ଡିସେମ୍ବର ୬ର ଦୋହଲି ଥାନ୍ତା ସାରାଦେଶ

Reporterspen

ନୂଆଦିଲ୍ଲୀ: ଡିସେମ୍ବର ୬ରେ ସାରାଦେଶ ଦୋହଲିଯାଇଥାନ୍ତା । ଭାରତର ରାଜଧାନୀ ଦିଲ୍ଲୀରେ ଆତଙ୍କୀ ଖେଳିଥାନ୍ତେ ରକ୍ତର ହୋଲି । ୬ଟି ସ୍ଥାନରେ କରିଥାନ୍ତେ ଭୟଙ୍କର ସିରିଜ୍ ସିରିଜ ବିସ୍ଫୋରଣ । ଲାଲକିଲ୍ଲା ବ୍ଲାଷ୍ଟ ତଦନ୍ତରେ ଗିରଫ ଆତଙ୍କୀଙ୍କ ମୁହଁରୁ ଏଭଳି ସତ ଉଗାରିଛି ତଦନ୍ତକାରୀ ସଂସ୍ଥା । ବାବ୍ରି ସମଜିଦ ଭଙ୍ଗା ଘଟଣାର ପ୍ରତିଶୋଧ ନେବାକୁ ଜୈଶ୍‌-ଏ-ମହମ୍ମଦ କରିଥିଲା ସଂଘାତିକ ପ୍ଲାନ୍ । ଅପରେସନରେ ସାମିଲ କରିଥିଲା ୩୨ଟି କାର୍ ।

ଆତଙ୍କବାଦୀମାନେ ଡିସେମ୍ବର ତାରିଖ ୬ରେ ଦେଶର ୬ଟି ସ୍ଥାନରେ ବିସ୍ଫୋରଣ ଘଟାଇଥାନ୍ତେ । ଆତଙ୍କୀ ବାବ୍ରି ମସଜିଦ୍ ଭଙ୍ଗାର ପ୍ରତିଶୋଧ ନେଇଥାନ୍ତେ । ଜାନୁଆରୀରୁ ଚାଲିଥିଲା ବଡ ଷଡଯନ୍ତ୍ର ।୨୦୦ ଅତି ଶକ୍ତିଶାଳୀ ଆଇଇଡି ହୋଇଥିଲା ପ୍ରସ୍ତୁତ । ଦିଲ୍ଲୀ ବିସ୍ଫୋରଣ ମାମଲାରେ ତଦନ୍ତ ଯେତିକି ଆଗଉଛି, ଆତଙ୍କୀଙ୍କ ଖତରନାକ ଯୋଜନାର ଖୁଲାସା ସେତିକି ହେଉଛି । ହୋସ୍ ଉଡାଇଦେଇଛି ତଦନ୍ତକାରୀ ସଂସ୍ଥା ପାଇଥିବା ଭୟାନକ ତଥ୍ୟ ।

୨୦୦୮ ମୁମ୍ବାଇ ୨୬/୧୧ ଆକ୍ରମଣଠାରୁ ବି ଆହୁରି ବଡ ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲା ହ୍ୱାଇଟ୍‌-କଲାର ଆତଙ୍କବାଦୀ ମଡ୍ୟୁଲ । ଡିସେମ୍ବର ୬ରେ ଦିଲ୍ଲୀ ଦେଖିଥାନ୍ତା ଭୟଙ୍କର ଧ୍ୱଂସଲୀଳା । ଫରିଦାବାଦ ଓ ଗୁରୁଗ୍ରାମ ସମେତ ଦିଲ୍ଲୀର ୬ଟି ସ୍ଥାନରେ ବଡ ବ୍ଲାଷ୍ଟ ହୋଇଥାନ୍ତା ।
ଦିଲ୍ଲୀର ଏହି ସବୁ ସ୍ଥାନ ରହିଥିଲା ଆତଙ୍କୀଙ୍କ ଟାର୍ଗେଟରେ- ଜନବହୁଳ ଅଞ୍ଚଳ ଇଣ୍ଡିଆ ଗେଟ୍‌, ରେଲୱେ ଷ୍ଟେସନ, ଲାଲକିଲ୍ଲା, ଗୌରୀ ଶଙ୍କର ମନ୍ଦିର, କନଷ୍ଟିଟ୍ୟୁସନ କ୍ଲବ ଏବଂ କିଛି ପ୍ରମୁଖ ସପିଂ ମଲ୍ । ଏହି ଜାଗା ଗୁଡିକରେ କାର ବର୍ତ୍ତି ବିସ୍ଫୋରକରେ ହୋଇଥାନ୍ତା ବ୍ଲାଷ୍ଟ । ତେବେ କାହିଁକି ଡିସେମ୍ବର ୬କୁ ବାଛିଥିଲେ ଆତଙ୍କୀ ? କାରଣ ୧୯୯୨ ମସିହା ଡିସେମ୍ବର ୬ରେ ହିଁ ଅଯୋଧ୍ୟା ବାବ୍ରି ମସଜିଦ ଭାଙ୍ଗି ଦିଆଯାଇଥିଲା ।

ଏଣୁ ଆତଙ୍କବାଦୀ ସେହି ଦିନକୁ ହିଁ ରକ୍ତର ହୋଲି ଖେଳିବାକୁ ବାଛିଥିଲେ । ବାବ୍ରି ମସଜିଦ୍ ଭଙ୍ଗା ଘଟଣାର ପ୍ରତିଶୋଧ ପାଇଁ ଏକାସାଙ୍ଗରେ ଏକାଧିକ ସ୍ଥାନରେ ଆକ୍ରମଣ କରି ଅଧିକରୁ ଅଧିକ ଧନଜୀବନର କ୍ଷୟକ୍ଷତି ଘଟାଇବା ଓ ଧାର୍ମିକ ସ୍ଥାନରେ ଆକ୍ରମଣ ଦ୍ୱାରା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଦିଲ୍ଲୀ ହମଲା ପାଇଁ ୫ଟି ପର୍ଯ୍ୟାୟରେ ପ୍ରସ୍ତୁତ ହୋଇଥିଲା ପ୍ଲାନ୍ । ପ୍ରଥମ ପର୍ଯ୍ୟାୟରେ ଗଠନ ହୋଇଥିଲା ଜୈଶ୍‌-ଏ-ମହମ୍ମଦର ଆତଙ୍କୀ ମଡ୍ୟୁଲ ।


Reporterspen