Astrology: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନ୍ୟାୟର ଦେବତା ଶନିଦେବ ବର୍ତ୍ତମାନ ମୀନ ରାଶିରେ ଥିବା ବେଳେ ମେ ୧୩ ତାରିଖ ସକାଳ ୯ଟା ୩୬ ମିନିଟ୍ ସମୟରେ ସେହି ରାଶିରେ ଓଲଟା ଚଳନ କରିବେ। ଶନିଙ୍କ ଏହି ଓଲଟା ଚଳନ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଅକାସ୍ମିକ ଅଘଟଣରୁ ମୁକ୍ତି ପାଇବା ସହିତ ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଆସନ୍ତାମାସ ଠାରୁ କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି…
ମିଥୁନ: ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ବିଶେଷକରି , କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ଦରମା ବଢିବ। ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବେ। ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥା ଦୂର ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପରିବାର ସହ ହୋଇଥିବା ମତଭେଦ ଦୂର ହେବ। ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଦିର୍ଘ ଦିନ ଧରି କୋର୍ଟ-କଚେରୀରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।
କର୍କଟ: ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ରହିବ। ଦିର୍ଘଦିନ ଧରି ପଡି ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦ ଦୂର ହେବ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ପରିବର୍ତ୍ତନ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଚେଷ୍ଚା ଜାରି ରଖନ୍ତୁ ,ସଫଳତା ନିଶ୍ଚୟ ପାଇବେ। କଳା, ସାହିତ୍ୟ , ସାମ୍ବାଦିକତା ଓ ରାଜନେତାଙ୍କ ପାଇଁ ସମୟ ଶୁଭ ରହିବ। ରାଜନିତୀ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ଏହି ସମୟରେ ଦଳ ପକ୍ଷରୁ ବଡ଼ ଦାୟିତ୍ବ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ।
କୁମ୍ଭ: ଶନିଙ୍କ ଓଲଟା ଚଳନ ଏହି ରାଶିର ଭାଗ୍ୟ ଉଦୟ କରିବ। ବିଶେଷକରି,ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ଯେଉଁମାନେ ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିବ। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଅଧିକ ଟଙ୍କା ଲାଭ ପାଇବେ। ଯେଉଁମାନେ ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଏହି ସମୟରେ ଆରମ୍ଭ କଲେ ପ୍ରଚୁର ଟଙ୍କା କମେଇବେ। ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରା ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ପ୍ରେମୀ ମାନଙ୍କ ପାଇଁ ସମୟ ଶୁଭ ରହିବ। ଅବିବାହିତଙ୍କ ପାଇଁ ବିବାହର ଯୋଗ ରହିଛି।
ବିଛା: ଶନିଙ୍କ ବିଶେଷ କୃପା ଏହି ରାଶିକୁ ମାଲାମାଲ୍ କରିବ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ସମ୍ମାନୀତ ହେବେ। କଠିନ ପରିଶ୍ରମର ଫଳ ପାଇବେ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ବିଦେଶରେ ଚାଲିଥିବା ବାଣିଜ୍ୟ -ବ୍ୟବସାୟରୁ ମୋଟା ଅଙ୍କର ଟଙ୍କା ରୋଜଗାର କରିବେ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ଯେଉଁମାନେ ପ୍ରେମ ସମ୍ପର୍କରେ ରହିଛନ୍ତି। ସେମାନଙ୍କର ନିଜ ସାଥୀଙ୍କ ସହ ବିବାହ ଯୋଗ ରହିଛି। ପରିବାରରେ ସୁଖ-ଶାନ୍ତିର ମାହୋଲ୍ ଦେଖିବାକୁ ମିଳିବ। ନୂଆ ଘର ଓ ଗାଡି କିଣିବାର ସ୍ବପ୍ନ ସାକାର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ବୃଷ: ଶନିଙ୍କ କୃପାରୁ ଧନବାନ୍ ହେବେ ଏହି ରାଶିର ଲୋକେ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଦରମା ବଢିବା ସହିତ ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବେ। ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥାରେ ସୁଧାର ଆସିବ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ ପାଇବେ। ସେୟାର ମାର୍କେଟ୍ ରୁ ଅଧିକ ଲାଭ ପାଇବେ। ନିଜ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପୁରୁଣା ରୋଗରୁ ମୁକ୍ତି ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)