Astrology: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଜୁଲାଇରେ ୧୮ ତାରିଖ ଦିନ ସକାଳ ୫ଟା ୨୫ ମିନିଟ୍ ସମୟରେ ଗ୍ରହମାନଙ୍କର ରାଜକୁମାର ବୁଧ ମୀନ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଶନିଦେବ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ଶନି- ବୁଧଙ୍କ ସ୍ଥିତି ସପ୍ତକ ରାଜଯୋଗ ସୃଷ୍ଟି କରୁଛି। ଏହି ରାଜଯୋଗ ୩୦ ବର୍ଷ ପରେ ପଡିଛି। ଏହି ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ବରଦାନ ପାଲିଟିବ। ଯଦି ଜାତକରେ ଶନି- ବୁଧଙ୍କ ସ୍ଥିତି ମଜବୁତ୍ ରୁହେ, ତେବେ, ବ୍ୟକ୍ତି ଜୀବନରେ ଅମାପ ଧନ ଐଶ୍ବର୍ଯ୍ୟର ଅଧିକାରୂ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଏହି ସପ୍ତାକ ରାଜଯୋଗ କାହାର ଭାଗ୍ୟ ଚମକାଉଛି।…
ବୃଷ: ସପ୍ତକ ରାଜଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ଦିର୍ଘ ଦିନ ଧରି ବ୍ୟକ୍ତିଗତ ଜୀବନରେ ଚାଲିଥିବା ସମସ୍ୟାର ଅନ୍ତ ଘଟିବ। ବ୍ୟବସାୟରେ ବାକି ପଡିଥିବା ବା ଅଟକି ରହିଥିବା ଟଙ୍କା ଫେରିପାଇବେ। ଯେଉଁମାନେ କୌଣସି ସ୍ଥାନରେ ଟଙ୍କା ନିବେଶ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। କର୍ମକ୍ଷେତ୍ରରେ ସମ୍ମାନୀତ ହେବା ସହ କଠିନ ପରିଶ୍ରମର ଫଳ ପାଇବେ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ପ୍ରେମ ବିବାହ କରିବାକୁ ଚାହିୁଁଥିବା ଲୋକଙ୍କ ଆଶା ପୂରା ହେବ। ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ସ୍ବପ୍ନ ସାକାର ହେବ। ବ୍ୟବସାୟୀମାନେ ଲାଭବାନ୍ ହେବେ।
କର୍କଟ: ସପ୍ତକ ରାଜଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି, ଏ-ହି ସମୟ ମଧ୍ୟରେ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନେ ବଡ଼ ଡିଲ୍ ରୁ ଅଧିକ ଟଙ୍କା ଲାଭ ପାଇବେ। କର୍ମକ୍ଷେତ୍ରରୁ ପଦୋନ୍ନତି ମିଳିବା ସହ ଦରମାରେ ବୃଦ୍ଧି ଘଟିବ। ପରିବାର ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। ଏହି ସମୟରେ ପ୍ରତ୍ୟକ କାର୍ଯ୍ୟ କରିବାକୁ ସାହାସ ଓ ଧୌର୍ଯ୍ୟ ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
ମୀନ: ସପ୍ତକ ରାଜଯୋଗ ଏହି ରାଶିର ଭାଗ୍ୟ ଚମକାଇବ। ବିଶେଷକରି, ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ବଦଳିବ। କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ବୈବାହିକ ଜୀବନରେ ଲାଗିରହିଥିବା ବିବାଦର ସମାଧାନ ହେବ। ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିବେ। ଯେଉଁମାନେ ଦିର୍ଘ ଦିନ ହେବ ନୂଆ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ଭଲ କମ୍ପାନୀରୁ ଚାକିରି ମିଳିବ। ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ଦିର୍ଘ ଦିନ ଧରି କୋର୍ଟ-କଚେରୀରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପିତାମାତାଙ୍କ ସହ ଦୂର ଯାତ୍ରା କରିବେ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)