Benefits of Eating Dates: ଭିଜା ଖଜୁର ଖାଇବାର ଆଶ୍ଚର୍ଯ୍ୟଜନକ ଲାଭ, ଜାଣନ୍ତୁ

Reporterspen

Benefits of Eating Dates: ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଏକ ସୁପରଫୁଟ୍ । ପ୍ରତିଦିନି ଚାରୋଟି ଭିଜା ଖଜୁରି ଖାଇବା ଦ୍ବାରା ଶରୀରକୁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ। ଖଜୁରୀ ହେଉଛି ପୁଷ୍ଟିକର ତତ୍ତ୍ୱର ଏକ ଭଣ୍ଡାର। ପ୍ରାଚୀନ କାଳରୁ ଆୟୁର୍ବେଦ ଏବଂ ପାରମ୍ପରିକ ଔଷଧରେ ବ୍ୟବହୃତ ହୋଇ ଆସୁଛି। ପ୍ରତିଦିନ ଚାରୋଟି ଭିଜା ଖଜୁର ଖାଇବା ଦ୍ୱାରା ଅନେକ ରୋଗ ବି ଦୂର ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଗୋଟିଏ ମାସ ପାଇଁ ପ୍ରତିଦିନ ଚାରୋଟି ଭିଜା ଖଜୁର ଖାଇବା ଦ୍ୱାରା କ’ଣ ଲାଭ ମିଳିବ।…

ଭିଜା ଖଜୁର ଖାଇବାର ଆଶ୍ଚର୍ଯ୍ୟଜନକ ଲାଭ

୧. ଶକ୍ତିର ଏକ ଉତ୍କୃଷ୍ଟ ଉତ୍ସ:
ଖଜୁରୀ ପ୍ରାକୃତିକ ଶର୍କରା (ଗ୍ଲୁକୋଜ୍, ଫ୍ରୁକ୍ଟୋଜ୍ ଏବଂ ସୁକ୍ରୋଜ୍) ଥାଏ। ଯାହା ଶକ୍ତି ପ୍ରଦାନ କରେ। ପ୍ରତିଦିନ ସକାଳେ ଚାରୋଟି ଭିଜା ଖଜୁର ଖାଇବା ଦିନସାରା ଶରୀରକୁ ଶକ୍ତି ମିଳିଥାଏ। ଏବଂ ଥକ୍କାପଣ ଭଳି ସମସ୍ୟା ଦୂର ହୋଇଥାଏ। ଏହା ବିଶେଷକରି ସେମାନଙ୍କ ପାଇଁ ଲାଭଦାୟକ ଯେଉଁମାନେ ଶାରୀରିକ ଭାବରେ କାମ କରନ୍ତି କିମ୍ବା କଠିନ କାର୍ଯ୍ୟକଳାପ କରନ୍ତି।

୨. ଏକ ସୁସ୍ଥ ପାଚନ ପ୍ରଣାଳୀ ବଜାୟ ରଖିବାରେ ସାହାର୍ଯ୍ୟ କରେ:
ଖଜୁରୀରେ ପ୍ରଚୁର ପରିମାଣର ଫାଇବାର ଥାଏ। ଯାହା ପାଚନକୁ ଉନ୍ନତ କରିବାରେ ସାହାଯ୍ୟ କରେ। ଏହା କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ ଏବଂ ଅନ୍ତନଳୀକୁ ସଫା କରିବାରେ ସାହାଯ୍ୟ କରେ। ଭିଜା ଖଜୁର ଖାଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୁଏ ଏବଂ ଗ୍ୟାସ୍ ଏବଂ ବଦହଜମୀ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

୩. ହାଡ଼କୁ ମଜବୁତ କରେ:
ଖଜୁରରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଫସଫରସ୍ ଭଳି ଖଣିଜ ପଦାର୍ଥ ଥାଏ। ଯାହା ହାଡ଼କୁ ମଜବୁତ କରେ। ୧ ମାସ ପାଇଁ ପ୍ରତିଦିନ ଭିଜା ଖଜୁର ଖାଇବା ଦ୍ୱାରା ଅଷ୍ଟିଓପୋରୋସିସ୍ ଏବଂ ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟାକୁ ରୋକିବାରେ ସାହାଯ୍ୟ କରିପାରେ।

୪.ରକ୍ତହୀନତାରୁ ମୁକ୍ତି ମିଳେ:
ଖଜୁର ହେଉଛି ଆଇରନ୍ ର ଏକ ଉତ୍କୃଷ୍ଟ ଉତ୍ସ। ଏହା ହିମୋଗ୍ଲୋବିନ ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରେ। ଯାହା ରକ୍ତହୀନତା ପୀଡିତଙ୍କ ପାଇଁ ଏକ ପ୍ରାକୃତିକ ଉପଚାର। ପ୍ରତିଦିନ ୪ଟି ଭିଜା ଖଜୁର ଖାଇବା ଦ୍ୱାରା ରକ୍ତହୀନତା ଦୂର ହୁଏ ଏବଂ ଚର୍ମର ରଙ୍ଗ ଉନ୍ନତ ହୁଏ।

