୀରେ ଧୀରେ ସହର ଗୁଡ଼ିକରେ LPG ସିଲିଣ୍ଡର ବ୍ୟବହାର ବନ୍ଦ କରିଦେଇଛନ୍ତି। ସିଲିଣ୍ଡର ପରିବହନ ସହିତ ଜଡିତ ଅନେକ ଚ୍ୟାଲେଞ୍ଜ ଏବଂ LPG ଯୋଗାଣରେ ଅତିରିକ୍ତ ୧୩ ପ୍ରତିଶତ ଖର୍ଚ୍ଚର ପ୍ରତିକ୍ରିୟାରେ ଏହି ପଦକ୍ଷେପ ନିଆଯାଇଛି। କେନ୍ଦ୍ରର ନିର୍ଦ୍ଦେଶ ପରେ, PNG ଭିତ୍ତିଭୂମିର ପ୍ରଚଳନ ବିଷୟରେ ଆଲୋଚନା କରିବା ପାଇଁ ଆଜି ସମସ୍ତ ପ୍ରମୁଖ ତୈଳ କମ୍ପାନୀଗୁଡ଼ିକ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ପ୍ରାରମ୍ଭିକ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଏବଂ ପୁରୀ ଭଳି ପ୍ରମୁଖ ସହରଗୁଡ଼ିକ ଉପରେ ଧ୍ୟାନ ଦିଆଯିବ, ଯେଉଁଠାରେ PNG ସଂଯୋଗ ଖୁବ୍ ଶୀଘ୍ର ଆରମ୍ଭ କରାଯିବ। PNG ସଂଯୋଗ ପ୍ରଦାନ କରାଯାଇଥିବା ପରିବାରଗୁଡ଼ିକ ଆଉ LPG ଯୋଗାଣ ପାଇଁ ଯୋଗ୍ୟ ହେବେ ନାହିଁ। ଆଗକୁ, LPG ସିଲିଣ୍ଡରଗୁଡ଼ିକ ଗ୍ରାମାଞ୍ଚଳରେ ସୀମିତ ରହିବ, ଯେତେବେଳେ ସହରାଞ୍ଚଳଗୁଡ଼ିକ PNG ବ୍ୟବହାର କରିବେ, “ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।

