ସରକାରୀ ଯୋଜନା ବିଷୟରେ ଜାଣି ନାହାନ୍ତି ୯୫% ଲୋକ : ରାଜ୍ୟପାଳ

Reporterspen

ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ରାଜ୍ୟର ୯୫ ପ୍ରତିଶତ ଲୋକ ସରକାରୀ ଯୋଜନା ବାବଦରେ ଅଜ୍ଞ। ଏପରିକି ଅଧିକାରୀମାନେ ବି ସରକାରୀ ଯୋଜନା, ତାହାର ସୁଫଳ ତଥା କିଏ ନେଇପାରିବ ସେ ବିଷୟରେ ଜାଣନ୍ତି ନାହିଁ। ଯେଉଁମାନେ ଜାଣିଛନ୍ତି ସେମାନଙ୍କ ଭିତରୁ ବି ଅନେକ ଏହି ଯୋଜନାର ଫାଇଦା ନେଇପାରୁ ନାହାନ୍ତି ବୋଲି ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି ।  ଶିକ୍ଷିତ ବର୍ଗର ଧନୀକ ଶ୍ରେଣୀର ବ୍ୟକ୍ତି ବି ସରକାରୀ ଯୋଜନା ସମ୍ପର୍କରେ ଅଜ୍ଞ ବୋଲି ସେ ସୂଚନା ଦେଇଛନ୍ତି।

ସରକାରୀ ଯୋଜନାର ପ୍ରସାର ପ୍ରସାର ବିଷୟରେ ନିଜର ମତ ରଖୁଥିବା ବେଳେ ରାଜ୍ୟପାଳ ଏହା କହିଛନ୍ତି। ସେ କହିଛନ୍ତି ଯଦି ଲୋକଙ୍କ ପାଖରେ ଉଚିତ ସୂଚନା ପହଞ୍ଚିପାରନ୍ତା ତେବେ ସେମାନେ ନିଶ୍ଚିତଭାବେ ଏହସବୁ ଯୋଜନାରେ ସାମିଲ୍‍ ହୋଇପାରନ୍ତେ।  ବିଭିନ୍ନ ଜିଲ୍ଲା ବୁଲିବା ସମୟରେ ସେ ନେଇଥିବା ସମୀକ୍ଷା ବେଳେ ଏହି ତଥ୍ୟ ପାଇଛନ୍ତି ବେଶଲି ରାଜ୍ୟପାଳ କରିଛନ୍ତି।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ହେଉ ବା ପ୍ରଧାନମନ୍ତ୍ରୀ ଜନ ସୁରକ୍ଷା ଯୋଜନା ଅଥବା ସୁକନ୍ୟା ସମୃଦ୍ଧି ଯୋଜନା ସବୁ କ୍ଷେତ୍ରରେ ଏପରି ଅବସ୍ଥା ଦେଖିବାକୁ ମିଳୁଛି। ଯଦି ଲୋକଙ୍କ ପାଖରେ ଉଚିତ ତଥ୍ୟ ପହଞ୍ଚି ଥାଆନ୍ତା ତେବେ ଗୋଟିଏ ପରିବାରରୁ କଣେ ଦୁଇଜଣ ନୁହେଁ ସମସ୍ତ ସଦସ୍ୟ ଏପରି ବୀମା ଯୋଜନାରେ ସମ୍ପୃକ୍ତ ହୋଇପାରନ୍ତେ ବୋଲି ରାଜ୍ୟପାଳ କରିଛନ୍ତି।

ଜିଲ୍ଲା ବୈଠକ ସମୟରେ ସେ ଉପସ୍ଥିତ ଏଲିଟ୍‍  ବର୍ଗର ପରିବାର ସଦସ୍ୟଙ୍କୁ  ସରକାରୀ ଯୋଜନା ବିଷୟରେ ଥିବା ସଚେତନତା ଜାଣିବାକୁ ଚାହିଁଥିଲେ। ଏନେଇ ସେ ଯେତେବେଳେ ଉପସ୍ଥିତ ଜନତାଙ୍କୁ ହାତ ଉଠାଇ ଜାଣିଛନ୍ତି ବା ନ ଜାଣିଛନ୍ତି ସେ ବିଷୟରେ ସୂଚୀତ କରିବାକୁ କହିଥିଲେ ଜଣେ ଦୁଇଜଣ ହିଁ ହାତ ଟେକିଥିଲେ। ଅର୍ଥାତ୍‍ ମାତ୍ର ୫ ପ୍ରତିଶତ ଲୋକ ଏ ବିଷୟରେ ଜାଣିଛନ୍ତି ବୋଲି କହିଥିଲେ।

 ସେ କହିଥିଲେ ଲୋକେ ଜାଣନ୍ତି ନାହିଁ, ଜାଣିଥିଲେ ବି ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଚାହୁଁ ନାହାନ୍ତି । କାହିଁକି ଅନ୍ତର୍ଭୁକ୍ତ ହେଉ ନାହାନ୍ତି ତାହା ସେ ଜାଣନ୍ତି ନାହିଁ ବୋଲି ରାଜ୍ୟପାଳ କହିଛନ୍ତି ।


Reporterspen