ଫୋକସରେ ପଞ୍ଚାୟତ ନିର୍ବାଚନ; ଗ୍ରାମାଞ୍ଚଳ ବିକାଶକୁ ଗୁରୁତ୍ୱ

Reporterspen

ରାଜ୍ୟ କ୍ୟାବିନେଟ୍ ବୈଠକ: ୭ ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟର ୪୪ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।

ଜଳ ସମ୍ପଦ ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ସମବାୟ ୧ଟି, କୃଷି ଓ କୃଷକ ସଶକ୍ତି କରଣ ୧, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧, ରାଜସ୍ୱ ୧ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ୭ଟି ଏହିପରି ମୋଟ ୭ଟି ବିଭାଗର ମୋଟ ୧୩ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୭ଟି ପ୍ରସ୍ତାବ ପାରିତ ହୋଇଛି ।

ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଆନ୍ତଃରାଜ୍ୟ, ଆନ୍ତଃଜିଲ୍ଲା ଓ ଆନ୍ତଃବ୍ଲକ ମଧ୍ୟରେ ଅସଂଯୋଜିତ ରାସ୍ତାଗୁଡିକୁ ମୁଖ୍ୟ ରାସ୍ତା ସହ ସଂଯୋଗୀକରଣ କରାଯାଉଛି । ଏହି ଯୋଜନା ୫ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଏହି ଯୋଜନା କାର୍ଯ୍ୟକାରି କରିବା ପାଇଁ ୧୯୧୭ କୋଟି ଟଙ୍କା ବ୍ୟୟବରାଦରେ ୩୮୫୦ କି.ମି ନୂତନ ରାସ୍ତା ତଥା ସେତୁ ନିର୍ମାଣ ଏବଂ ଚାଲୁ ରହିଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଅନୁମୋଦିତ ହୋଇଛି ।

ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଗ୍ରାମ୍ୟ ଉନ୍ନୟନ ଅଧୀନସ୍ଥ ରାସ୍ତାଗୁଡିକର ଉନ୍ନତିକରଣ ଯୋଜନା ପ୍ରଣୟନ କରିଛନ୍ତି । ଗ୍ରାମାଞ୍ଚଳରେ ଥିବା ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ, ମୁଖ୍ୟ ବଜାର, ପର୍ଯ୍ୟଟନସ୍ଥଳ ପ୍ରମୁଖକୁ ସଡକ ସୁବିଧା ଯୋଗାଇବା ଏହି ଯୋ ଜନାର ମୂଳ ଲକ୍ଷ୍ୟ ରହିଛି । ଏହି ଯୋଜନାରେ ୫ ବର୍ଷ କାର୍ଯ୍ୟକାରୀ କରିବା ପାଇଁ ୫୭୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପ୍ରାୟ ୧୭୫୦୦ କିମି ନୂତନ ରାସ୍ତା ନିର୍ମାଣ କରିବା ପାର୍‌ଇ ଅନୁମୋଦିତ କରାଯାଇଛି ।

ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରୁ ହସ୍ତାନ୍ତରିତ ହୋଇଥିବା ରାସ୍ତାଗୁଡିକର ପ୍ରଶସ୍ତୀକରଣ ଓ ଉନ୍ନତୀକରଣ କାର୍ଯ୍ୟ ମଧ୍ୟ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ଯୋଜନା ଅଧୀନରେ ଚାଲୁ ରହିଥିବା ୧୧୫ କିମି ସଡକ ପ୍ରକଳ୍ପ ସମାପ୍ତ କରିବା ସହିତ ପ୍ରାୟ ୪୬୦୭.୨୧ କିମି ଦେ?ଘ୍ୟର ନୂତନ ସଡକ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ଯୋଜନାରେ ଆଗାମୀ ୫ ବର୍ଷ ପାଇଁ ୪୦୦୦ କୋଟିର ବ୍ୟୟବରାଦ କରାଯାଇଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ବ୍ରିଜ କମ୍ ଓ୍‌ବେୟାର ଯୋଜନା ଆରମ୍ଭ କରାଯାଇଛି । ନଦୀଗର୍ଭ ଏବଂ ସେତୁର ଉପର ମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷିତ କରି ଜଳ ଯୋଗାଣ କରାଯିବ । ଏହି ଯୋଜନାର ୫ ବର୍ଷର ଅବଧି ପାଇଁ ମୋଟ ୬୦୦ କୋଟିର ବ୍ୟୟବରାଦ କରାଯାଇଛି । ଏହା ସହ ୫୦୮ଟି ନୂତନ ପ୍ରକଳ୍ପର ନିର୍ମାଣ ଓ ୧୬୨ ଟି ଅଧୁରା ପ୍ରକଳ୍ପ ସମ୍ପୂର୍ଣ କରିବା ପାଇ ଅନୁମୋଦନ କରିଛନ୍ତି ।

ସେତୁ ବନ୍ଧନ ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ଏଥିରେ ବର୍ତ୍ତମାନ ୧୪୧୭ ଚାଲୁ ରହିଥିବା ସେତୁ ସମ୍ପୂର୍ଣ୍ଣ କରିବା ସହିତ ୧୭୫୦ ନୂତନ ସେତୁ ହାତକୁ ନେବା ପାଇଁ ୧୧,୮୦୦ କୋଟି ମଞ୍ଜୁରୀ ଦେଇଛନ୍ତି । ସେହିପରି ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସଡକ ସଂଯୋଗୀକରଣ ପାଇଁ ରାଜ୍ୟ ସରକାର ଏମଏମଏସୱାଇ ଦୁର୍ଗମ ଅଞ୍ଚଳରେ ଅସଂଯୋଗିତ ଗ୍ରାମଗୁଡିକର ସଂଯୋଗୀକରଣ ଯୋଜନା (ଉଟଠଊଇ ) ର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ୧୩୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍‌ୟୋଗ ଯୋଜନାରେ ଏହାର ଅବଧିକୁ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଏଥିପାଇଁ ୨୪୯୬.୪୦ କୋଟି ଟଙ୍କାର ବ୍ୟୟ ବରାଦକୁ ଅନୁମୋଦନ କରାଯାଇଛି । ଏହା ସହ ପାଞ୍ଚ ବର୍ଷରେ ୮୫୦୦ ବାଣିଜ୍ୟିକ କୃଷି ଉଦ୍‌ୟୋଗ ପ୍ରକଳ୍ପ ନିର୍ମାଣ ହେବ । ନୂତନ କୃଷି ଓ ପଶୁ ସମ୍ପଦ ବିପଣନ ଆଇନ ପ୍ରଣୟନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।


Reporterspen