ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ଆହୁରି ଦୁଇ ଦିନ ଖରା । ଉଷ୍ମ ଆଦ୍ରତା ସ୍ଥିତି ସହ କଲବଲ କରିବ ଗରମ ଗୁଳୁଗୁଳି । ଆସନ୍ତା ୨୪ ଘଣ୍ଟାରେ କେତେକ ସ୍ଥାନରେ ୪୦ଡ଼ିଗ୍ରୀ ଯାଏଁ ତାପମାତ୍ରା ମଧ୍ଯ ଛୁଇଁପାରେ । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଦକ୍ଷିଣ ପଶ୍ଚିମ ଦିଗରୁ ଗରମ ପବନ ପ୍ରବାହିତ ଫଳରେ ଗରମ ଅନୁଭବ ହେଉଛି ।
ଆହୁରି ଦୁଇ ଦିନ ଅସହ୍ୟ ତାତିରେ ସିଝିବେ ଲୋକେ । ୪ ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର । ଆସନ୍ତା ୨୪ଘଂଟାରେ ଆସ୍ୟ ହେବ ଉଷ୍ମ ଆଦ୍ରତା ସ୍ଥିତି । ବାଲେଶ୍ବର , ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର । ଏଥିସହ ବିଜୁଳି ଘଡ଼ ଘଡ଼ି ବର୍ଷା ହେବ । ଘଂଟା ପ୍ରତି ପବନର ବେଗ ୪୦-୫୦କିଲୋମିଟର ଯାଏଁ ରହିବ । ଏ ନେଇ ମୟୂରଭଞ୍ଜ, କେଉଁଝର, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ୍, ମାଲକାନଗିରି, କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହିପରି ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର ଜିଲ୍ଲାରେ ମଧ୍ଯ ବର୍ଷା ସହ ଘଂଟା ପ୍ରତି ପବନର ବେଗ ୩୦-୪୦ କିଲୋମିଟର ରହିବ । ଏ ନେଇ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହିପରି ୪ ତାରିଖରେ କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ୍ , ମାଲକାନଗିରି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨ ଦିନ ଅସହ୍ୟ ଗରମ ଗୁଳୁଗୁଳି ହେବାକୁ ଥିବାବେଳେ କାଳବୈଶାଖୀ ପ୍ରଭାଵ ୮ତାରିଖ ଯାଏଁ ରହିଛି ।
ଆଗାମୀ ୨୪ ଘଂଟାରେ ବର୍ଷାର ସମ୍ଭାବନାକୁ ନେଇ ୨ରୁ ୩ଡିଗ୍ରୀ ତାପମାତ୍ରା କମିବା ସହ ତାତିରୁ ଟିକିଏ ଅସ୍ବସ୍ତି ମିଳିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଦକ୍ଷୀଣ ପଶ୍ଚିମ ଦିଗରୁ ପବନ ବହୁଛି ଫଳରେ ଖରାର ପ୍ରକୋପ ସକାଳୁ ଅନୁଭୂତ ହେଉଛି । ତେବେ ଦୁଇ ଦିନ ପରେ ତାତିର ପ୍ରକୋପ କମିବ। ୧୧ରୁ ପୁଣି ଅଧିକ ତାପମାତ୍ରା ବୃଦ୍ଧି ହେବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ କାଳବୈଶାଖୀ ପ୍ରକୋପ ଉପକୂଳ ସମେତ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଅନୁଭୂତ ହୋଇପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।
ଗତ ୨୪ଘଂଟାରେ ଝାରସୁଗୁଡ଼ାରେ ୪୦.୬ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ ହୋଇଛି । ସେହିପରି ୬ଟି ସ୍ଥାନରେ ବର୍ଷା ହୋଇଥିବାବେଳେ କୋରାପୁଟ ନନ୍ଦପୁରରେ ୪୨ମିମି ସର୍ବାଧିକ ବର୍ଷା ରେକର୍ଡ଼ ହୋଇଛି ।

