ନୂଆଦିଲ୍ଲୀ, ୨୫।୦୩: ଦିନେ ରାଜସ୍ଥାନ ରୟାଲ୍ସର ଓପନିଂ ବ୍ୟାଟର୍ ଥିବା ଆର୍ଯ୍ୟମାନ ବିରଲା ଏବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ମାଲିକ ପାଲଟିଯାଇଛନ୍ତି। ମଙ୍ଗଳବାର ବିର୍ଲା ଗ୍ରୁପ ନେତୃତ୍ୱାଧୀନ ଏକ କନସୋର୍ଟିୟମ୍ ଆରସିବିକୁ ୧୬୬୦୦ କୋଟି ଟଙ୍କାରେ କିଣିବା ପରେ ଆର୍ଯ୍ୟମାନଙ୍କୁ ଏହି ଫ୍ରାଞ୍ଚାଇଜିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଏହି କନସୋର୍ଟିୟମ୍ରେ ବ୍ଲାକଷ୍ଟୋନ୍ ଗ୍ରୁପ୍, ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ୍ ଓ ବୋଲ୍ଟ ଭେଞ୍ଚର୍ସ ମଧ୍ୟ ଅଛନ୍ତି।
ଟାଇମ୍ସ ଅଫ ଇଣ୍ଡିଆର ସତ୍ୟମ୍ ଗଜୱାନି ଆରସିବିର ଉପାଧ୍ୟକ୍ଷ ହେବେ। ଆରସିବି ପରି ଏକ ଆଇପିଏଲ୍ ଫ୍ରାଞ୍ଚାଇଜି କିଣିବା ଆର୍ଯ୍ୟମାନଙ୍କ ପାଇଁ କୌଣସି ଏକ ବଡ଼ ବା ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ। କାରଣ ସେ ହେଉଛନ୍ତି ଦେଶର ଜଣାଶୁଣା ଶିଳ୍ପପତି କୁମାର ମଙ୍ଗଳମ୍ ବିରଲାଙ୍କ ପୁତ୍ର। ଘରୋଇ କ୍ରିକେଟ୍ରେ ସେ ମଧ୍ୟପ୍ରଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ।
କ୍ରିକେଟ୍ କ୍ୟାରିୟର ଓଡ଼ିଶା ବିପକ୍ଷରେ ଆରମ୍ଭ କରିଥିଲେ
୨୦୧୭ ନଭେମ୍ବରରେ ସେ ନିଜର ପ୍ରଥମ ଶ୍ରେଣୀ କ୍ରିକେଟ୍ କ୍ୟାରିୟର ଓଡ଼ିଶା ବିପକ୍ଷରେ ଆରମ୍ଭ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସେ ୯ଟି ମ୍ୟାଚ୍ ଖେଳି ମୋଟ ୪୧୪ ରନ୍ କରିଛନ୍ତି। ୨୦୧୮ ଆଇପିଏଲ୍ ନିଲାମରେ ତାଙ୍କୁ ରାଜସ୍ଥାନ ରୟାଲ୍ସ ୩୦ ଲକ୍ଷ ଟଙ୍କାରେ କିଣିଥିଲା। କିନ୍ତୁ ତାଙ୍କୁ କୌଣସି ମ୍ୟାଚ୍ରେ ଖେଳାଯାଇନଥିଲା। ୨୦୨୦ରେ ଋତୁରେ ତାଙ୍କ ରାଜସ୍ଥାନ ରୟାଲ୍ସ ମୁକ୍ତ କରିଥିଲା। ଏହା ପରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ କ୍ରିକେଟ୍ରୁ ଦୂରେଇ ରହିଥିଲେ।
ଉଲ୍ଲେଖଥାଉ କି, ଆଇପିଏଲ୍ର ଲୋକପ୍ରିୟ ଫ୍ରାଞ୍ଚାଇଜ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିକ୍ରି ହୋଇଛି । ଆଦିତ୍ୟ ବିର୍ଲା ଗ୍ରୁପ ଓ ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପଙ୍କ ନେତୃତ୍ୱାଧିନ ୪ଜଣିଆ କନ୍ସୋର୍ଟିୟମ୍ ୧୬,୭୦୬ କୋଟି ଟଙ୍କା ମୂଲ୍ୟରେ ଆରସିବି ଫ୍ରାଞ୍ଚାଇଜ କିଣିଛନ୍ତି । ଆରସିବିକୁ କିଣିଥିବା କନସୋର୍ଟିୟମ୍ ଆଦିତ୍ୟ ବିର୍ଲା ଗ୍ରୁପ୍ (ଏବିଜି) ଓ ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ୍ ବ୍ୟତୀତ ଅନ୍ୟ ୨ଟି କମ୍ପାନୀ ଭାବେ ବୋଲ୍ଟ ଭେଞ୍ଚର୍ସ, ବ୍ଲାକ୍ଷ୍ଟୋନ ପର୍ପଚୁଆଲ ରହିଛନ୍ତି ।
