ସାଙ୍ଗଠନିକ ଦୃଷ୍ଟିରୁ ଓଡିଶା ରାଜ୍ୟକୁ ଭାରତ ବର୍ଷ ର ଏକ ନମ୍ବର ରାଜ୍ୟ ଭାବେ ଗଢି ତୋଳିବା : ଶ୍ରୀ ସୁନୀଲ ବଂଶଲ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): କାର୍ଯ୍ୟକର୍ତାଙ୍କ କଠିନ ଓ ଅକ୍ଲାନ୍ତ ପରିଶ୍ରମ କାରଣ ରୁ ରାଜ୍ୟ ରେ ବିଜେପି ଏକାଠି ସରକାର ଗଠନ କରିଛି । ବିଜେପି କାର୍ଯ୍ୟରେ ବିଶ୍ୱାସ କରେ, ପ୍ରତିଶୃତି ର ମୂଲ୍ୟକୁ ସମ୍ମାନ ଦିଏ । ଗତ ସାଧାରଣ ନିର୍ବାଚନ ରେ ଯାହା ସବୁ ପ୍ରତିଶୃତି ଦେଇଥିଲୁ, ତାହା ପୂରଣ କରୁଛୁ । ଓଡିଶା ବାସି ଆମ ଉପରେ ଆସ୍ଥା ପ୍ରକଟ କରିଛନ୍ତି, ସେହି କାରଣରୁ ଆମ ଭିତରେ ନେତୃତ୍ୱ ନେବା ର ଭାର ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଆମେ ଆମ ନିଜର ଆଚରଣ ଓ ଉଚ୍ଚାରଣ ରେ ସଂଯମତା ରଖି ଆଗାମୀ ପିଢ଼ି ପାଇଁ କାର୍ଯ୍ୟ ଓ କ୍ଷେତ୍ର ପ୍ରସ୍ତୁତ କରିବା । ସଂଗଠନ କୁ ସୁଦୃଢ କରି ତୃଣମୂଳ ସ୍ତରରେ ସ୍ଥାନୀୟ ନେତୃତ୍ବର ବିକାଶ ପାଇଁ କାର୍ଯ୍ୟ କରିବାକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆହ୍ୱାନ ଦେଇଛନ୍ତି ।

ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ଦ୍ଧିିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ସୁନୀଲ ବଂଶଲ ଉଦଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ବଂଶଲ କହିଛନ୍ତି ଯେ, ଦୀର୍ଘ ବର୍ଷ ର ସଂଘର୍ଷ ପରେ ରାଜ୍ୟ ରେ ବିଜେପି ଏକାଠି ସରକାର ଗଠନ କରିଥିଲା । ସରକାର ଗଠନ ପୂର୍ବରୁ କାର୍ଯ୍ୟକର୍ତା ମାନେ ସଂଘର୍ଷ କରୁଥିଲେ, ବର୍ତମାନ କାର୍ଯ୍ୟକର୍ତାଙ୍କ ଦାଇତ୍ୱ ବୃଦ୍ଧି ପାଇଛି । ସଂଗଠନ ଦୁର୍ବଳ ଥିବା ରାଜ୍ୟ ର ପ୍ରତ୍ୟକ ବିଧାନସଭା, ମଣ୍ଡଳ, ବୁଥ ରେ ଦଳୀୟ ସଂଘଟଣା କୁ ସୁଦୃଢ କରିବା ଆମ ସମସ୍ତଙ୍କ ପାଇଁ ବଡ ଆହ୍ୱାନ । କାର୍ଯ୍ୟ ବିସ୍ତାର ଦୃଷ୍ଟିରୁ ସମାଜ ର ସବୁ ବର୍ଗ ର ବ୍ୟକ୍ତି ବିଶେଷଙ୍କୁ ପାର୍ଟି ରେ ଯୋଡିବା । ସାଙ୍ଗଠନିକ ଦୃଷ୍ଟିରୁ ଓଡିଶା ରାଜ୍ୟକୁ ଭାରତ ବର୍ଷ ର ଏକ ନମ୍ବର ରାଜ୍ୟ ଭାବେ ଗଢି ତୋଳିବା । ମଜଭୁତ ସଂଗଠନ ପାଇଁ ତୃଣମୂଳ ସ୍ତର ରେ ବୁଥ ରୁ ଆରମ୍ଭ କରି ପ୍ରତ୍ୟେକ ବିଧାନସଭା ଓ ଜ଼ିଲ୍ଲା ରେ ସଂଗଠନ କୁ ସକ୍ରିୟ ଓ ସକ୍ଷମ କରିବା । ସେହି ପରି ଜନ ସମସ୍ୟା ର ସମାଧାନ ପାଇଁ ନିର୍ବାଚିତ ଜନପ୍ରତିନିଧିମାନେ ଜନ ସମ୍ପର୍କ କୁ ସୁଦୃଢ କରି ଲୋକଙ୍କ ବିଶ୍ୱାସ ଭାଜନ ହୁଅନ୍ତୁ | ନୂତନ ଯୋଜନା