‘ଅଶ୍ରାଭ୍ୟ ଭାଷା’ କହିବାରୁ କଟିଲା ଅଭିଷେକଙ୍କ ମ୍ୟାଚ୍‌ ଫିସ୍‌

Reporterspen

ନୂଆଦିଲ୍ଲୀ,୦୩/୦୪; କୋଲକାତା ବିପକ୍ଷ ମ୍ୟାଚରେ ଜବରଦସ୍ତ ବିଜୟ ହାସଲ କରି ଖାତା ଖୋଲିଲା ସନରାଇଜର୍ସ ହାଇଦ୍ରାବାଦ । ହେଲେ ଅଡୁଆରେ ପଡିଛନ୍ତି ଷ୍ଟାର ବ୍ୟାଚର ଅଭିଷେକ ଶର୍ମା। ଅର୍ଥ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ ପାଇଁ ଅଭିଷେକ ଶର୍ମାଙ୍କୁ ତାଙ୍କ ମ୍ୟାଚ୍‌ ଫିରୁ ଜରିମାନା କରାଯାଇଛି । ମ୍ୟାଚ୍‌ ଫିରୁ ୨୫ ପ୍ରତିଶଥ କାଟିବା ସହିତ ଗୋଟିଏ ଡିମେରିଟ୍‌ ପଏଣ୍ଟ ଦିଆଯାଇଛି । ଯାହା ତାଙ୍କ ବିଜୟ ଖୁସିକୁ ପାଣିଚିଆ କରିଛି।

ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍‌) ଗୁରୁବାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ଷଷ୍ଠ ମ୍ୟାଚ୍‌ ୬୫ ରନରେ ଜିତିଛି। କୋଲକାତାର ଲଗାତାର ଦ୍ୱିତୀୟ ପରାଜୟ ହୋଇଛି। ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୮ ୱିକେଟ୍‌ ହରାଇ ୨୨୬ ରନ କରିଥିଲା। ଟ୍ରାଭିସ୍‌ ହେଡ୍‌ ଏବଂ ଅଭିଷେକ ଶର୍ମାଙ୍କ ପ୍ରାରମ୍ଭିକ ଯୋଡ଼ି ଏହି ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟ ଖେଳାଳି ୫.୪ ଓଭରରେ ୮୨ ରନ କରିଥିଲେ।

ଅଭିଷେକ ଶର୍ମା ୨୧ଟି ବଲ୍‌ରୁ ୪ ଚୌକା ଓ ୪ଛକା ବଳରେ ୪୮ ରନ୍‌ କରିଥିଲେ । କୋଲକାତା ଜିତିଲା ହେଲେ ମୁସକିଲରେ ପଡିଛନ୍ତି ଅଭିଷେକ। ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ତାଙ୍କ ମ୍ୟାଚ୍‌ ଫିର ୨୫ ପ୍ରତିଶତ ଜରିମାନା ଏବଂ ଗୋଟିଏ ଡିମେରିଟ୍‌ ପଏଣ୍ଟ ଦିଆଯାଇଛି । ସେ ଧାରା ୨.୩ଅନୁଯାୟୀ ଲେବଲ ୧ ଅପରାଧ ସ୍ୱୀକାର କରିଛନ୍ତି ଏବଂ ମ୍ୟାଚ୍‌ ରେଫରୀଙ୍କ ଦଣ୍ଡ ଗ୍ରହଣ କରିଛନ୍ତି। ଭାରତୀୟ କ୍ରିକେଟ କଣ୍‌ଟ୍ରୋଲ ବୋର୍ଡ ତାଙ୍କୁ ଆଚରଣ ସଂହିତା ଉଲ୍ଲଂଘନ କରିଥିବାକୁ ଦୋଷୀ ସାବ୍ୟସ୍ତ କରିଛି । ଏହା ପୂର୍ବରୁ ଗୁଜରାଟ ବିପକ୍ଷରେ ସ୍‌ଲୋ ଓଭର ବୋଲିଂ ପାଇଁ ପଞ୍ଜାବ କ୍ୟାପ୍‌ଟେନ୍‌ ଶ୍ରେୟସ ଆୟର ଅର୍ଥଦଣ୍ଡରେ ଦଣ୍ଡିତ ହୋଇଥିଲେ।

କୋଲକାତା ବିପକ୍ଷରେ ଅଭିଷେକ ଭଲ ଇନିଂସ ଖେଳିବା ପରେ ବି ତାଙ୍କ ଆଚରଣ ତାଙ୍କୁ ଅସୁବିଧାରେ ପକାଇଛି। ବିସିସିଆଇ ପକ୍ଷରୁ ଜାରି ବିବୃତ୍ତି ଅନୁସାରେ ଅଭିଷେକ ଶର୍ମା ଉଲ୍ଲଂଘନ କରିଥିବା ଆର୍ଟିକିଲ ୨.୩ ଅପମାନଜନ କିମ୍ବା ଅଶ୍ଳୀଳ ଶବ୍ଦ ବ୍ୟବହାର ସହିତ ଜଡ଼ିତ। ଏହି ଅପରାଧ ପାଇଁ ତାଙ୍କୁ ତାଙ୍କ ମ୍ୟାଚ୍‌ ଫିର ୨୫ ପ୍ରତିଶତ ଜରିମାନା କରାଯାଇଛି। ବ୍ୟାଟର ତାଙ୍କର ଭୁଲ୍‌ ମଧ୍ୟ ସ୍ୱୀକାର କରିଛନ୍ତି।


Reporterspen