crime news: ଇସ୍ରାଇଲରେ ଚାକିରୀ ଦେବା ନାଁରେ ଠକେଇ, ୩ ଗିରଫ

Reporterspen

crime news: ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଇସ୍ରାଇଲରେ ଚାକିରୀ ଦେବା ନାଁରେ ଠକେଇ କରୁଥିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ୩ ଜଣ ଆନ୍ତଃରାଜ୍ୟ ଠକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାବୁଲାହରି ଗୌଡ଼ (୪୨), ମୁକେଶ ରାମଚନ୍ଦ୍ର ଲୋଖାଣ୍ଡେ, କିରଣ ଶଶିକାନ୍ତ ଘୁମରେ (୫୧) । ଏମାନଙ୍କ ଘର ମୁମ୍ବାଇ ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ଖାରବେଳନଗର ରାଜ୍‌-ଇନ ହୋଟେଲରେ ଚାକିରୀ ଆଶାୟୀମାନଙ୍କୁ ସୂଦୁର ଇସ୍ରାଇଲରେ ଚାକିରୀ ଦେବା ନାଁରେ ଏକ ନିଯୁକ୍ତି ମେଳା କରାଉଥିଲେ ।

ଚାକିରୀ ଆଶାୟୀ ଥିବା ପ୍ରତ୍ୟେକ ଯୁବକଙ୍କ ଠାରୁ ୫ହଜାର ଟଙ୍କା ଆଦାୟ କରାଯାଉଥିଲା । ପରେ ସେମାନଙ୍କ ଇଂଟରଭ୍ୟୁ କରାଯିବା ସହ ମାସେ ପରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବା ସମୟରେ ବାକି ୬୫ ହଜାର ଟଙ୍କା ଆଦାୟ କରାଯିବା ନେଇ ଠକମାନେ ଚାକିରୀ ଆଶାୟୀଙ୍କ ସହ ଚୁକ୍ତି କରିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ୧୨ ଜଣ ଆଶାୟୀଙ୍କ ଠାରୁ ସେମାନଙ୍କ ବାୟୋଡାଟା ଜବତ କରିଥିବା ବେଳେ ସେମାନେ ହିଁ ଚାକିରୀ ଲୋଭରେ ଠକମାନଙ୍କୁ ଟଙ୍କା ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏହି ମାମଲାରେ ବାବୁଲାହରି ଗୌଡ଼ ହିଁ ମୁଖ୍ୟ କାପର୍ଟଦାର ବୋଲି ପୋଲିସ ତଦନ୍ତ ବେଳେ ଜାଣିପାରିଛି ।

ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଦେଶର ବିଭିନ୍ନ ରାଜ୍ୟକୁ ଯାଇ ସେଠାରେ ଏହିପରି ବିଦେଶରେ ଚାକିରୀ ଦେବା ନାଁରେ ଯୁବକଙ୍କ ଠାରୁ ପର୍ଯ୍ୟାୟକ୍ରମେ ଟଙ୍କା ଆଦାୟ କରିଥାନ୍ତି । ପରର୍ବତ୍‌ତୀ ସମୟରେ ଯଦିଓ ଅଭିଯୁକ୍ତମାନେ ଯୁବକମାନଙ୍କୁ ଚାକିରୀ ଦେଉଥିଲେ, ତାହା କିନ୍ତୁ ଅତି ସ୍ପଳ୍ପ ମାସିକ ବେତନରେ ହୋଇଥାଏ । ଯେଉଁ କାରଣରୁ ଯୁବକମାନେ ଚାକିରୀ ପାଉଥିଲେ ମଧ୍ୟ ଆର୍ଥ?କ ଭାବେ ଅଧିକରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି ।

ଅଭିଯୁକ୍ତମାନେ ହ୍ୱାଟ୍ସଆପ, ଫେସବୁକ ଓ ଅନ୍ୟାନ୍ୟ ସୋସିଆଲ ମିଡ଼ିଆରେ ଏହି ନକଲି ନିଯୁକ୍ତି ମେଳା କରାଇବାର ପ୍ରଚାର କରି ଏଭଳି ଟଙ୍କା ଠକୁଥିବା ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ତେବେ ଅଭିଯୁକ୍ତମାନେ ପ୍ରଥମଥର ପାଇଁ ଭୁବନେଶ୍ୱରେ ଏଭଳି ନିଯୁକ୍ତିମେଳା କରିଥିବା ଡିସିପି କହିଥିବା ବେଳେ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ଏନେଇ ଅଧିକ ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି । ଗିରଫ ସମସ୍ତ ଅଭିଯୁକ୍ତମାନେ ଗତ ୩ରୁ ୪ ବର୍ଷ ଧରି ଏହି ନିୟମିତ ଭାବେ ଏହି ଠକେଇ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିବା ଥାନାଧିକାରୀ ରଜନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।


Reporterspen
!-- afp header code starts here -->