odisha news: ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

Reporterspen

odisha news: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ପୂର୍ବତନ ଆଇପିଏସ୍‍ ତଥା ପୁଲିସ ଡିଜି ଓ ବିଜେପି ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକା।ର ସେ କ୍ୟାବିନେଟ୍‍ ମନ୍ତ୍ରୀ ପାହ୍ୟାରେ ରାଜ୍ୟ ସରକାରଙ୍କ ଦାୟିତ୍ୱ ତୁଲାଇବେ। ଆଇନ ଶୃଙ୍ଖଳାରକ୍ଷା ଏବଂ ମାଓବାଦୀ ମୁକାବିଲାରେ ଅନେକ ଅଭିଜ୍ଞତା ରକ୍ଷା କରିଥିବା ପ୍ରକାଶଙ୍କ ନିଯୁକ୍ତିପରେ  ଏହି କ୍ଷେତ୍ରରେ ତାଙ୍କ ସହାୟତା ନେଇପାରନ୍ତି ରାଜ୍ୟ ସରକାର। ନିକଟରେ ତାଙ୍କ ବହି ‘କମେଡଇ ଇନ୍‍ ଖାକି’ ରାଜ୍ୟ ରାଜନୀତିରେ ଚହଳ ପକାଇଥିଲା।
ସେହିପରି ପୂର୍ବତନ ଆଇଏଏସ୍‍ ଅଧିକାରୀ ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସମ୍ବନ୍ଧରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୧ ବ୍ୟାଚ୍‍ ଆିଏଏସ୍‍ ଅଧିକାରୀ ଶ୍ରୀ ପାଢ଼ୀ ଜଣେ ଉପ ଜିଲ୍ଲାପାଳ ଭାବେ କନ୍ଧମାଳରୁ କ୍ୟାରିୟର ଆରମ୍ଭ କରିଥିଲେ। ରାଜ୍ୟର ବିଭିନ୍ନ ବିଭାଗ ଦାୟିତ୍ୱ ସହ ସେ ରାଜ୍ୟପାଳଙ୍କ ସଚିବ ଭାବେ ଅନେକ ଦିନ କାର୍ଯ୍ୟ କରିଛନ୍ତି।

Reporterspen