ପ୍ରସ୍ତୁତ କରିବା ସରକାର ଙ୍କ କାର୍ଯ୍ୟ, କିନ୍ତୁ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର କରିବା ଦାଇତ୍ୱ କାର୍ଯ୍ୟକର୍ତାଙ୍କ । କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନକଲ୍ୟାଣକାରି ଯୋଜନାର ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଉ । ନୂତନ ପିଢ଼ିର ଆକାଂକ୍ଷାକୁ ଦୃଶ୍ୟପଟରେ ରଖି ଆମ ସମସ୍ତଙ୍କୁ ପରିବର୍ତନ କରିବା | ଡିଜିଟାଲ ଯୁଗରେ ସୋସିଆଲ ମିଡ଼ିଆ କୁ ବ୍ୟବହାର କରି ବିରୋଧୀଙ୍କ ଦ୍ୱାରା ହେଉଥିବା ମିଥ୍ୟା ପ୍ରଚାରକୁ ତଥ୍ୟ ଓ ସତ୍ୟ ସହ ଦୃଢ ଜବାବ ଦେବା । ସର୍ବପରି ନିଷ୍ଠା ଓ ପ୍ରତିବଦ୍ଧତାର ସହ ସଂଗଠନ କୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିବା ।ଆଗାମୀ ଦିନ ରେ ରାଜ୍ୟ ରେ ହେବାକୁ ଥିବା ପଂଚାୟତ, ନଗର ପାଳିକା ଓ ସମବାୟ ନିର୍ବାଚନରେ ସଫଳତା ହାସଲ କରିବା ଆମର ଲକ୍ଷ ବୋଲି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ସୁନୀଲ ବଂଶଲ କହିଛନ୍ତି ।

କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଗୁରୁତ୍ୱପୂର୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଥିଲା । ରୌପ୍ୟ ନଗରୀ କଟକରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକର ପ୍ରଥମ ଦିନରେ ଦଳୀୟ ପତାକା ଉତୋଳନ କରାଯାଇଥିଲା ।ଏହାପରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ପୁର୍ଣ ବନ୍ଦେ ମାତରଂ ଗାନ କରା ଯାଇଥିଲା ।ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡା, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର ଓ ସହପ୍ରଭାରୀ ଲତା ଉସେଣ୍ଡୀ, ରାଜ୍ୟ ସମ୍ପାଦକ(ସଂଗଠନ) ମାନସ କୁମାର ମହାନ୍ତି ପ୍ରମୁଖଙ୍କ ସମେତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ ।

ଉଦଘାଟନ ସତ୍ର ଶେଷ ହେବା ପରେ ଶୋକ ପ୍ରସ୍ତାବ ଆଗତ କରାଯାଇ ପାରିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ବିଚକ୍ଷଣ ନେତୃତ୍ୱ ଏବଂ ଦୁରଦର୍ଶୀ କାର୍ଯ୍ୟ ପାଇଁ ଆଜି ଭାରତବର୍ଷ ବିକାଶର ରାସ୍ତାରେ ଆଗେଇ ଚାଲିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ କେନ୍ଦ୍ର ସରକାରଙ୍କର ବହୁ ସୂତ୍ରୀ କାର୍ଯ୍ୟକ୍ରମ ଏବଂ ଯୁଗାନ୍ତକାରୀ ଯୋଜନାମାନ ଦେଶକୁ ବିକାଶର ରାସ୍ତାରେ ଆଗକୁ ନେଉଛି । ଭାରତବର୍ଷର ଅର୍ଥନୈତିକ ଅଭିବୃଦ୍ଧି ହାର ଏବେ ୭.