terror attack: ଆତଙ୍କୀ ଆକ୍ରମଣ ପରେ ଏଲଓସିରେ ଉତ୍ତେଜନା, ଭାରତ-ପାକିସ୍ତାନ ମୁହାଁମୁହିଁ

Reporterspen

terror attack: ଏଲଓସିରେ ବର୍ଷୁଛି ଗୁଳି। ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ । ପ୍ରଥମେ ପାକିସ୍ତାନ ସେନା ପକ୍ଷରୁ ଜୋରଦାର୍ ଫାୟାରିଂ ହୋଇଛି । ପାକ୍ ସେନାକୁ କଡ଼ା ଜବାବ ଦେଇଛି ଭାରତୀୟ ସେନା । ରାତିସାରା ହେଉଥିବା ବେଳେ ଏବେବି ଚାଲିଛି କୁମ୍ବିଂ। ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳି ନଥିବାବେଳେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିବା ଜଣାପଡ଼ିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଟେନସନ୍ ବଢ଼ୁଥିବା ବେଳେ ଅଶାନ୍ତ ହୋଇଛି ଏଲଓସି । ଗତକାଲି ରାତିରୁ ଆଶନ୍ତ ହୋଇ ଉଠିଛି ଏଲଓସି । ଶିମଲା ଚୁକ୍ତିରୁ ପାକିସ୍ତାନ ଓହରି ଯିବାକୁ ଗତକାଲି ଘୋଷଣା କରିଥିଲା । ଏଲଓସିରେ ପାକ୍ ସେନାର ଏକାଧିକ ପୋଷ୍ଟରୁ ଏହି ଫାୟାରିଂ କରାଯାଇଛି । ଏ-ନେଇ ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଛୋଟ ଅସ୍ତ୍ର ସାହାଯ୍ୟରେ ପାକ୍ ସେନା ପକ୍ଷରୁ ପ୍ରଥମେ ଫାୟାରିଂ କରାଯାଇଥିଲା। ଯାହାର କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା । ସେପଟେ ଅମ୍ବାଲାରେ ଯୁଦ୍ଧାଭ୍ୟାସ କରିଛି ଭାରତ । ଆକାଶରେ ଗର୍ଜିଛି ରାଫେଲ , ସୁଖୋଇ-୩୦ ଭଳି ଲଢୁଆ ବିମାନ । ଆକ୍ରମଣ ନାଁରେ ଏହି ଯୁଦ୍ଧାଭ୍ୟାସ ହୋଇଛି । ଭାରତ -ପାକିସ୍ତାନ ଉତ୍ତେଜନା ମଧ୍ୟରେ ଯୁଦ୍ଧଭ୍ୟାସ କରିଛି ବାୟୁସେନା । ଆକାଶମାର୍ଗରୁ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି ।

ଅନ୍ୟପକ୍ଷେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଶର ସବୁଠାରେ ଲୋକେ କ୍ରୋଧିତ ରହିଛନ୍ତି ଏବଂ ପାକିସ୍ତାନ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନାରା ଦେଉଛନ୍ତି । ଏପଟେ, ସରକାର ମଧ୍ୟ ପାକିସ୍ତାନକୁ ସବକ୍ ଦେବାକୁ ଭାରତ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତରେ ଥିବା ଶତ୍ରୁ ଦେଶର ଦୂତାବାସ ବର୍ତ୍ତମାନ ବନ୍ଦ ହେବ। ଏହା ବ୍ୟତୀତ ସିନ୍ଧୁ ଜଳ ଚୁକ୍ତିନାମାକୁ ମଧ୍ୟ ସମାପ୍ତ କରିବାକୁ ଘୋଷଣା କରାଯାଇଛି। ସମସ୍ତ ପାକିସ୍ତାନୀଙ୍କ ଭିସା ବାତିଲ କରାଯାଇଛି। ଏହା ସହିତ ଓ୍ବାଘା-ଅଟାରୀ ସୀମାକୁ ବନ୍ଦ କରିଦିଆଯାଇଛି ।


Reporterspen
!-- afp header code starts here -->