Ratha Yatra: ଶରଧାବାଲିରେ ଠେଲାପେଲା, ୩ ଭକ୍ତ ମୃତ, ୫୦ ଆହତ

Reporterspen

Ratha Yatra: ଭୁବନେଶ୍ୱର/ପୁରୀ, (ରିପୋଟର୍ସ ପେନ୍‌) : ଶରଧାବାଲିରେ ଠେଲାପେଲ। ଜଗା ଦର୍ଶନ ହେଲା ଶେଷ ଦର୍ଶନ। କଳା ଠାକୁରଙ୍କ ଦର୍ଶନ ପାଇଁ ଆସିଥିଲେ। ଆଉ ତାରି ରଥ ଆଗରେ ଦଳା ଚକଟା ହୋଇ ଜୀବନ ଚାଲିଗଲା। ଆଜି ସକାଳୁ ଶରଧାବାଲିରେ ଘଟି ଯାଇଛି ଏଭଳି ଅଘଟଣ। ଆଉ ଏହି ଦଳା ଚକଟାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ୍ ରେ ଭର୍ତ୍ତୀ କରାଯାଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଆଜି ଭୋର ୪ଟା ୨୦ ସମୟରେ ଏହି ଅଘଟଣ ହୋଇଛି। ଜଗା ଦର୍ଶନ ପାଇଁ ବଡ଼ି ଭୋରୁ ଶରଧାବାଲିରେ ଭକ୍ତଙ୍କ ଭିଡ ବଢିଥିଲା। ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲେ। ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୫୦ ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ମୃତକମାନେ ହେଲେ ପ୍ରଭାତୀ ଦାସ, ବାସନ୍ତୀ ସାହୁ ଓ ପ୍ରେମାକାନ୍ତ ମହାନ୍ତି। ସମସ୍ତ ମୃତକଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି।

ସେପଟେ, ପ୍ରତ୍ୟକଦର୍ଶୀଙ୍କ କହିବା କଥା ଜଗା ଦର୍ଶନ ବେଳେ ଶ୍ରୀଗୁଣ୍ତିଚା ମନ୍ଦିର ନିକଟରେ ଠେଲାପେଲା ହୋଇଥିଲା। ପହଡ଼ ଖୋଲିବା ପରେ ଦର୍ଶନ ନେଇ ପ୍ରବଳ ଭିଡ଼ ବଢିଥିଲା। ଭିଡ ସମୟରେ ଗୁଣ୍ତିଚା ମନ୍ଦିର ନିକଟରେ ଚାରିକାଠ ବୋଝେଇ ୨ଟି ଟ୍ରକ୍ ଲାଗିଥିଲା । ଟ୍ରକ୍ ପଶିବା ଯୋଗୁଁ ଠେଲାପେଲା ଅଧିକ ହୋଇଥିଲା। ଠେଲେପେଲା ଭିତରେ କାଠ ଉପରେ ଭକ୍ତ ପଡିଯାଇଥିଲେ। କିଛି ଭକ୍ତଙ୍କ ଉପରେ ଅନ୍ୟ ଭକ୍ତ ଚଢିଯାଇଥିଲେ। ଫଳରେ ଏଭଳି ଅଘଟଣ ଘଟିଥିଲା।

ଅନ୍ୟପଟେ, ଏହି ଘଟଣା ନେଇ ଆଇନ୍ ମନ୍ତ୍ରୀ କହିଛନ୍ତି ଯେ, ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଖୁବଶିଘ୍ର ପଦକ୍ଷେପ ନେବେ। ଆକ୍ସନ୍ ଓ ତଦନ୍ତ ନେଇ ଖୁବ୍ ଶିଘ୍ର ନିସ୍ପତ୍ତି ନେବେ।


Reporterspen