୮ % ଯାହା ବିଶ୍ୱର ସବୁଠୁ ବଡ ଅର୍ଥନୀତି ମଧ୍ୟରେ ସର୍ବାଧିକ । ଆଜିର ଏହି କାର୍ଯ୍ୟକାରିଣୀ ଏହି ଉଲ୍ଲେଖନୀୟ ଅଭିବୃଦ୍ଧି ହାର ଏବଂ ବିକଶିତ ଭାରତ ଗଠନର ରାସ୍ତାରେ ଦେଶକୁ ଆଗେଇ ନେଉଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨ବର୍ଷର ବିକାଶ ଯାତ୍ରା, ଦେଶ ନକ୍ସଲମୁକ୍ତ ହେବା, ସମ୍ପୂର୍ଣ୍ଣ ବନ୍ଦେ ମାତରମ୍ କୁ ଗାନ କରିବା ପାଇଁ ଐତିହାସିକ ନିଷ୍ପତି, ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସହଯୋଗ ସାରା ଦେଶରେ ଦେଶପ୍ରେମର ଏକ ନୂଆ ଉନ୍ମାଦନା ସୃଷ୍ଟି କରିବା, ୧୨ ବର୍ଷରେ ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର‌୍ୟମୁକ୍ତ କରିବା, ୪ କୋଟିରୁ ଅଧିକ ଗରିବ ପରିବାରଙ୍କୁ ପକ୍କା ଘର ମିଳିଛି, ୬୦କୋଟିରୁ ଅଧିକ ହିତାଧିକାରୀ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ, ୩ କୋଟିରୁ ଅଧିକ ମହିଳା ଲକ୍ଷପତି ଦିଦି ସୃଷ୍ଟି କରିବା, ୧୨ କୋଟିରୁ ଅଧିକ ଶୌଚାଳୟ ଗରିବ ପରିବାରର ମର୍ଯ୍ୟାଦା ଓ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା, ପ୍ରତିରକ୍ଷା ରପ୍ତାନୀ ରେକର୍ଡ ସ୍ଥାପନା, ବନ୍ଦେ ଭାରତ ଟ୍ରେନ ଓ ଅମୃତ ଭାରତ ଷ୍ଟେସନ ଭାରତୀୟ ରେଳ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା, ଦେଶର ଭିତିଭୂମି ନିର୍ମାଣ ଖର୍ଚ୍ଚ ୬ଗୁଣ ବଢି ବାର୍ଷୀକ ୧୨ ଲକ୍ଷ କୋଟି ଟଙ୍କାରେ ପହଁଚାଇବା ସହ ଡିଜିଟାଲ ପେମେଂଟ କ୍ଷେତ୍ରରେ ଭାରତବର୍ଷ ବିଶ୍ୱର ୧ନଂ ଦେଶ ପାଲଟିବା ପାଇଁ ଏବଂ ସର୍ବୋପରି ବିକଶିତ ଭାରତ ଗଠନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଏହି ନିରନ୍ତର କାର୍ଯ୍ୟ ପାଇଁ ଆଜିର ଏହି କାର୍ଯ୍ୟକାରିଣୀ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛି ।

ସେହିପରି ୨୦୨୪ର ଐତିହାସିକ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶାର ପ୍ରଥମ ଭାରତୀୟ ଜନତା ପାର୍ଟି ସରକାର ରାଜ୍ୟରେ ବିକାଶ ଓ କଲ୍ୟାଣକାରୀ ଯୋଜନାର ସୁଅ ଛୁଟାଇଛନ୍ତି । ୨୦୩୬ ସୁଦ୍ଧା ଯେତେବେଳେ ସ୍ୱତନ୍ତ୍ର ଓଡିଶା ନିର୍ମାଣର ୧୦୦ବର୍ଷ ପୂରଣ ହେବ ସେତେବେଳେ ଏକ ସମୃଦ୍ଧ ଓଡିଶା ଗଠନ କରିବାର ସଂକଳ୍ପ ଓଡିଶାର ବିଜେପି ସରକାର ନେଇଛି । ଆଜିର ଏହି କାର୍ଯ୍ୟକାରିଣୀ ଏହି ସଂକଳ୍ପ ପାଇଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେବା ସହ ବିକଶିତ ଓଡିଶା ଗଠନରେ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବ ବୋଲି ଘୋଷଣା କରିଛି । ସେହିପରି ଚାଷୀଙ୍କୁ ଧାନ କିଣାରେ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କାର କ୍ରୟ ଓ ସରକାରୀ ସହାୟତା ପ୍ରଦାନ କରିବା, ସିଏମ କିଷାନ ସମ୍ମାନ ନିଧି ଯୋଜନାରେ ବାର୍ଷିକ ୪୦୦୦ଟଙ୍କା ପ୍ରଦାନ, କୃଷକମାନଙ୍କ ପାଇଁ ୧୦୦ଟି ମଡେଲ ମଣ୍ଡି, ୨୦ବର୍ଷରୁ ଅଧିକ ସମୟ ଧରି ବନ୍ଦ ଥିବା ବଡମ୍ବା ସମବାୟ ଚିନି ଶିଳ୍ପ ଏବଂ ନୟାଗଡ ସମବାୟ ଚିନି ଶିଳ୍ପ ପୁନଃ ଚାଲୁ କରିବା ପାଇଁ କାର୍ଯ୍ୟାରମ୍ଭ, ୯୨.୬୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରି ରାଜ୍ୟ ଇତିହାସରେ ସର୍ବାଧିକ ଧାନ କ୍ରୟ ଓ ଚାଷୀଙ୍କ ଅଂଶଗ୍ରହଣର ନୂଆ ରେକର୍ଡ ସ୍ଥାପନ ହୋଇଛି । ‘ସୁଭଦ୍ରା ଯୋଜନା’ ରେ ୧କୋଟିରୁ ଅଧିକ ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ବାର୍ଷିକ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାଧ୍ୟମରେ ୧୩୦୦ରୁ ଉର୍ଦ୍ଧ୍ୱ ଯୋଡିଙ୍କୁ ମର୍ଯ୍ୟାଦାଜନକ ସାମୂହିକ ବିବାହ ଜରିଆରେ ସହାୟତା ପ୍ରଦାନ କରାଯାଉଛି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ଲାଭ ପାଉଛନ୍ତି । ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୭୦ବର୍ଷରୁ ଉର୍ଦ୍ଧ୍ୱ ୨୨.୪୧ ଲକ୍ଷ ବ୍ୟକ୍ତି ସାମିଲ ହୋଇଛନ୍ତି ।

ରାଜ୍ୟରେ ଜରୁରୀ ଚିକିତ୍ସା ସମୟରେ ରକ୍ତର ଅଭାବ ପୂରଣ କରିବା ପାଇଁ ଅଟଳ ରକ୍ତଦାନ ଅଭିଯାନ ଭଳି ମହତ୍ୱ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି । ପୁରୀ, ଯାଜପୁର, ବାଲେଶ୍ୱର, ବଲାଙ୍ଗିର, ମୟୁରଭଞ୍ଜ, କୋରାପୁଟ ଓ ଅନୁଗୁଳରେ ୭ଟି ନୂତନ ନର୍ସିଂ କଲେଜ ଏବଂ କେନ୍ଦୁଝରରେ ରାଜ୍ୟ ପାଣ୍ଠିରୁ ଏକ ନୂତନ ନର୍ସିଂ କଲେଜ ପ୍ରତିଷ୍ଠା କରାଯିିବ । ରାଜ୍ୟରେ ଜାତୀୟ ନୂତନ ଶିକ୍ଷା ନୀତିକୁ ରାଜ୍ୟ ସରକାର ଓଡିଶାରେ ଲାଗୁ କରିଛନ୍ତି । ରାଜ୍ୟ ସରକାର ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଟ୍ୟୁସନ ଫି ଛାଡ କରି ଏକ ଐତିହାସିକ ଯୋଜନା ଆରମ୍ଭ କରିଛନ୍ତି । ଓଡିଶାରେ ୪ଟି ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରାଯାଇଛି । ଓଡିଶାର ଉପାନ୍ତ ଜିଲ୍ଲାରେ ମହାବିଦ୍ୟାଳୟ ନଥିବା ବ୍ଲକ ଗୁଡିକରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ଖୋଲାଯାଇଛି । