Subhadra Scheme: ମାର୍ଚ୍ଚ ୭ରେ ସୁଭଦ୍ରା ପ୍ରଥମ କିସ୍ତିରେ ଶେଷ ପର୍ଯ୍ୟାୟ ଟଙ୍କା ଆକାଉଣ୍ଟକୁ ଆସିବ : ଉପ-ମୁଖ୍ୟମନ୍ତ୍ରୀ

Reporterspen

Subhadra Scheme: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିରେ ଶେଷ ପର୍ଯ୍ୟାୟ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଆସିବ । ଅର୍ଥାତ୍ ୨୦୨୫ ମାର୍ଚ୍ଚ ୭ ହେଉଛି ପ୍ରଥମ କିସ୍ତି ଆବେଦନର ଡେଡଲାଇନ ବା ଶେଷ ତାରିଖ। ଆଉ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିଯିବ । ତେବେ ୨ ଲକ୍ଷ ୬୭ ହଜାର ଅଯୋଗ୍ୟଙ୍କ ଭିତରୁ ଯେଉଁମାନଙ୍କର ଭୁଲ୍ ହୋଇଥିଲା, ସେମାନଙ୍କର ରିଭ୍ୟୁ ଚାଲିଛି । ୨୨ ପ୍ରତିଶତ କାମ ସମାଧାନ ହୋଇସାରିଛି, ଏବେ କେବଳ ଭେରିଫିକେସନ୍ ପରେ ସେମାନେ ଟଙ୍କା ପାଇବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ରେ ମିଳିଥିଲା ପ୍ରଥମ ପର୍ଯ୍ୟାୟର ପ୍ରଥମ କିସ୍ତି ଟଙ୍କା। ଯାହାକୁ ନେଇ ଖୁବ ଉତ୍ସାହିତ ଥିଲେ ହିତାଧିକାରୀ। ହେଲେ ସେମିତି ଦେଖିବାକୁ ଗଲେ ଅନେକ ସମୟରେ ଜନସେବା କେନ୍ଦ୍ର ଗୁଡିକରେ ଲାଗୁଛି ଲମ୍ବା ଲାଇନ। ସୁଭଦ୍ରା ଯୋଜନା ମଧ୍ୟମରେ ସମସ୍ତ ମହିଳା ମାନଙ୍କୁ ଓଡିଶା ସରକାର ଆସନ୍ତା ପାଞ୍ଚ ବର୍ଷ ଭିତରେ ୫୦,୦୦୦ ଟଙ୍କା ପ୍ରଦାନ କରିବେ। ଆପଣ ଯଦି ଏ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ଆପ୍ଲାଏ କରି ନାହାଁନ୍ତି ତାହେଲେ ଶୀଘ୍ର କରିନିଅନ୍ତୁ। ସୁଭଦ୍ରା ଯୋଜନାକୁ ରାଜ୍ୟ କ୍ୟାବିନେଟର ମୋହର ଲଗାଇଛି। ସୁଭଦ୍ରା ଯୋଜନା ଓଡ଼ିଶା ରାଜ୍ୟରେ ସରକାର କେବଳ ମହିଳା ମାନଙ୍କ ପାଇଁ ଘୋଷଣା କରିଛନ୍ତି।

କେବଳ ଓଡ଼ିଶା ରାଜ୍ୟର ମହିଳା ବାସିନ୍ଦା ଏହି ଯୋଜନାର ଲାଭ ଉଠାଇ ପାରିବେ। ସରକାରଙ୍କ ତରଫରୁ ଓଡ଼ିଶାର ଯୋଗ୍ୟ ମହିଳା ମାନଙ୍କୁ ରାଜ୍ୟ ସରକାର ୫୦୦୦୦ ଟଙ୍କା ପ୍ରଦାନ କରିବେ। ତେବେ ଏହି ସୁଭଦ୍ରା ଯୋଜନା ପାଇଥିବା କିଛି ମହିଳା ମାନଙ୍କ ଖୁସି କହିଲେ ନସରେ। ସେମାନଙ୍କ କହିବା ଅନୁସାରେ ଏହି ଟଙ୍କା ନେଇ ସେମାନେ ନିଜେ ସଶକ୍ତ ହେବା ସହ ସ୍ୱାମୀ ମାନଙ୍କୁ ମଧ୍ୟ କିଛି ସାହାଯ୍ୟ କରିବେ। ଯାହା ଦ୍ଵାରା ସେମାନଙ୍କୁ ଖୁବ ପ୍ରେରଣା ଦେବ। ତେବେ ପ୍ରଥମ ପର୍ଯ୍ୟାୟର ଶେଷ କିସ୍ତି ପାଇଁ ଶୀଘ୍ର ଆବେଦନ କରିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ତେବେ ବ୍ୟାଙ୍କରେ ଅଯଥା ଭିଡ ନକରିବାକୁ କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ହିତାଧିକାରୀମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ଯାହାର ଆଧାର କାର୍ଡ ସହ ରାସନ୍ କାର୍ଡ ମ୍ୟାଚ୍ ନାହିଁ, ସେମାନେ ବ୍ୟାଙ୍କରେ ଆଧାର ଲିଙ୍କ୍ କଲେ ବି ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା।

ସେହିପରି ଅନ୍ୟପଟେ ବଣ୍ଡା ଘାଟିରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ, ସେମାନଙ୍କୁ ଯୋଜନାରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏଣିକି ଖୁବଶୀଘ୍ର ବଣ୍ଡା ଘାଟିର ମହିଳା ବି ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ହୋଇପାରିବେ।


Reporterspen
!-- afp header code starts here -->