balanga student fire case: ବଳଙ୍ଗା ଛାତ୍ରୀଙ୍କ ଶରୀର ୭୫% ପ୍ରତିଶତ ପୋଡ଼ିଛି, ଶ୍ୱାସକ୍ରିୟାରେ ରହିଛି ସମସ୍ୟା

Reporterspen

balanga student fire case: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ପୁରୀ ଜିଲ୍ଲା ନିମାପଡ଼ାର ବାଇଆବର ଅଞ୍ଚଳରେ ଅପହରଣ ଓ ପରେ କିରୋସିନ ଢାଳି ନିଆ ଲଗାଇବା ଘଟଣାରେ ପୀଡ଼ିତା ଛାତ୍ରୀ ଏବେ ଭୁବନେଶ୍ୱରର ଏମ୍‍ସଠାରେ ଜୀବନ-ମରଣ ସହ ସଂଗ୍ରାମ କରୁଛନ୍ତି। ଅମ୍ଳଜାନ ସହଯୋଗରେ ସେ ଶ୍ୱାସକ୍ରିୟା କରୁଛନ୍ତି। ତାଙ୍କର ଶରୀରର ୭୦ରୁ ୭୫ ଭାଗ ପୋଡ଼ିଛି ଏବଂ ଆସନ୍ତା ୪୮ରୁ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବୋଲି କହିଛନ୍ତି ଏମ୍ସ କର୍ତ୍ତୃପକ୍ଷ।

ହସ୍‍ପିଟାଲ୍‍ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଛନ୍ତି, ଝିଅଟିର ଅବସ୍ଥା ଜଟିଳ ଏବଂ ସ୍ଥିର ରହିଛି। ସେ କଥା କହିପାରୁଛନ୍ତି କିନ୍ତୁ ମାନସିକ ଭାବେ ସ୍ଥିର ନାହାନ୍ତି। ତାଙ୍କ ଶରୀରର ୭୦-୭୫ ଭାଗ ପୋଡି ଯାଇଛି। ଆସନ୍ତା ୭୨ ଘଣ୍ଟା ତାଙ୍କ ଚିକିତ୍ସା ପାଇଁ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ। ସମସ୍ତ ଜଳାପୋଡ଼ା ୨ୟ ଓ ତୃତୀୟ ଡିଗ୍ରୀ’ର ବୋଲି ସେ କହିଛନ୍ତି। ଏହି ସମୟରେ ତାଙ୍କୁ ଏୟାଲିଫିଫ୍ଟିଂ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ପୀଡ଼ିତାଙ୍କ ମା’ ଦାୟର କରିଥିବା ଏତଲା ଅନୁସାରେ ଆଜି ସକାଳୁ ତାଙ୍କ ୧୫ ବର୍ଷର ଝିଅ ବଡ଼ବାପାଙ୍କ ଘରଆଡ଼େ ଯିବା ସମୟରେ ତାଙ୍କ ମୁହଁରେ ରୁମାନ ପକାଇ ଅଚେତ କରି ୩ ଜଣ ଦୁର୍ବୃତ୍ତ ନଈ ବନ୍ଧ ଆଡ଼କୁ ନେଇଥିଲେ। ସେଠାରେ ତାଙ୍କ ଉପରେ କିରୋସିନ ଢାଳି ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲେ। ହେଲେ ଏହି ସମୟରେ ତାଙ୍କ ପାଖରୁ ଆସି ତେରହକ ଗାଁର ଦୁଖିଆ ସେନାପତିଙ୍କ ଘରକୁ ଆସି ସେଠାରେ ସହାୟତା ମାଗିଥିଲେ। ଦୁଖିଆ ସେନାପତି ପରେ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ଏବଂ ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା।

ଘଟଣାସ୍ଥଳରେ ପୁଲିସ ଟିମ୍‍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ପକ୍ଷରୁ ମାମଲା ବାବଦରେ କିଛି ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରୁ ଚପଲ, କିରୋସିନ ଆସିଥିବା ଡବା, ଦିଆସିଲି, ରୂପା ମୁଦି ଓ କିଛି ଭଙ୍ଗା ଚୁଡ଼ି ଜବତ କରିଥିବା ସୂଚନା ମିଳିଛି।

ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଉଦବେଗ ସୃଷ୍ଟି ହୋଇଛି। ଗତ ଶନିବାରଦିନ ବାଲେଶ୍ୱରଠାରେ ଜଣେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଦେଇଥିବା ବେଳେ ଏବେ ଜଣେ ମୁସଲମାନ ସମ୍ପ୍ରଦାୟର ନାବାଳିକାଙ୍କୁ ଅପହରଣ ପରେ ଜାଳିଦେବାକୁ ଉଦ୍ୟମ କରାଯିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କିନ୍ତୁ ପୁଲିସ ପ୍ରାୟ ୧୦ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।ଏଥିରେ ପିଡ଼ୀତାଙ୍କ ପିୟୁସୀ ରହିଥିବା ସୂଚନା ମିଳିଛ।


Reporterspen