ଜିରୋ ଏଫଆଇଆର୍ରେ ଆକ୍ସନ୍ ନେଲା ଧଉଳି ପୋଲିସ
ଭୁବନେଶ୍ୱର, (ରିପୋଟର୍ସ ପେନ୍) : ଜଣେ ଯୁବତୀଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ପରିଚୟ ବଢ଼ାଇ ପରବର୍ତ୍ତୀ ସମୟରେ ତାଙ୍କୁ ପୋଲିସର ଭୟ ଦେଖାଇ ବଳାକÒାର କରିବା ମାମଲାରେ ଧଉଳି ଥାନା େପାଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଉଛନ୍ତି, ଯାଜପୁର ଜିଲ୍ଳା ବଡ଼ଚଣା ଥାନା ଅଞ୍ଚଳର ହିମାଂଶୁ ସାମଲ ଓରଫ ଜିତୁ (୩୬)। ତାଙ୍କ ଠାରୁ ପୋଲିସ ୨ଟି ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି। ଜିତୁ ନିୟମିତ ଭାବେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲି ଚାକିରି ଆଶାୟୀ ଯୁବକ ଯୁବତୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ସମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ନେଇ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଏନେଇ ପୋଲିସ ଅନ୍ୟଏକ ମାମଲା କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଭୁବନେଶ୍ବର ଡିସିପି ଜଗମୋହନ ମୀନା ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଯୁବତୀ ଜଣଙ୍କୁ ଅଭିଯୁକ୍ତ ଜିତୁ ପିପିଲି ଅଞ୍ଚଳକୁ ନେଇ ସେଠାରେ ଥିବା ଏକ ହୋଟେଲରେ ବଳାକÒାର କରିଥିବା ନେଇ ଅଭିଯୋଗ ହୋଇଥିଲା। କିନ୍ତୁ ଯେହେତୁ ଯୁବତୀ ଜଣଙ୍କ ଧଉଳି ଅଞ୍ଚଳରେ ଥିବା ଏକ ହଷ୍ଟେଲରେ ରହୁଥିଲେ ମଧ୍ୟ ଘଟଣା ଘଟିବା ପରେ ସେ ଧଉଳି ଥାନାକୁ ଆସି ଅଭିଯୋଗ କରିଥିଲେ, ତେଣୁ ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖ ପୋଲିସ ଧଉଳି ପୋଲିସ ଜିରୋ ଏଫଆଇଆର ଆଧାରରେ ମାମଲା ରୁଜୁ କରି ଜିତୁକୁ ଗିରଫ କରିଥିବା ଡିସିପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ,ଭୁବନେଶ୍ବରର ଜଣେ ୨୩ ବର୍ଷିୟା ଯୁବତୀ ଚାକିରି ଖୋଜୁଥିବା ବେଳେ ଏକ ଠକେଇର ଶିକାର ହୋଇଥିଲେ । ଚାକିରି ଦେବା ନାଁରେ ଜଣେ ବ୍ୟକ୍ତି ତାଙ୍କଠାରୁ ୩୦ ହଜାର ଟଙ୍କା ନେଇଥିଲେ । ଏହି ଘଟଣାରେ ଅସୁବିଧାରେ ପଡ଼ିଥିବା ଯୁବତୀ ଓ ତାଙ୍କ ମା’ ସହାୟତା ପାଇଁ ଜିତୁ ସାମଲଙ୍କ ସହ ଯୋଗାଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ଜିତୁ ଏହି ପରିସ୍ଥିତିର ସୁଯୋଗ ନେଇ ନିଜକୁ ପୋଲିସ ଅଧିକାରୀ ପରି ପରିଚୟ ଦେଇ ଯୁବତୀ ଓ ତାଙ୍କ ପରିବାରକୁ ଭୟଭୀତ କରିଥିଲେ। ପରେ ସମସ୍ୟାର ସମାଧାନ କରିଦେବେ ବୋଲି ବିଶ୍ୱାସ ଦେଇ ଯୁବତୀଙ୍କୁ ପିପିଲି ନେଇଥିଲେ । ସେଠାରେ ଥାନାକୁ ନେବା ବଦଳରେ ଏକ ହୋଟେଲରେ ରଖିଥିଲେ । ରାତିରେ ଯୁବତୀଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରଦିନ କାହାକୁ ନ କହିବା ପାଇଁ ଧମକ ମଧ୍ୟ ଦେଇଥିଲେ ଅଭିଯୁକ୍ତ । ଏନେଇ ପୀଡ଼ିତା ଧଉଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା ।
ଘଟଣାଟି ପିପିଲି ଥାନା ଅଞ୍ଚଳରେ ଘଟିଥିଲେ ମଧ୍ୟ ମାମଲାର ଗୁରୁତ୍ୱ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଧଉଳି ପୁଲିସ ଜିରୋ ଏଫଆଇଆର୍ ଆଧାରରେ ମାମଲା ରୁଜୁ କରିଥିଲା । ପରେ ଫେରାର ହେବାକୁ ଉଦ୍ୟମ କରୁଥିବା ଅଭିଯୁକ୍ତକୁ ଧଉଳି ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତକୁ ହେପାଜତକୁ ନିଆଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଏହି ଘଟଣା ପୁଣିଥରେ ଦେଖାଇଛି ଯେ, ସହାୟତା ଓ ବିଶ୍୍ୱାସର ନାଁରେ କିପରି କିଛି ଅସାମାଜିକ ବ୍ୟକ୍ତି ଲୋକଙ୍କ ଦୁର୍ବଳତାର ସୁଯୋଗ ନେଇ ଅପରାଧ ଘଟାଉଛନ୍ତି । ପୁଲିସର ତ୍ୱରିତ ପଦକ୍ଷେପ ଫଳରେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ତଦନ୍ତ ଜାରି ରହିଛି । ଏହି ଦୁଷ୍କର୍ମ ଘଟଣାରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି କି ନାହିଁ ତାର ଖୋଳତାଡ କରୁଛି ଧଉଳି ଥାନା ପୋଲିସ।

