ଅପ୍ରେଲ ଶେଷ ସୁଦ୍ଧା ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବାର ସମ୍ଭାବନା

Reporterspen

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ସମ୍ୱନ୍ଧିତ ସମସ୍ତ ନିର୍ମାଣ କାର୍ଯ୍ୟ ୩୦ ଅପ୍ରେଲ ସୁଦ୍ଧା ସଂପୂର୍ଣ୍ଣ ହେବାର ଆଶା ରହିଛି ଏବଂ ପ୍ରକଳ୍ପର ମୋଟ ଖର୍ଚ୍ଚ ପ୍ରାୟ ୧,୯୦୦ କୋଟି ଟଙ୍କା ହେବାର ସମ୍ଭାବନା ଅଛି। ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ଶନିବାର ଏହି ସୂଚନା ଦେଇଛନ୍ତି।

ଏଠାରେ ରାମ ମନ୍ଦିର ନିର୍ମାଣ କମିଟିର ଦୁଇ ଦିବସୀୟ ବୈଠକର ସମାପନ ପରେ ସାମ୍ୱାଦିକଙ୍କୁ ସମ୍ୱୋଧିତ କରି ମିଶ୍ରା କହିଛନ୍ତି ଯେ, ଲାର୍ସନ ଆଣ୍ଡ ଟୁବ୍ରୋ (ଏଲ୍ ଆଣ୍ଡ ଟି) ଓ ଟାଟା କନ୍ସଲଟେନ୍ସି , ଯାହା ସାଇଟ୍‌ରେ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟର ପରିଚାଳନା କରୁଛି , ନିର୍ମାଣ କାର୍ଯ୍ୟ ପୂରା ହେବା ପରେ ୩୦ ଅପ୍ରେଲ୍ ସୁଦ୍ଧା ମନ୍ଦିର ପରିସର ଛାଡ଼ି ଦେବ। ମିଶ୍ରା ଆହୁରି କହିଛ ଯେ, ସବୁ କାଗଜପତ୍ର କାର୍ଯ୍ୟ ଓ ବିଲ୍ ଦେୟ ପ୍ରକ୍ରିୟାକୁ ସେହି ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ସେ କହିଛନ୍ତି , ଏଲ୍ ଆଣ୍ଡ ଟି ଓ ଟାଟା କନ୍ସଲଟେନ୍ସି ନିଜ ଦ୍ୱାର କରାଯାଇ ଥିବା ସବୁ କାର୍ଯ୍ୟ ପାଇଁ ତିନି ବର୍ଷର ୱାରେଣ୍ଟି ଦେଇଛି। ରକ୍ଷଣାବେକ୍ଷଣ ଓ ଯତ୍ନ ପାଇଁ, ଦୁଇ ସଙ୍ଗଠନର ଏକ ଛୋଟିଆ ଟିମ୍ ମନ୍ଦିର ପରିସର ଭିତରେ ମୁତୟନ ରହିବ।

ସେ ଆହୁରି ମଧ୍ୟ କହିଛନ୍ତି , ୩୦ ଅପ୍ରେଲ ପରେ ଏଲ ଆଣ୍ଡ ଟି ,ଟାଟା କନ୍ସଲଟେନ୍ସି ଓ ଷ୍ଟେଟ୍ କନଷ୍ଟ୍ରକ୍ସନ କର୍ପୋରେସନ ସହ ସବୁ ଡିଲ୍କୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ନିଜ ହାତକୁ ନିଆଯିବ। ଖର୍ଚ୍ଚର ବିବରଣୀ ଦେଇ ମିଶ୍ରା କହିଛନ୍ତି , ରାମ ମନ୍ଦିର ପ୍ରକଳ୍ପରେ ମୋଟ ଖର୍ଚ୍ଚ ପ୍ରାୟ ୧,୯୦୦ କୋଟି ଟଙ୍କା ହେବାର ଅନୁମାନ ,ଯେଉଁଥିରୁ ପ୍ରାୟ ୧,୬୦୦ କୋଟି ଟଙ୍କା , ଜିଏସଟି ସହ , ପୂର୍ବରୁ ମଧ୍ୟ ଦେୟ କରାଯାଇ ସାରିଛି।

ଅଧିକାରୀମାନେ କହିଛନ୍ତି ଯେ, ବୈଠକରେ ନିର୍ମାଣ ଓ ସମ୍ୱନ୍ଧିତ କାର୍ଯ୍ୟର ପ୍ରଗତିର ସମୀକ୍ଷା କରାଯାଇଛି ଏବଂ କାର୍ଯ୍ୟ ପୂରଣ ହେବା ତଥା ଦାୟିତ୍ୱର ହସ୍ତାନ୍ତରଣ ପାଇଁ ଅନ୍ତିମ ସମୟସୀମା ଉପରେ ଆଲୋଚନା କରାଯାଇଛି।


Reporterspen