ଖୁବ୍‌ଶୀଘ୍ର ବନ୍ଦ ହେବ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ!

Reporterspen

ମସ୍କୋ,୧୯ା୧୨: ଦୀର୍ଘଦିନ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ବନ୍ଦ ହେବାକୁ ଯାଉଛି । ଋଷ ରାଷ୍ଟ୍ରପତିଙ୍କ ବୟାନରୁ ଯୁଦ୍ଧ ବନ୍ଦ ନେଇ ସଙ୍କେତ ମିଳିଛି । ରୁଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ଯୁଦ୍ଧ ଉପରେ ବଡ଼ ଟିପ୍ପଣୀ ଦେଇ କଂଇଚନ୍ତି, ସେ ୟୁକ୍ରେନ ସହ ଯୁଦ୍ଧ ରୋକିବା ପାଇଁ ତୁରନ୍ତ ପ୍ରସ୍ତୁତ ଅଛନ୍ତି । ହେଲେ ସେ ଏଥିପାଇଁ ଏକ ବଡ଼ ସର୍ତ୍ତ ରଖିଛନ୍ତି ।

ପୁଟିନ କହିଛନ୍ତି – ଯଦି ତାଙ୍କୁ ସୁରକ୍ଷାର ଗାରେଣ୍ଟି ଦିଆ ଯାଏ ତ, ସେ ୟୁକ୍ରେନରୁ ଯୁଦ୍ଧ ରୋକିବାକୁ ପ୍ରସ୍ତୁତ । ୟୁକ୍ରେନ ସହ ଶାନ୍ତିବାର୍ତ୍ତା ଉପରେ ପୁଟିନ କହିଛନ୍ତି ଏବେସୁଦ୍ଧା, ଆମେ ବାସ୍ତବରେ ଏମିତି ତତ୍ପରତା ୟୁକ୍ରେନ ପକ୍ଷରୁ ଦେଖି ନାହୁଁ । କିନ୍ତୁ ତଥାପି ଆମେ କିଛି ସଙ୍କେତ ଦେଖିଛୁ । ଏଥିରେ କିଭ୍ ଶାସନରୁ ମଧ୍ୟ ସଙ୍କେତ ସାମିଲ ଅଛି ଯେ, ସେ କୌଣସି ପ୍ରକାରର କଥାବାର୍ତ୍ତାରେ ସାମିଲ ହେବାକୁ ପ୍ରସ୍ତୁତ । ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ, ଆମେ ସର୍ବଦା ଏହା କହି ଚାଲିଛୁ । ଆମେ ଏହି ସଂଘର୍ଷକୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ସମାପ୍ତ କରିବା ପାଇଁ ପ୍ରସ୍ତୁତ ଓ ଉଚ୍ଛୁକ । ଏହି ସମୟରେ ପୁଟିନ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କରାଯାଉ ଥିବା ଶାନ୍ତି ପ୍ରୟାସ ଉପରେ ମଧ୍ୟ କହିଛନ୍ତି ।

ସେ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ଏହି ସଂଘର୍ଷକୁ ଶେଷ କରିବା ପାଇଁ ଖୁବ୍ ଗମ୍ଭୀରତାର ସହ ପ୍ରୟାସ କରୁଛନ୍ତି । ଏହି ସମୟରେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ସାକ୍ଷାତ ନେଇ ମଧ୍ୟ ଉଲ୍ଲେଖ କରିଥିଲେ । ସେ କହିଥିଲେ, ଏଙ୍କରିଜ୍‌ରେ ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିଛୁ ଏବଂ ବ୍ୟାବହାରିକ ଭାବେ ତାକୁ ମାନି ନେଇଛୁ । ଏଥିପାଇଁ ଏହା କହି ପାରିବ ନାହିଁ ଯେ, କୌଣସି ଜିନିଷକୁ ଅସ୍ୱୀକାର କରିଛୁ । ଏହାର କୌଣସି ଆଧାର ନାହିଁ । ମସ୍କୋରେ ପ୍ରାରମ୍ଭିକ ବୈଠକରେ, ଆମକୁ କିଛି ପ୍ରସ୍ତାବ ଦିଆଯାଇଛି ଏବଂ ଆମକୁ କିଛି ବୁଝାମଣା କରିବାକୁ କୁହାଯାଇଛି । ଯେବେ ମୁଁ ଏଙ୍କରିଜରେ ପହଞ୍ଚିଲି , ମୁଁ କହିଲି ଯେ ଏହା ଆମ ପାଇଁ ସହଜ ନିଷ୍ପତ୍ତି ହେବ ନାହିଁ ।

ପୁଟିନ କହିଛନ୍ତି , ବଲ୍‌ସଂପୂର୍ଣ୍ଣ ରୂପେ ଆମର ପାଶ୍ଚାତ୍ୟ ବିରୋଧୀଙ୍କ କୋର୍ଟରେ । ମୁଖ୍ୟ ରୂପେ କିଭ୍ ଶାସନର ନେତାଙ୍କର । ଯେପର୍ଯ୍ୟନ୍ତ ଆମର କଥା, ଆମେ କଥାବାର୍ତ୍ତା ଓ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଭଭୟ ପାଇଁ ପ୍ରସ୍ତୁତ । ଆମେ ଆଗାମୀ ବର୍ଷ ମଧ୍ୟ ଶାନ୍ତିରେ ଜିଇବାକୁ ଚାହୁଁଛୁ । ଆମେ କୌଣସି ସେନା ସଂଘର୍ଷ ଚାହୁଁ ନାହିଁ ।

ମୁଁ ବାରମ୍ୱାର କହୁଛି ଯେ, ସବୁ ବିବାଦାସ୍ପଦ ମାମଲାକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ପ୍ରୟାସ ହେବା ଉଚିତ । ପୁଟିନ ଆହୁରି କହିଛନ୍ତି, ମୋତେ ଲାଗୁଛି ଯେ, ଆପଣ ସହମତ ହେବେ, ଆମେ ସଂଘର୍ଷର ମୂଳ କାରଣକୁ ସମାପ୍ତ କରିବାକୁ ହେବ, ଯାହାକି ଏମିତି କୌଣସି ଘଟଣା ପୁଣି ଥରେ ନହେଉ ଏବଂ ଶାନ୍ତି ଦୀର୍ଘକାଳିନ, ମଜବୁତ ଓ ସ୍ଥାୟୀ ହେଉ ।


Reporterspen