ନୂଆଦିଲ୍ଲୀ : ସାଉଥ ଆଫ୍ରିକାର ଭାରତ ଗସ୍ତର ଆରମ୍ଭ ଟେଷ୍ଟ ସିରିଜରୁ ହେବ । ୨ ମ୍ୟାଚ୍ ସିରିଜର ଆରମ୍ଭ ୧୪ ନଭେମ୍ବରରୁ ହେବ । ପ୍ରଥମ ଟେଷ୍ଟ କୋଲକାତାର ଇଡେନ ଗାର୍ଡେ଼ନ୍ସ ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜରେ ଗିଲଙ୍କ ପାଖରେ ଏକ ବଡ଼ ରେକର୍ଡ଼ କରିବାର ସୁଯୋଗ ରହିଛି । ଏବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଇତିହାସରେ ସବୁଠାରୁ ଅଧିକ ରନ୍ କରିଥିବା ଏସିୟାଇ ବ୍ୟାଟର ଅଟନ୍ତି ବାବର, ମାତ୍ର ଯଦି ଆମେ ଦେଖିବା ତେବେ ଗିଲ୍ ମଧ୍ୟ ତାଙ୍କଠାରୁ ଅଧିକ ପଛରେ ନାହାନ୍ତି ।
ଶୁଭମନ ଗିଲ୍ ୱର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ୨୦୨୫-୨୦୨୭ ଚକ୍ରରେ ୭ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ଖେଳିଥିବା ୧୩ପାଳିରେ ସେ ୭୮.୮୩ର ଆଭରେଜରେ ୯୪୬ରନ୍ କରିଛନ୍ତି । ଏଥିରେ ୫ଶତକୀୟ ପାଳି ଅଛି, ୬ଥର ସେ ୫୦ ପ୍ଲସ ରନ୍ କରିଛନ୍ତି । ସେ ୫୪ରନ୍ କରି ଏହି ଚକ୍ରରେ ୧୦୦୦ରନ୍ କରିଥିବା ପ୍ରଥମ ଖେଳାଳୀ ହୋଇଯିବେ । ଲିଷ୍ଟରେ ଦ୍ୱିତୀୟ ନମ୍ବରରେ କେଏଲ୍ ରାହୁଲ ଅଛନ୍ତି । ରାହୁଲ ୧୩ପାଳିରେ ୭୨୮ରନ୍ କରିଛନ୍ତି ।
ୱର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଇତିହାସରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ହେଉଛନ୍ତି ଜୋ ଋଟ୍ । ସେ ୧୨୬ ପାଳିରେ ୬୦୮୦ରନ୍ କରିଛନ୍ତି । ତାଙ୍କ ବ୍ୟତୀତ କେ?ଣସି ଅନ୍ୟ ବ୍ୟାଟର ୫୦୦୦ରନର ସଂଖ୍ୟା ବି ପାର୍ କରିପାରିନାହାନ୍ତି । ଲିଷ୍ଟରେ ୭ମ ନମ୍ବରରେ ବାବର ଆଜମ ଅଛନ୍ତି । ସେ ଡବ୍ଲ୍ୟୁଟିସିରେ ସବୁଠାରୁ ଅଧିକ ରନ୍ କରିଥିବା ଏସିଆଇ ବ୍ୟାଟର ଅଟନ୍ତି । କିନ୍ତୁ ତାଙ୍କର ଏହି ରେକର୍ଡ଼ ଗିଲ୍ ଏହି ସିରିଜରେ ଭାଙ୍ଗି ପାରନ୍ତି ।
ବାବର ଆଜମ ୩୮ମ୍ୟାଚରେ ୭୦ପାଳିରେ ୩୧୨୯ରନ୍ କରିଛନ୍ତି । ଏଥିରେ ୮ଶତକ ଏବଂ ୧୯ଅର୍ଦ୍ଧଶତକ ସାମିଲ୍ ରହିଛି । ଦ୍ୱିତୀୟ ଏସିଆଇ ବ୍ୟାଟର ଶୁଭମନ୍ ଗିଲ୍ ଅଛନ୍ତି, ଯିଏ ୩୯ମ୍ୟାଚର ୭୨ପାଳିରେ ୪୩.୦୧ର ଆଭରେଜରେ ୨୮୩୯ରନ୍ କରିଛନ୍ତି । ଶୁଭମନ ଗିଲଙ୍କ ନାଁରେ ୧୦ଶତକ ରହିଛି ।

