Traffic Constable Murder : ରାଜଧାନୀରେ ଘର କିଣା ହେଲା କାଳ!

Reporterspen

Traffic Constable Murder: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ମହିଳା ଟ୍ରାଫିକ କନଷ୍ଟେବଲ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡ ପରେ ଏହା ପଛରେ ଥିବା ଗୋଟିକ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି। ଶୁଭମିତ୍ରା ହତ୍ୟାକାଣ୍ଡ ପଛରେ ରାଜଧାନୀରେ ଘର କିଣା ବିବାଦ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି। ପୋଲିସ ଏନେଇ ଖୋଳତାଡ କରୁଥିବା ବେଳେ ଘରକିଣା ହିଁ ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ଶୁଭମିତ୍ରା ଓ ହତ୍ୟାକାରୀ ଦୀପକ ରାଉତ ଉଭୟେ କୋର୍ଟ ମ୍ୟାରେଜ କରିବା ପରେ ରାଜଧାନୀରେ ଘରଟିଏ କିଣିବାକୁ ଚିନ୍ତା କରିଥିଲେ। ଘର କିଣି ଦୁହେଁ ସାଙ୍ଗ ହୋଇ ରହିବାକୁ ନିଷ୍ପତ୍ତି ନେଇଥିଲେ। କିଛିଦିନ ତଳେ ଲକ୍ଷ୍ମୀସାଗର ହାଉସିଂବୋର୍ଡରେ ଏକ ଘର କିଣିଥିଲେ। ଘରର ମୂଲ୍ୟ ୪୦ ଲକ୍ଷ ଟଙ୍କା ହୋଇଥିବା ବେଳେ ମାଲିକଙ୍କୁ ୨୫ଲକ୍ଷ ଟଙ୍କା ଦିଆଯାଇଛି। ଏହି ୨୫ଲକ୍ଷରୁ ୧୪ଲକ୍ଷ ଶୁଭମିତ୍ରା ଓ ୧୧ଲକ୍ଷ ଦୀପକ ଦେଇଛନ୍ତି।

ଆଉ ୧୫ଲକ୍ଷ ଦେଲେ ଘର ରେଜିଷ୍ଟ୍ରେସନ କରାଯିବ। ଇତି ମଧ୍ୟରେ ଘର ମାଲିକ ଅସୁସ୍ଥ ହୋଇପଡିବାରୁ ଘର ରେଜିଷ୍ଟ୍ରି ହୋଇପାରିନାହିଁ। ହେଲେ ଘର ପୂଜା-ଅର୍ଚ୍ଚନା କରାଯାଇଛି। ଶୁଭମିତ୍ରାଙ୍କ ବାପା ଓ ମା’ ଘର ପୂଜା କରିଥିବା କୁହାଯାଉଛି। କଥା ଅନୁସାରେ, ଦୀପକ ୧୫ଲକ୍ଷ ଟଙ୍କା ଘର ମାଲିକ ଓ ୧୪ଲକ୍ଷ ଶୁଭମିତ୍ରାଙ୍କୁ ଦେବାର ଥିଲା। ୧୪ ଲକ୍ଷ ଫେରାଇବାକୁ ଶୁଭମିତ୍ରା ଦୀପକଙ୍କୁ ବାରମ୍ବାର କହୁଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଏପରିକି ଟଙ୍କା ନଦେଲେ ଆତ୍ମହତ୍ୟା କରିବାକୁ ଶୁଭମିତ୍ରା ଧମକ ମଧ୍ୟ ଦେଇଥିଲେ। ଏହା ପରେ ଦୀପକ ତାଙ୍କୁ ୧୦ଲକ୍ଷ ଟଙ୍କା ଫେରସ୍ତ କରିଥିଲେ।

ଏହା ପରେ ମଧ୍ୟ ବିବାଦ ଥମି ନଥିଲା। ଘର କିଣା ବାବଦ ୧୫ଲକ୍ଷ ଦେବା ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଘଟଣା ଦିନ ୟୁନିଟ-୬ ନିକଟରେ ଉଭୟେ ଭେଟ ହୋଇଥିଲେ। ଉକ୍ତ କଥାକୁ ନେଇ ଦୁହିଁଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଶୁଭମିତ୍ରା ଚିକ୍ରାର କରିବାରୁ ଦୀପକ ତାଙ୍କ ପାଟିକୁ ବନ୍ଦ କରିବାକୁ ଚେଷ୍ଠା କରିଥିଲେ। ଗୋଟିଏ ହାତରେ ତାଙ୍କୁ ଚାପି ଧରି ଆଉ ଗୋଟିଏ ହାତରେ ପାଟିକୁ ବନ୍ଦ କରୁଥିବା ବେଳେ ତଣ୍ଟି ଚିପି ହୋଇ ଶୁଭମିତ୍ରାଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଏହା ପରେ ସେ ହଡବଡେଇ ଯାଇଥିଲେ। ହସପିଟାଲ ଯିବେ କି ନାହିଁ, ସେ ନେଇ କିଛି ସମୟ ଚିନ୍ତା କରିଥିଲେ। ପରେ ମାଉସୀ ପୁଅ ବିନୋଦ ଭୂୟାଁକୁ ଫୋନ କରି ପ୍ରମାଣ ନଷ୍ଟ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।


Reporterspen