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମାଧ୍ୟମରେ ୧୨ ହଜାର କୋଟି ଟଙ୍କା ବ୍ୟୟରେ ସାରା ରାଜ୍ୟର ମନୋନୀତ ୨୨୦୦ ବିଦ୍ୟାଳୟକୁ ସୁଦୃଢ କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଅନୁସୂଚିତ ଜନଜାତି ଏବଂ ଜାତି ଛାତ୍ରଙ୍କ ବାର୍ଷିକ ଛାତ୍ରବୃତିକୁ ୧୦,୫୦୦ ଟଙ୍କାରୁ ୧୬,୦୦୦ ଟଙ୍କା ଏବଂ ଛାତ୍ରୀମାନଙ୍କ ୧୧,୦୦୦ ଟଙ୍କାରୁ ୧୭,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଜଳ ସମ୍ପଦ କ୍ଷେତ୍ରରେ ରାଜ୍ୟ ସରକାର ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ପାଇଁ ସର୍ବାଧିକ ଗୁରୁତ୍ୱ ଦେବା ସହ ୨୭,୩୨୫ଟି ଉଠାଜଳସେଚନ ଦ୍ୱାରା ୧.୮୨ଲକ୍ଷ ହେକ୍ଟର ଜଳସେଚନ କ୍ଷମତା ସୃଷ୍ଟି କରାଯାଇଛି । ଓଡିଶାରେ ମହାନଦୀ ସମେତ ଅନ୍ୟ ବୃହତ ନଦୀ ମାନଙ୍କରେ ନଦୀ ଗର୍ଭ ଜଳ ସଂଚୟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାପାଇଁ ବ୍ୟୟବରାଦ କରାଯାଇଛି । ସେହିପରି ଏକ ପେଡ୍ ମା’ କେ ନାମ ଅଭିଯାନରେ ଗତ ୨ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ୧୪.୮୪ କୋଟି ଚାରା ରୋପଣ କରାଯାଇଛି । ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ୪୩୦୯୫ କୋଟି ଟଙ୍କା ବ୍ୟୟରେ ୫୩୯୯ କିଲୋମିଟର ଜାତୀୟ ରେଳପଥ ନିର୍ମାଣ ହୋଇଛି । ସମ୍ବଲପୁର ଟାଉନ ରିଙ୍ଗ ରୋଡ, କ୍ୟାପିଟାଲ ରିଜିୟନ୍ ରିଂ ରୋଡ୍‌, ରାମେଶ୍ୱର-ପୁରୀ-ପାରାଦୀପ ଉପକୂଳ ରାଜପଥ ଭଳି ୯ଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପ କାମ ଆରମ୍ଭ ହୋଇଛି ।

ସେହିପରି ବାଣିଜ୍ୟ ପରିବହନ କ୍ଷେତ୍ରରେ କେନ୍ଦ୍ରାପଡାରେ ୨୨,୭୦୦ କୋଟି ବିନିଯୋଗରେ ମେଗା ଜାହାଜ ନିର୍ମାଣ କ୍ଲଷ୍ଟର ଏବଂ ପୁରୀରେ କ୍ରୁଜ୍ ଟର୍ମିନାଲ ବିକାଶ ପାଇଁ ଓଡିଶା ମେରିଟାଇମ୍ ବୋର୍ଡ ଏବଂ ପାରାଦୀପ ପୋର୍ଟ ଅଥରିଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଅଟଳ ବସ୍ ଷ୍ଟାଣ୍ଡ ଯୋଜନା ଅଧୀନରେ ରାଜ୍ୟର ସମସ୍ତ ବସ୍ ଷ୍ଟାଣ୍ଡର ବିକାଶ ପାଇଁ ସରକାର ପଦକ୍ଷେପ ନେବା ସହ ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩୧୮ଟି ଅଟଳ ବସଷ୍ଟାଣ୍ଡ ନିର୍ମାଣ ପାଇଁ ନିଷ୍ପତି ନେଇଛନ୍ତି ଏବଂ ଏଥିମଧ୍ୟରୁ ୮୦ଟି ବସ୍ ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ କ୍ଷେତ୍ରରେ ୧୧ଟି ସହରରେ ୨୪ ଘଂଟା ‘ଡ୍ରିଙ୍କ୍‌-ଫ୍ରମ୍‌-ଟ୍ୟାପ’ ସୁବିଧା କାର୍ଯ୍ୟକ୍ଷମ, ୧୧୪ଟି ସହରରେ ପାଇପ୍ ଜଳ ଯୋଗାଣ ସଫଳ ହୋଇଛି । ସିଆରୟୁଟି / ଆମ ବସ୍ ଫ୍ଲିଟ୍ ରେ ବସ ସଂଖ୍ୟା ୭୬୦ରେ ପହଁଚିଛି, ଦୈନିକ ୩ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରୁଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଗତ ୨ ବର୍ଷରେ ଓଡିଶାରେ ୧୩୭୪ କିଲୋମିଟର ସବୁଦିନିଆ ଗ୍ରାମ୍ୟ ରାସ୍ତା ଏବଂ ୫୯ଟି ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ୮୫୪୧ ଟି ଜନବସତିକୁ ସଫଳତାର ସହ ସଂଯୋଗ ସ୍ଥାପନ କରିବା ସହ ସର୍ବାଧିକ ଦୈର୍ଘ୍ୟର ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରିବାରେ ଆର୍ଥିକ ବର୍ଷ ୨୦୨୫-୨୬ରେ ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୭,୨୮୭ କୋଟି ଟଙ୍କାରେ ୧୦,୧୧୦ କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ରାଜ୍ୟରେ କ୍ରୀଡା ଓ ଯୁବସେବା କ୍ଷେତ୍ରରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରି ପଡିଆରୁ ପୋଡିୟମ୍ ଦୃଷ୍ଟିକରଣକୁ ବାସ୍ତବ ରୂପ ଦେବା ପାଇଁ ୬୦୦ କୋଟି ଟଙ୍କା ବ୍ୟୟରେ ୬ଟି ଆଂଚଳିକ କ୍ରୀଡା ହବ୍‌, ୧୩ଟି ଅଲିମ୍ପିକ ସାଇଜ୍ ସୁଇମିଂ ପୁଲ, ଜନଜାତି ଅଂଚଳ ପାଇଁ ଆର୍ଚେରୀ ଏକାଡେମୀ ଏବଂ ପୁରୀରେ ଏକ ସ୍ୱତନ୍ତ୍ର ଇନଡୋର ହ୍ୟାଣ୍ଡବଲ୍ ଏକାଡେମୀ ସ୍ଥାପନ କରାଯିବା ଭଳି ଏକ ଐତିହାସିକ ନିଷ୍ପତିରାଜ୍ୟ ସରକାର ନେଇଛନ୍ତି । ଶିଳ୍ପ କ୍ଷେତ୍ରରେ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ୯ଟି ବୈଠକରେ ୭,୯୬,୬୩୮ କୋଟି ଟଙ୍କାର ୮୯ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ଏହାଦ୍ୱାରା ୩,୧୦,୮୨୫ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି ।

