ସୋଆ ପ୍ରେସ୍‌ରେ ଅତ୍ୟାଧୁନିକ ୪-କଲର ଅଫ୍‌ସେଟ୍‌ର ଶୁଭାରମ୍ଭ, ଉଦ୍‌ଘାଟନ କଲେ ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜ ରଞ୍ଜନ ନାୟକ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରେସ୍‌ରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ୪-କଲର ୨୯ ଇଞ୍ଚ ସିଟ୍‌ଫେଡ୍‌ ଅଫ୍‌ସେଟ ପ୍ରେସ୍‌ “କୋମୋରି ଏନ୍‌ଥ୍ରୋନ୍‌ ଜି-୨୯’କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକ ବୁଧବାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗଦେଇଛନ୍ତି।

ସେ କହିଛନ୍ତି ଯେ, ପ୍ରିଣ୍ଟିଂ ସରଞ୍ଜାମ କ୍ଷେତ୍ରରେ କୋମୋରି ହେଉଛି ଜାପାନର ଏକ ଅଗ୍ରଣୀ କମ୍ପାନୀ । ଏହି ଉଚ୍ଚ କ୍ଷମତା ସମ୍ପନ୍ନ ୪-କଲର ନୂତନ ପ୍ରିଣ୍ଟିଂ ପ୍ରେସ୍‌ ଏକା ସଂଗେ ଏକ ଘଣ୍ଟାରେ ୧୩ ହଜାର ସିଟ୍‌ ବାହାର କରିବାର କ୍ଷମତା ରହିଛି । ଯାହା ବିଶ୍ୱବିଦ୍ୟାଳୟର ଆବଶ୍ୟକତାକୁ ପୂରଣ କରିବାରେ ଖୁବ ଉପଯୋଗୀ ହୋଇପାରିବ ବୋଲି ଶ୍ରୀ ନନ୍ଦ କହିଛନ୍ତି । ସୋଆ ପ୍ରେସ୍‌ର ମ୍ୟାନେଜର ସଞ୍ଜୀବ ପଟ୍ଟନାୟକ କହିଛନ୍ତି, ଏହି ପ୍ରିଣ୍ଟିଂ ପ୍ରେସ୍‌ ଦ୍ୱାରା ଜର୍ନାଲ୍‌, ବ୍ରୋସିୟର, ପୁସ୍ତକ, ନ୍ୟୁଜ୍‌ ବୁଲେଟିନ୍‌, କ୍ୟାଲେଣ୍ଡର ଏବଂ ଅନ୍ୟାନ୍ୟ ପ୍ରିଣ୍ଟିଂ ମ୍ୟାଟେରିଆଲ୍‌ ଛାପିବାରେ ସହାୟକ ହୋଇପାରିବ।


Reporterspen