ଶ୍ରେୟସଙ୍କ ବିସ୍ଫୋରକ ଶତକ, ଲକ୍ଷ୍ନୌକୁ ୭ ୱିକେଟ୍‌ରେ ପରାସ୍ତ କଲା ପଞ୍ଜାବ

Reporterspen

ଲକ୍ଷ୍ନୌ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍ (ଆଇପିଏଲ୍‌) ୨୦୨୬ର ୬୮ତମ ମ୍ୟାଚ୍‌ରେ ଶ୍ରେୟସ ଆୟର ଏବଂ ପ୍ରଭସିମରନ ସିଂହଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ପଞ୍ଜାବ କିଙ୍ଗ୍‌ସ ୭ ୱିକେଟ୍‌ରେ ପରାସ୍ତ କରିଛି। ଅଧିନାୟକ ଶେୟୟ ଆୟରଙ୍କ ନେତୃତ୍ବରେ ପଞ୍ଜାବ କିଙ୍ଗ୍‌ସ ୧୯୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଦଳ ୧୮ ଓଭରରେ ୩ ୱିକେଟ୍‌ ହରାଇ ୨୦୦ ରନ୍‌ କରିଛି। ଏହି ବିଜୟ ସହିତ ପଞ୍ଜାବ ପ୍ଲେଅଫ୍‌ ଖେଳିବାର ଆଶା ଉଦ୍‌ଜୀବିତ ରହିଛି।

ପଞ୍ଜାବର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ବିସ୍ପୋରକ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ଖାତା ଖୋଲିପାରି ନଥିଲେ। ସେହିପରି କୋପର କନୋଲି ୧୦ଟି ବଲ୍‌ ଖେଳି ୪୧ ରନ୍‌ ସଂଗ୍ରହ କରିଥିଲେ। ପଞ୍ଜାବ ବିନା କୌଣସି ରନ୍‌ରେ ପ୍ରଥମ ୱିକେଟ ହରାଇଥିଲା। ଦ୍ବିତୀୟ ୱିକେଟ୍‌ ବେଳକୁ ସ୍କୋର ୨୨ ରନ୍‌ ଥିଲା।

ଶ୍ରେୟସ ଆୟର ଏବଂ ପ୍ରଭସିମରନ ସିଂହ ତୃତୀୟ ୱିକେଟ ପାଇଁ ୧୪୦ ରନ୍‌ର ଭାଗିଦାରୀ କରିଥିଲେ। ଅର୍ଜୁନ ତେନ୍ଦୁଲକରଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ଆଉଟ୍‌ ହୋଇ ପାଭିଲିଅନ ଫେରିଯିବା ପୂର୍ବରୁ ପ୍ରଭସିମରନ ବ୍ୟକ୍ତିଗତ ଭାବେ ୬୯ ରନ୍ ସଂଗ୍ରହ କରିଥିଲେ। ସେ ୩୯ଟି ବଲ୍‌ ଖେଳି ୭ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ଶ୍ରେୟସ ଆୟର ବିସ୍ପୋରକ ଶତକ ହାସଲ କରିଥିଲେ। ସେ ୫୧ଟି ବଲ୍‌ ଖେଳି ୧୧ଟି ଚୌକା ଏବଂ ଗୋଟିଏ ଛକା ବଳରେ ୧୦୧ ରନ୍‌ କରିଥିଲେ।

ଲକ୍ଷ୍ନୌସ୍ଥିତ ରତରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମରେ ଶନିବାର ଟସ୍‌ ଜିଣି ପଞ୍ଜାବ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଋଷଭ ପନ୍ତଙ୍କ ନେତୃତ୍ବରେ ଘରୋଇ ଦଳ ବ୍ୟାଟିଂ କରିଥିଲା। ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୯୬ ରନ୍ ସଂଗ୍ରହ କରିଥିଲା।

ଲକ୍ଷ୍ନୌ ପାଇଁ ପ୍ରାରମ୍ଭିକ ବ୍ୟାଟର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୪ଟି ବଲ୍‌ ଖେଳି ୯ଟି ଚୌକା ଏବଂ ୨ଟି ଛକା ବଳରେ ୭୨ ରନ୍ ସଂଗ୍ରହ କରିଥିଲେ। ସେହିପରି ଆୟୁଷ ବଦୋନି ଦ୍ବିତୟ ସର୍ବାଧିକ ରନ୍‌ କରିଥିଲେ। ସେ ୧୮ଟି ବଲ୍‌ର ସମ୍ମୁଖୀନ ହୋଇ ୫ଟି ଚୌକା ଏବଂ ୩ଟି ଛକା ବଳରେ ୪୩ ରନ୍‌ କରିଥିଲେ। ଅଧିନାୟକ ଋଷଭ ପନ୍ତଙ୍କ ବ୍ୟାଟରୁ ୨୬ ରନ୍‌ ଅମଳ ହୋଇଥିଲା। ସେ ୨୨ଟି ବଲ୍‌ ଖେଳି ୩ଟି ଚୌକା ମାରିଥିଲେ।

ଅବଦୁଲ ସାମନ୍ଦ ଅପରାଜିତ ୩୭ ରନ୍‌ କରିଥିଲେ। ସେ ୨୦ଟି ବଲ୍‌ ଖେଳି ୩ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ଆର୍ଶୀନ କୁଲକର୍ଣ୍ଣିଙ୍କ ଶୂନ ରନ୍‌, ବିସ୍ଫୋରକ ବ୍ୟାଟର ନିକୋଲାସ ପୁରନ ୨ ରନ୍‌, ମୁକୁଲ ରୟ ୧ ରନ୍‌ କରିଥିଲେ। ଅର୍ଜୁନ ତେନ୍ଦୁଲକର ଅପରାଜିତ ୫ ରନ୍‌ କରିଥିଲେ। ପଞ୍ଜାବ ପାଇଁ ମାର୍କୋ ଜେସନ ଏବଂ ୟୁଜବେନ୍ଦ୍ର ଚହଲ ୨-୨ ୱିକେଟ ଅକ୍ତିଆର କରିଥିଲେ। ଆଜମତୁଲ୍ଲା ଏବଂ ଶଶାଙ୍କ ସିଂହଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।


Reporterspen