India vs UAE Highlights: ୟୁଏଇର ଲଜ୍ଜାଜନକ ପରାଜୟ, ୨୭ ବଲ୍ ଖେଳି ମ୍ୟାଚ୍ ଜିତିନେଲା ଭାରତ

Reporterspen

India vs UAE Highlights: ଭାରତ ଟି-୨୦ ଏସିଆ କପ୍ ୨୦୨୫ ଟୁର୍ଣ୍ଣାମେଣ୍ଟକୁ ବିଜୟ ସହିତ ଆରମ୍ଭ କରିଛି। ବୁଧବାର ଦିନ ଭାରତ ୟୁଏଇ ବିପକ୍ଷରେ ୯ ୱିକେଟରେ ବିଜୟୀ ହୋଇଛି। ଭାରତକୁ ମାତ୍ର ୫୮ ରନର ଟାର୍ଗେଟ ମିଳିଥିଲା। ଯାହାକୁ ୪.୩ ଓଭରରେ ଅର୍ଥାତ୍ ମାତ୍ର ୨୭ ବଲରେ ହାସଲ କରି ନେଇଥିଲା। ସର୍ବାଧିକ ବଲ୍ ବାକି ଥିବା ଦୃଷ୍ଟିରୁ ଏହା କୌଣସି ପୂର୍ଣ୍ଣ ସଦସ୍ୟଙ୍କ ଦ୍ୱାରା ଦ୍ୱିତୀୟ ସର୍ବବୃହତ ବିଜୟ।

ଅଭିଷେକ ଶର୍ମା ୧୬ ବଲ୍ ରେ ୩୦ ରନର ଇନିଂସ ଖେଳିଥିଲେ। ଯେଉଁଥିରେ ତାଙ୍କର ଦୁଇଟି ଚୌକା ଏବଂ ତିନୋଟି ଛକା ସାମିଲ ଥିଲା। ଶୁଭମନ ଗିଲ୍ ୯ ବଲ୍ ରେ ଅପରାଜିତ ୨୦ ରନ କରି ଅପରାଜିତ ଥିଲେ। ତାଙ୍କ ବ୍ୟାଟ୍ ରୁ ଦୁଇଟି ଚୌକା ଏବଂ ଗୋଟିଏ ଛକା ଆସିଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଅପରାଜିତ ୭ ରନ କରିଥିଲେ।

ପୂର୍ବରୁ ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇ ୟୁଏଇକୁ ବହୁତ ବଡ଼ ଝଟକା ଦେଇଥିଲା। ଭାରତ ୧୩.୧ ଓଭରରେ ମାତ୍ର ୫୭ ରନରେ ୟୁଏଇକୁ ଅଲଆଉଟ୍ କରିଥିଲା। ଏହା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୟୁଏଇର ସର୍ବନିମ୍ନ ସ୍କୋର। ସ୍ପିନର କୁଲଦୀପ ଯାଦବ ଏବଂ ଅଲରାଉଣ୍ଡର ଶିବମ ଦୁବେ ବିପର୍ଯ୍ୟୟ ଘଟାଇଥିଲେ। କୁଲଦୀପ ୨.୧ ଓଭରରେ ୭ ରନ ଦେଇ ୪ ୱିକେଟ ନେଇଥିଲେ। ଶିବମ ୨ ଓଭରରେ ୪ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ଜସପ୍ରିତ ବୁମରାହ, ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ୟୁଏଇ ଦଳ କୌଣସି ୱିକେଟ ନ ହରାଇ ୨୬ ରନ କରିଥିଲା। ଏହା ପରେ ଭାରତୀୟ ବୋଲରମାନେ ବିପର୍ଯ୍ୟୟ ଘଟାଇଥିଲେ। ୟୁଏଇ ମାତ୍ର ୩୧ ରନ କରି ୧୦ ୱିକେଟ ହରାଇଥିଲା। ୟୁଏଇ ପକ୍ଷରୁ ଆଲିଶାନ ଶରାଫୁ (୨୨) ସର୍ବାଧିକ ରନ କରିଥିଲେ। ଅଧିନାୟକ ମହମ୍ମଦ ୱାସିମ ୧୯ ରନ କରିଥିଲେ। ୱିକେଟକିପର ରାହୁଲ ଚୋପ୍ରା (୩) ଏବଂ ହର୍ଷିତ କୌଶିକ (୨) ସମେତ ଆଠ ଜଣ ୟୁଏଇ ଖେଳାଳି ଦୁଇ ଅଙ୍କରେ ପହଞ୍ଚି ପାରି ନଥିଲେ। କୁଲଦୀପ ନବମ ଓଭରରେ ତିନୋଟି ୱିକେଟ ନେଇଥିଲେ। ଯାହା ୟୁଏଇର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଭାରତ ଏସିଆ କପର ଡିଫେଣ୍ଡିଂ ଚାମ୍ପିଅନ। ଭାରତ ଏସିଆ କପ ଇତିହାସରେ ସର୍ବାଧିକ ଆଠଟି ଟାଇଟଲ ଜିତିଛି।


Reporterspen