୪ଟି କମ୍ପାନୀ ଆରସିବିକୁ କିଣିଲେ: ବର୍ତ୍ତମାନ ଆରସିବି ଆଇପିଏଲ୍ର ସବୁଠୁ ଦାମୀ ଫ୍ରାଞ୍ଚାଇଜ ହୋଇ ଯାଇଛି । ୨୦୦୮ ମସିହାରେ ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ (ୟୁଏସଏଲ୍) ୪୫୦ କୋଟି ଟଙ୍କାରେ ଆରସିବି ଫ୍ରାଞ୍ଚାଇଜ କିଣିଥିଲା । ପ୍ରସିଦ୍ଧ ଆମେରିକୀୟ ନିବେଶ ଫାର୍ମ ବ୍ଲାକଷ୍ଟୋନର ରଣନୈତିକ ଇକ୍ୱିଟି ୱିଙ୍ଗ, ଈଢଚଋ ଏବଂ ଆମେରିକୀୟ ଶିଳ୍ପପତି ଡେଭିଡ୍ ବ୍ଲିଜର୍ସଙ୍କ କମ୍ପାନୀ ବୋଲ୍ଟ ଭେଞ୍ଚର୍ସକୁ ନେଇ ଗଠିତ ଏକ କନସୋର୍ଟିୟମ୍ ଜଉଈରେ ୧୦୦% ଅଂଶଧନ ଅଧିଗ୍ରହଣ କରିଛି । ଏବିଜି ଗ୍ରୁପ୍ର କନସୋର୍ଟିୟମ ଏହି ଅର୍ଥରେ ଉଭୟ ମହିଳା ଓ ପୁରୁଷ ଦଳର ମାଲିକାନା ହାସଲ କରିଛି । ନୂଆ ମାଲିକାନା ସଂରଚନାରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ନିର୍ଦ୍ଦେଶକ ରହିଥିବା ଆର୍ୟମନ ବିର୍ଲା ଆରସିବି ଦଳର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରହିବେ ।
ସେହିପରି ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ୍ର ମୁଖ୍ୟ ସତ୍ୟନ ଗଜୱାନୀ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଏହି କନସୋର୍ଟିୟମକୁ ଆରସିବି ଏହାର ବର୍ତ୍ତମାନର ମାଲିକ, ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ ଠାରୁ ଅଧିଗ୍ରହଣ କରିଛି, ଯାହା ଏକ ଡିଆଜିଓ ଗ୍ରୁପ୍ କମ୍ପାନୀ ଯାହା ଆରମ୍ଭରୁ ଫ୍ରାଞ୍ଚାଇଜ୍ ମାଲିକାନା ରଖିଛି। ୨୦୦୮ ମସିହାରେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ, ଯେତେବେଳେ ବିସିସିଆଇ ୮ଟି ଫ୍ରାଞ୍ଚାଇଜ୍ ବିକ୍ରି କରିଥିଲା । ବିଜୟ ମାଲ୍ୟା ବେଙ୍ଗାଲୁରୁକୁ ପ୍ରାୟ ୪୫୫ କୋଟିରେ କିଣିଥିଲେ ।
କହି ରଖୁଛି କି, ୨୦୦୮ ଓପନିଂ ସିଜିନର ଚାମ୍ପିଆନ୍ ଟିମ୍ ରାଜସ୍ଥାନ ରୟାଲ୍ସଙ୍କୁ କିଣିଲେ ଆମେରିକୀୟ ବିଜନେସମ୍ୟାନ୍ କାଲ୍ ସୋମାନି । ଏହି ଡିଲ୍ ୧.୬୩ ବିଲିୟନ ଡଲାର ବା ଭାରତୀୟ ମୁଦ୍ରା ଅନୁସାରେ ୧୫୦୦୦ କୋଟି ଟଙ୍କାରୁ ଅଧିକରେ ହୋଇଛି, ଯାହାକି କ୍ରିକେଟ ଦୁନିଆରେ ହଇଚଇ ସୃଷ୍ଟି କରିଛି । ଆରଆରକୁ ୧୫,୩୦୦ କୋଟିରେ କିଣିଛନ୍ତି ସୋମାନ ।

