ନୂଆଦିଲ୍ଲୀ୨୭ ।୦୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୩୯ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଉଭୟ ବୋଲିଂ ଏବଂ ବ୍ୟାଟିଂ କ୍ଷେତ୍ରରେ ଦମ୍ଦାର ପ୍ରଦର୍ଶନ କରିଛି । ବେଙ୍ଗାଲୁରୁ ଟିମ୍ ଏହି ମ୍ୟାଚ୍କୁ ୯ୱିକେଟ୍ରେ ଜିତିଛି । ଦିଲ୍ଲୀକୁ ପ୍ରଥମେ ୧୬.୩ ଓଭରରେ ୭୫ ରନ୍ରେ ଅଟକାଇଥିଲା । ପରେ ୭୬ ରନ୍?ର ବିଜୟ ଲକ୍ଷ୍ୟକୁ ୬.୩ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ହାସଲ କରିଥିଲା ।
ବେଙ୍ଗାଲୁରୁ ୭୭ ରନ୍ ସଂଗ୍ରହ କରିଥିଲା । ପ୍ରାରମ୍ଭିକ ବ୍ୟାଟର ଜୋକୋବ ବେଥେଲ ବ୍ୟକ୍ତିଗତ ଭାବେ ୨୦ ରନ୍ ସଂଗ୍ରହ କରିଥିଲେ । ସେ ୧୧ଟି ବଲ୍ ଖେଳି ଗୋଟିଏ ଚୌକା ଏବଂ ୨ଟି ଛକା ମାରିଥିଲେ । ବିରାଟ କୋହଲି ଅପରାଜିତ ୨୩ ରନ୍ ସଂଗ୍ରହ କରିଥିଲେ । ସେ ୧୫ଟି ବଲ୍ ଖେଳି ଗୋଟିଏ ଚୌକା ଏବଂ ୨ଟି ଛକା ମାରିଥିଲେ । ସେହିପରି ଦେବଦୂତ୍ତ ପଡ୍ଡିକଲ ୧୩ଟି ବଲ୍ ଖେଳି ୩ଟି ଚୌକା ଏବଂ ୩ଟି ଛକା ମାରି ୩୪ ରନ୍ ସଂଗ୍ରହ କରିଥିଲେ ।
ଦିଲ୍ଲୀ ପାଇଁ ସାହିଲ ପ୍ରକାଶ ଏବଂ କେଏଲ୍ ରାହୁଲ ଇନିଂସ ଆରମ୍ଭ କରିଥିଲେ । ଉଭୟ ବ୍ୟାଟର ବିପର୍ଯ୍ୟର ସାମ୍ନା କରିଥିଲେ । ସାହିଲ ଖାତା ଖୋଲି ପାରିନଥିଲା ବେଳେ କେଏଲ୍ ରାହୁଲ ମାତ୍ର ୧ ରନ୍ ସଂଗ୍ରହ କରି ପାଭିଲିଅନ୍କୁ ଫେରି ଆସିଥିଲେ । ସାହିଲ ୨ଟି ଏବଂ କେଏଲ୍ ରାହୁଲ ୩ଟି ବଲ୍ ସାମ୍ନା କରିଥିଲେ । ବେଙ୍ଗାଲୁରୁର ତୃତୀୟ ଏବଂ ଚତୁର୍ଥ ଶିକାର ଯଥାକ୍ରମେ ସମୀର ରିଜ୍ଭି (ଶୂନ୍ୟ ରନ୍) ଏବଂ ତିସ୍ତାନ ଷ୍ଟବ୍ (୫ରନ୍) ହୋଇଥିଲେ । ଦଳର ଆଗଧାଡିର ୪ଜଣ ଖେଳାଳି ଆଉଟ୍ ହେଲା ପରେ ମଧ୍ୟ ଅଧିନାୟକ ଅକ୍ଷର ପଟେଲ ଧୌର୍ଯ୍ୟର ସହିତ ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ । ସେ ୩ଟି ବଲ୍ର ସମ୍ମୁଖୀନ ହୋଇଥିଲେ ମଧ୍ୟ ଖାତା ଖୋଲିପାରି ନଥିଲେ । ଯୁବ ଏବଂ ବିସ୍ଫୋରକ ବ୍ୟାଟର ନିତିଶ ରାଣା ମଧ୍ୟ ୯ଟି ବଲ୍ ଖେଳି ମାତ୍ର ୧ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ ।
କେଏଲ୍ ରାହୁଲ, ନିତିଶ ରାଣା, ସମୀର ରିଜ୍ଭି, ତ୍ରିସ୍ତାନ ଷ୍ଟବ୍ସ ଏବଂ ଅକ୍ଷର ପଟେଲ ଭଳି ତାରକା ତଥା ଯୁବ ବ୍ୟାଟରମାନେ ଆଜି ଦମ୍ଭ ଦେଖାଇପାରି ନାହାନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ଶକ୍ତିଶାଳୀ ଖେଳାଳିମାନଙ୍କର ବ୍ୟାଟ୍ ନିଷ୍କ୍ରିୟ ହୋଇଯାଇଛି । ଘରୋଇ ମାଟିରେ ଏହି ଖେଳାଳିମାନେ ବିପକ୍ଷ ଦଳର ବୋଲରଙ୍କ ହାତରେ ଆତ୍ମସମର୍ପଣ କରିଛନ୍ତି । ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍ ୪ ଏବଂ ଭୁବନେଶ୍ୱର କୁମାର ୩ ଦିଲ୍ଲୀ ଖେଳାଳିଙ୍କୁ ଆଉଟ୍ କରିଥିଲେ । ରସିକ ସାଲମ ଡାର, ସୂୟାଂଶ ଶର୍ମା ଏବଂ କ୍ରୁଣାଳ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଏହାର କାରଣ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏକ ସଫଳ ରଣନୀତି ନେଇ ବୋଲିଂ କରିଥିଲା ।
ରଜତ ପଟିଦାରଙ୍କ ନେତୃତ୍ୱରେ ବେଙ୍ଗାଲୁରୁ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଅରୁଣ ଜେଟଲୀ ଷ୍ଟାଡିୟମରେ ଘରୋଇ ଦିଲ୍ଲୀ ଟିମ୍କୁ ବେଙ୍ଗାଲୁର ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଏଥି ସହିତ ବେଙ୍ଗାଲୁରୁ ଟିମ୍ ଏକ ସଫଳ ବୋଲିଂ ରଣନୀତି ପ୍ରସ୍ତୁତ କରିଥିଲା । ଦିଲ୍ଲୀ ଟିମ୍ ୧୬.୩ ଓଭରରେ ସମସ୍ତ ୱିକେଟ ହରାଇ ୭୫ ରନ୍ ସଂଗ୍ରହ କରିଛି । ଫଳରେ ବେଙ୍ଗାଲୁରୁକୁ ଏହି ମ୍ୟାଚ୍ ବିଜୟ ପାଇଁ ୭୬ ରନ୍ର ଲକ୍ଷ୍ୟ ମିଳିଛି । ଦିଲ୍ଲୀର ରନ୍ ଚଳିତ ଆଇପିଏଲ୍ରେ ସର୍ବନିମ୍ନ ସ୍କୋର ଭାବେ ରେକର୍ଡ ହୋଇଛି । ସୂଚନାଯୋଗ୍ୟ ଆଇପିଏଲ୍ ଇତିହାସରେ ସର୍ବନିମ୍ନ ସ୍କୋର ବେଙ୍ଗାଲୁରୁ ନାମରେ ରହିଛି, ଯାହା ଥିଲା ୨୦୧୭ ଏପ୍ରିଲ ୨୩ ତାରିଖ କୋଲକାତା ବିପକ୍ଷରେ । ଇର୍ଡେନ ଗାର୍ଡେନରେ ବେଙ୍ଗାଲୁରୁ ୯୪ ଓଭରରେ ସମସ୍ତ ୱିକେଟ ହରାଇ ୪୯ ରନ୍ ସଂଗ୍ରହ କରିଥିଲା ।
ବେଙ୍ଗାଲୁରୁ ୮୧ ବଲ୍ ବାକି ଥାଇ ବିଜୟୀ
ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୮୧ ବଲ୍ ବାକି ଥାଇ ବିଜୟ ହାସଲ କରିଛି । ବଲ୍ ବାକି ଥିବା ଦୃଷ୍ଟିରୁ, ଏହା ଆଇପିଏଲ ଇତିହାସର ଦ୍ୱିତୀୟ ସର୍ବବୃହତ ବିଜୟ । ଆରସିବି ଦିଲ୍ଲୀ କ୍ୟାପିଟାଲ୍ସକୁ ୯ ୱିକେଟରେ ପରାସ୍ତ କରିଛି । ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୮୧ ବଲ୍ ବାକି ଥାଇ ମ୍ୟାଚ୍ ଜିତିଛି । ଜୋଶ୍ ହାଜେଲଉଡ୍ ଏବଂ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ମୋଟ ମାତ୍ର ୭୫ ରନ୍ ରେ ପତନ ଘଟିଛି ।
ଜବାବରେ, ଆରସିବି ୬.୩ ଓଭରରେ ମ୍ୟାଚ୍ ଜିତିଛି । ଏହି ଇନିଂସ ମଧ୍ୟରେ ବିରାଟ କୋହଲି ମଧ୍ୟ ଆଇପିଏଲରେ ୯,୦୦୦ ରନ୍ ପୂରଣ କରିଛନ୍ତି । ବିରାଟ ୧୫ ବଲ୍ ରେ ୨୩ ରନ୍ କରି ଅପରାଜିତ ରହିଲେ, ଯେତେବେଳେ ଦେବଦତ୍ତ ପାଡିକ୍କଲ୍ ୧୩ ବଲ୍ ରେ ୩୪ ରନ୍ କରି ଅପରାଜିତ ରହିଲେ । ଏହି ସମୟରେ, ଜାକବ୍ ବେଥେଲ୍ ୧୧ ବଲ୍ ରେ ୨୦ ରନ୍ କରିଥିଲେ । ପୂର୍ବରୁ ମ୍ୟାଚ୍ ରେ, ବୋଲିଂ କରୁଥିବା ସମୟରେ, ହାଜେଲଉଡ୍ ଚାରି ୱିକେଟ୍ ଏବଂ \’ଭୁବି\’ ତିନୋଟି ୱିକେଟ୍ ନେଇଥିଲେ ।