୫. ହୃଦୟକୁ ସୁସ୍ଥ ରଖେ:
ଖଜୁରୀରେ ପୋଟାସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଯାହା ହାର୍ଟକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ। ଏହା କୋଲେଷ୍ଟ୍ରଲ୍ ସ୍ତରକୁ କମ କରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରେ। ନିୟମିତ ସେବନ ହୃଦଘାତ ଏବଂ ଷ୍ଟ୍ରୋକର ବିପଦକୁ କମ କରିପାରେ।

6.ଇମ୍ୟୁନିଟି ବୁଷ୍ଟ କରିବାରେ ସାହାର୍ଯ୍ୟ କରେ:
ଖଜୁରୀରେ ଭିଟାମିନ୍ (B6, A, K) ଏବଂ ଫ୍ଲାଭୋନଏଡ୍ ଭଳି ଆଣ୍ଟିଅକ୍ସିଡାଣ୍ଟ ଥାଏ। ଯାହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାର୍ଯ୍ୟ କରେ। ଏହା ଶରୀରକୁ ସଂକ୍ରମଣ ଏବଂ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ।

୭. ଓଜନ ବୃଦ୍ଧିରେ ସାହାଯ୍ୟ କରେ:
ଏଥିରେ ପ୍ରଚୁର ପରିମାଣରେ କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟ୍ ଥାଏ। ଯାହା ମାଂସପେଶୀକୁ ଟୋନ୍ କରିବାରେ ଏବଂ ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରେ।

୮. ଚର୍ମ ଏବଂ କେଶ ପାଇଁ ଲାଭଦାୟକ:
ଖଜୁରୀରେ ଥିବା ଭିଟାମିନ୍ ଏବଂ ଖଣିଜ ପଦାର୍ଥ ଚର୍ମ ଏବଂ କେଶ ପାଇଁ ମଧ୍ୟ ଲାଭଦାୟକ। ଏହା ଚର୍ମକୁ ଚମକଦାର କରିଥାଏ ଏବଂ କେଶକୁ ମଜବୁତ ଏବଂ ଘନ କରିବାରେ ସାହାଯ୍ୟ କରେ। ଖଜୁରୀରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମୁକ୍ତ ରାଡିକାଲ୍ସ ଦ୍ୱାରା ହେଉଥିବା କ୍ଷତିରୁ ଚର୍ମକୁ ରକ୍ଷା କରେ।

୯. ଚାପ ଏବଂ ମାନସିକ ସ୍ୱାସ୍ଥ୍ୟକୁ ଉନ୍ନତ କରେ:
ଖଜୁରୀରେ ଟ୍ରିପ୍ଟୋଫାନ୍ ନାମକ ଏକ ଆମିନୋ ଏସିଡ୍ ଥାଏ। ଯାହା ମାନସିକ ଚାପ ହ୍ରାସ କରିବାରେ ଏବଂ ମନୋଭାବକୁ ଉନ୍ନତ କରିବାରେ ସାହାଯ୍ୟ କରେ। ଏହା ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରେ ଏବଂ ନିଦ ଗୁଣବତ୍ତା ଉନ୍ନତ କରେ।

ଖଜୁର କିପରି ସେବନ କରିବେ?

ରାତି ୪ଟି ଖଜୁରକୁ ପାଣିରେ ଭିଜାଇ ରଖନ୍ତୁ।
୧-ସକାଳେ ଖାଲି ପେଟରେ ଖାଆନ୍ତୁ।
୨-ଆପଣ ଖଜୁର ପାଣି ମଧ୍ୟ ପିଇପାରିବେ।
୩-କାରଣ ଖଜୁରର ପୁଷ୍ଟିକର ତତ୍ତ୍ୱ ଏଥିରେ ଦ୍ରବୀଭୂତ ହୋଇଥାଏ।

(Disclaimer: ଏହି ଆର୍ଟିକିଲରେ ପରାମର୍ଶ ଦିଆଯାଇଥିବା ଟିପ୍ସଗୁଡ଼ିକ କେବଳ ସାଧାରଣ ସୂଚନା ପାଇଁ। ଏହାକୁ କୌଣସି ରୋଗର କୌଣସି ପ୍ରତିକାର ଭାବେ ନେବା ପୂର୍ବରୁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରି ନିଅନ୍ତୁ। ଜୀ ଓଡ଼ିଶା ନ୍ୟୁଜ୍ ଏପରି କୌଣସି ଦାବିର ସତ୍ୟତାକୁ ନିଶ୍ଚିତ କରେ ନାହିଁ।)


Reporterspen