ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ସୂର୍ଯ୍ୟକୁମାର କ୍ୟାପଟେନ୍‌

ନୂଆଦିଲ୍ଲୀ : ଗୁରୁବାର ସନ୍ଧ୍ୟାରେ ଶ୍ରୀଲଙ୍କା ଗ୍ରସ୍ତ ପାଇଁ ବିସିସିଆଇ ଦିନିକିଆ ଏବଂ ଟି -୨୦ ଦଳ ଘୋଷଣା କରିଛି । ରୋହିତ ଟି-୨୦ ରୁ ଅବସର ନେବା ପରେ ଅଧିନାୟକତ୍ୱ ଉପରେ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ଟି-୨୦ ପାଇଁ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେବେ । ବିରାଟ କୋହଲିଙ୍କ ଦିନିକିଆରେ ବିଶ୍ରାମ ନେଇଥିବା ଖବର ମଧ୍ୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଶ୍ରୀଲଙ୍କା ଯାତ୍ରା ପାଇଁ ବିରାଟଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି । ଉପ-ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଠାରୁ ଦୂରେଇ ଯାଇଛନ୍ତି । ହାର୍ଦ୍ଧିକଙ୍କ ସ୍ଥାନରେ ଶୁଭମାନ ଗିଲ ଦିନିକିଆ ଏବଂ ଟି -୨୦ ର ନୂତନ ଉପ-ଅଧିନାୟକ ପାଇଛନ୍ତି । ଶ୍ରୀଲଙ୍କା ଯାତ୍ରା ପାଇଁ ଭାରତୀୟ ଦଳଟି -୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମାନ ଗିଲ (ଉପ-ଅଧିନାୟକ), ଯଶସ୍ୱୀ ଜୌସ୍ୱାଲ, ରିଙ୍କୁ ସିଂ, ରିୟାନ ପରାଗ, ଋଷଭ ପନ୍ତ , ସଞ୍ଜୁ ସାମସନ୍‌, ହାର୍ଦ୍ଦିକ ପାଣ୍ଡ୍ୟା,…

Continue reading
ସୁର୍ଯ୍ୟକୁମାର ହେବେ ଭାରତୀୟ ଦଳର ଅଧିନାୟକ!

ଆଇସିସି ଟି-୨୦ ବିଶ୍ୱକପ ୨୦୨୪ରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ଅଧିନାୟକ ଓ ହାର୍ଦ୍ଦିକ ପାଣ୍ଡ୍ୟା ଉପ-ଅଧିନାୟକ ଥିଲେ। ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ରୋହିତ ଶର୍ମା ଟି-୨୦ ଇଣ୍ଟରନ୍ୟାସନାଲରୁ ଅବସର ଘୋଷଣା କରିଛନ୍ତି, କିନ୍ତୁ ବିସିସିଆଇ ଏପର୍ଯ୍ୟନ୍ତ ନୂଆ ଟି-୨୦ ଅଧିନାୟକଙ୍କ ନାମ ଘୋଷଣା କରି ନାହିଁ। ଟି-୨୦ ବିଶ୍ୱକପ ପରେ ଭାରତୀୟ କ୍ରିକେଟ୍ ଦଳ ଜିମ୍ବାୱେକୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଇଥିଲା ଓ ଏହି ସମୟରେ ଶୁବମନ ଗିଲ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିଲେ। ଭାରତୀୟ କ୍ରିକେଟ୍ ଦଳକୁ ଆସନ୍ତା ମାସରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ଶ୍ରୀଲଙ୍କା ଗସ୍ତ କରିବାକୁ ପଡିବ। ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ରୋହିତ ଶର୍ମାଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆର ନୂତନ ଟି-୨୦ ଅଧିନାୟକ ଘୋଷିତ କରାଯିବ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ମୋଡ଼ ଆସିଛି। ହାର୍ଦ୍ଦିକଙ୍କୁ ଅଧିନାୟକ କରିବା ଯୋଜନାରେ…

Continue reading