ଏପର୍ଯ୍ୟନ୍ତ ରଜ୍ୟ ସରକାରଙ୍କ ସହିତ ୨୪ ଲକ୍ଷ କୋଟି ଟଙ୍କାର ଶିଳ୍ପ କ୍ଷେତ୍ରରେ ବିନିଯୋଗ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ବିଗତ ୨ ବର୍ଷ ମଧ୍ୟରେ ମୋଟ ୩୯୧୩ କୋଟି ଟଙ୍କା ବ୍ୟୟରେ ୪ ଲକ୍ଷ ୮୨ ହଜାର ୯୬୯ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି । ଖାଦ୍ୟ ସୁରକ୍ଷାକୁ ଆହୁରି ସଶକ୍ତ କରିବା ପାଇଁ ମାସିକ ମୁଣ୍ଡ ପିଛା ୫କେଜି ଚାଉଳକୁ ଦୁଇଗୁଣ କରାଯାଇ ୧୦କେଜି କରାଯାଇଛି । ସେହିପରି ଇସ୍ପାତ ଓ ଖଣି କ୍ଷେତ୍ରରେ ୨୦୨୪-୨୫ ରେ ମୁଖ୍ୟ ଓ ଗୌଣ ଖଣିଜ ପଦାର୍ଥରୁ ସମ୍ମିଳିତ ଖଣି ରାଜସ୍ୱ ବାବଦକୁ ୪୩,୮୪୨ କୋଟି ଟଙ୍କା ସଂଗ୍ରହ, ଆର୍ଥିକ ବର୍ଷ ୨୦୨୫-୨୬ ରେ ଏହା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇ ୪୮,୫୫୩ କୋଟି ଟଙ୍କାରେ ପହଁଚିଛି । ଓଡିଶାରେ ଆମ ସରକାର ଏକ ଦୀର୍ଘ ବ୍ୟବଧାନ ପରେ ଏକ ଲୋକାଭିମୁଖୀ ଶାସନ ଦେବାରେ ସଫଳ ହୋଇପାରିଛନ୍ତି । ଏହି ଲୋକଙ୍କ ସରକାର ସାଧାରଣ ଜନତାଙ୍କ ଦୁଃଖସୁଖରେ ସିଧାସଳଖ ଭାଗିଦାରୀ ହେବା ସହିତ ଜନଶୁଣାଣି ମାଧ୍ୟମରେ ଜନ ସମସ୍ୟାର ସମାଧାନ କରୁଛି । ଉଭୟ ବୈଷୟିକ ଏବଂ ସାଧାରଣ ଶିକ୍ଷା କ୍ଷେତ୍ରରେ ଆମ ସରକାର ଅନୁସୂଚିତ ଜାତି ଓ ଜନଜାତି ଆରକ୍ଷଣରେ ସୁଧାର ଆଣିବାରେ ପ୍ରଥମ କରି ପଛୁଆ ଜାତିର ଛାତ୍ରଛାତ୍ରୀମାନଙ୍କୁ ନୂତନ ଭାବରେ ଆରକ୍ଷଣ ପ୍ରଦାନ କରି ସାମାଜିକ ନ୍ୟାୟ ପ୍ରତିଷ୍ଠା କ୍ଷେତ୍ରରେ ଏକ ନୂଆ ପର୍ଯ୍ୟାୟ ଆରମ୍ଭ କରିଛନ୍ତି । ସେହିପରି ଆମର ନିର୍ବାଚନ ଘୋଷଣାପତ୍ରର ପ୍ରତିଶ୍ରୁତିକୁ ପୂରଣ କରି ସରକାର ୮୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ମଧ୍ୟ ମାସିକ ୩୫୦୦ ଟଙ୍କାର ଭତା ପ୍ରଦାନ କରି ଏକ ସମ୍ବେଦନଶୀଳ ଭାବରେ ଉଦାହରଣ ସୃଷ୍ଟି କରିଛନ୍ତି । ଆଜିର ଏହି କାର୍ଯ୍ୟକାରିଣୀ ଓଡିଶା ସରକାରଙ୍କର ଏହି ସମସ୍ତ ଜନକଲ୍ୟାଣକାରୀ ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ଧନ୍ୟବାଦ ଅର୍ପଣ କରିଛି ।

କଟକଠାରେ ଆୟୋଜିତ ଦୁଇଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଆ, ଭାଷା, ସଂସ୍କୃତି ଓ ଅସ୍ମିତାର ନିଦର୍ଶନ ଦେଖିବାକୁ ମିଳିଛି । କାର୍ଯ୍ୟକାରିଣୀ ସଭାସ୍ଥଳରେ ଓଡ଼ିଶାର ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ, ବରପୁତ୍ର ଓ କବିମାନଙ୍କ ଫଟୋ ଚିତ୍ର ଏବଂ ବାର୍ତାକୁ ସ୍ଥାନ ଦେଇ ସମ୍ମାନ ଜଣାଇଛି । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ତଥା ଜନକଲ୍ୟାଣକାରୀ ଯୋଜନାର ବିସ୍ତୃତ ବିବରଣୀ ମଧ୍ୟ ପ୍ରଦର୍ଶିତ କରାଯାଇଛି । ଆସନ୍ତା କାଲି ଦ୍ଵିତୀୟ ଦିବସରେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ପାରିତ କରାଯିବ |


Reporterspen